ପୁରୀ: ଶେଷ ହୋଇଛି ରଥଯାତ୍ରା । ନୀଳକନ୍ଦରକୁ ବିଜେ କରିଛନ୍ତି ମହାପ୍ରଭୁ । ଆଜି(ସୋମବାର) ନିଳାଦ୍ରୀ ବିଜେରେ ନନ୍ଦିଘୋଷ ଆଗରେ ହୋଇଛି ଓଡିଶୀ । ଓଡିଶୀ କରିଛନ୍ତି ଆର୍ଜେଣ୍ଟିନା ନୃତ୍ୟଶିଳ୍ପୀ ଆନନ୍ଦିନୀ ଦାସୀ ।
ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ଓ ଓଡିଶୀ ନୃତ୍ୟ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି ବୋଲି ସେ କହିଛନ୍ତି । ଏହାସହ ସେ ସମସ୍ତଙ୍କୁ ଜୀବନରେ ଥରେ କାଳିଆ ଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ।
ପୁରୀରୁ ତାପସ ପରିଡା, ଇଟିଭି ଭାରତ