ETV Bharat / city

ପୁରୀରେ କର୍ଫ୍ୟୁ କୋହଳ, ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବ ନୋଏଣ୍ଟ୍ରି ଜୋନ

author img

By

Published : Jun 23, 2020, 10:31 PM IST

ଗୁଣ୍ଡିଚା ମନ୍ଦିର ଓ ଅନ୍ୟ କିଛି ଅଞ୍ଚଳରେ ବୁଧବାର ରାତି 9ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଅଧିକ ପଢନ୍ତୁ...

ପୁରୀରେ କର୍ଫ୍ୟୁ କୋହଳ, ଗୁଣ୍ଡିଚା ମନ୍ଦିର ଚତୁର୍ପାଶ୍ବ ନୋଏଣ୍ଟ୍ରି ଜୋନ

ପୁରୀ: ଶାନ୍ତିଶୃଙ୍ଖଳା ମଧ୍ୟରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ତିନି ରଥ ଏବେ ଶରଧାବାଲିରେ ପହଞ୍ଚିସାରିଥିବାବେଳେ ସନ୍ଧ୍ୟା ୭ଟା ପରେ ପୁରୀ ସହରରେ କର୍ଫ୍ୟୁ କୋହଳ ହୋଇଛି । ହେଲେ ଗୁଣ୍ଡିଚା ମନ୍ଦିର ଓ ଅନ୍ୟ କିଛି ଅଞ୍ଚଳରେ ବୁଧବାର ରାତି 9ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ ।

ପୁରୀରେ କର୍ଫ୍ୟୁ କୋହଳ

ମାଟିଆପଡ଼ା ଛକରୁ ବଡ଼ଶଙ୍ଖ ଯାଏ କେବଳ କଟକଣା ଲାଗୁ କରାଯାଇଛି । ଏହି ଅଞ୍ଚଳକୁ ନଯିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଗୁଣ୍ଡିଚା ମନ୍ଦିର ଚତୁର୍ପାଶ୍ବ ନୋଏଣ୍ଟ୍ରି ଜୋନ କରାଯାଇଛି । ଅନ୍ୟପକ୍ଷେ କୋରୋନା କଟକଣା ମଧ୍ୟରେ ରଥଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଶ୍ରୀମନ୍ଦିର ଇତିହାସରେ ଏହା ବିସ୍ମୟକର ଘଟଣା ବୋଲି ସେ କହିଛନ୍ତି । ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବାୟତଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ରଥ ଟାଣୁଥିବା ସେବାୟତଙ୍କୁ ସ୍ବତନ୍ତ୍ର କାଳିଆ ପୁରସ୍କାର ମିଳିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.