ETV Bharat / city

ନିର୍ଭୟା ଦୋଷୀଙ୍କୁ ଫାଶୀ, ସ୍ୟାଣ୍ଡ ଆନିମେସନରେ ସ୍ବାଗତ

author img

By

Published : Mar 20, 2020, 1:04 PM IST

Updated : Mar 20, 2020, 1:18 PM IST

ନିର୍ଭୟା ଗଣଦୁଷ୍କର୍ମ ଘଟଣାର 4 ଜଣ ଅଭିଯୁକ୍ତଙ୍କୁ ଆଜି ତିହାର ଜେଲରେ ଫାଶୀ ଦିଆଯାଇଛି। ତେବେ ଫାଶୀ ପରେ ନିଆରା ଢଙ୍ଗରେ ଏହି ଫାଶୀକୁ ସ୍ବାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ କୁମାର ସାହୁ । ସେ ସ୍ୟାଣ୍ଡ ଆନିମେସନରେ ନିର୍ଭୟାର କାହାଣୀକୁ ଦର୍ଶାଇ ଏହାକୁ ସ୍ବାଗତ କରିଛନ୍ତି ।

sand artist welcome
ନିର୍ଭୟା ଦୋଷୀଙ୍କୁ ଫାଶୀ, ସ୍ୟାଣ୍ଡ ଆନିମେସନରେ ସ୍ବାଗତ

ଭୁବନେଶ୍ବର: ନିର୍ଭୟା ଗଣଦୁଷ୍କର୍ମ ଘଟଣାର 4 ଜଣ ଅଭିଯୁକ୍ତଙ୍କୁ ଆଜି ତିହାର ଜେଲରେ ଫାଶୀ ଦିଆଯାଇଛି। ଏହାକୁ ଦେଶବାସୀ ସ୍ବାଗତ କରିଛନ୍ତି। ତେବେ ଫାଶୀ ପରେ ନିଆରା ଢଙ୍ଗରେ ଏହି ଫାଶୀକୁ ସ୍ବାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ କୁମାର ସାହୁ । ସେ ସ୍ୟାଣ୍ଡ ଆନିମେସନରେ ନିର୍ଭୟାର କାହାଣୀକୁ ଦର୍ଶାଇ ଏହାକୁ ସ୍ବାଗତ କରିଛନ୍ତି ।

କିଭଳି ନିର୍ଭୟାକୁ ଅତ୍ୟାଚାର କରାଯାଇ ଥିଲା। ପରେ କିଭଳି ଅଭିଯୁକ୍ତଙ୍କୁ ଧରି ପୋଲିସ କୋର୍ଟ ନେବା ସହ ଆଜି ଶେଷରେ ଫାଶୀ ଦିଆଯାଇଛି। ଡେରିରେ ହେଲେ ମଧ୍ୟ ନିର୍ଭୟାକୁ ନ୍ୟାୟ ମିଳିଥିବାରୁ ଭାରତ ନ୍ୟାୟିକ ବ୍ୟବସ୍ଥା ଧନ୍ୟବାଦ ଦେଇଛନ୍ତି ମାନସ ସାହୁ।

ଆଗାମୀ ଦିନରେ ମାର୍ଚ୍ଚ 20 କୁ ନିର୍ଭୟା ନ୍ୟାୟ ଦିବସ ଭାବେ ପାଳନ କରାଯିବ ବୋଲି ମାନସ ତାଙ୍କ ସ୍ୟାଣ୍ଡ ଆନିମେସନରେ ଦର୍ଶାଇଛନ୍ତି। ଆଗାମୀ ଦିନରେ ଭାରତର ନ୍ୟାୟିକ ବ୍ୟବସ୍ଥା ଏହିଭଳି ଅପରାଧ ବିରୋଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 20, 2020, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.