ପୁରୀ: ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଯେଉଁ ପାକଶାଳା ରହିଛି, ତାହା ବିଶ୍ବର ସର୍ବବୃହତ୍ତମ ପାକଶାଳା । ବିଶ୍ବର ଏଭଳି ପାକଶାଳା ନାହିଁ ଯେଉଁଠାରେ ଅଳ୍ପ କେତେଘଣ୍ଟାରେ ଲକ୍ଷାଧିକ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇପାରିବ । ଶ୍ରୀମନ୍ଦିର ପାକଶାଳାରେ କେବଳ କାଠଦ୍ବାରା ପାକ୍ ପ୍ରସ୍ତୁତ କରାଯାଇଥାଏ । କୋଇଲା, ଗ୍ୟାସ ବା ବିଦ୍ୟୁତଚୁଲା ପାକଶାଳାରେ ଗ୍ରହଣୀୟ ନୁହେଁ ।
ପ୍ରଭୁ ନୀଳାଦ୍ରୀନାଥ ଯେପରି ଲୀଳାମୟ ତାଙ୍କର ଧାମ ଶ୍ରୀପୁରୁଷୋତ୍ତମ ଧାମ ପୁରୀ ମଧ୍ୟ ସେହିପରି ରହସ୍ୟମୟ । ଚାରି ଧାମ ମଧ୍ୟରୁ ଏହି ଧାମରେ ଭଗବାନ ବିଷ୍ଣୁ ଭୋଜନ ପାଇଁ ନିତ୍ୟ ଆସିଥାନ୍ତି । ଷାଠିଏ ପଉଟି ଭୋଗ ପ୍ରତିଦିନ ଖାଏ ଜଗା । ଏହି ମହାପ୍ରସାଦ ଯେତିକି ସୁଦ୍ଧ ଏହାର ସ୍ବାଦ ସେତିକି ଚମତ୍କାର । ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ବିଚିତ୍ର । ରୋଷଶାଳାରେ ମା' ଅନ୍ନପୂର୍ଣ୍ଣା, ଲକ୍ଷ୍ମୀ ସାଆନ୍ତାଣି, ଶ୍ରୀକ୍ଷେତ୍ର ସାଆନ୍ତେଙ୍କ ପାଇଁ ସୁନାର ଚଟୁ ଅନ୍ନ ରାନ୍ଧନ୍ତି । ମହାପ୍ରଭୁଙ୍କ ଯେଉଁ ପାକଶାଳା ରହିଛି, ତାହା ବିଶ୍ବର ସର୍ବବୃହତ୍ତମ ପାକଶାଳା ।
ରୋଷଶାଳାର ରକ୍ଷକ ହେଉଛନ୍ତି ମା ଦକ୍ଷିଣକାଳୀ ଓ ରୋଷ ଗଣେଶ । ମହାପ୍ରଭୁଙ୍କ ଏହି ରୋଷଶାଳାରେ ବୈଷ୍ଣାଗ୍ନି ସଂଯୋଗ ଅନ୍ନ ଚୂଲି ଜଳିଥାଏ । ଅନ୍ନ ଚୂଲିରେ ଏକ ସାଙ୍ଗେ 9ଟି କୁଡୁଆରେ ଅନ୍ନ ରନ୍ଧାଯାଏ । 5ଟି କୁଡୁଆକୁ ଚୂଲିର 6ଟି ଝିଙ୍କା ଉପରେ ରଖାଯାଇଥାଏ । ପାକ୍ ଚୂଲିରେ ଦୁଇ ଥାକରେ ଜାଳେଣି କାଠ ଦିଆଯିବା ପାଇଁ ବ୍ୟବସ୍ଥା ରହିଛି । ଏହି ଅନ୍ନ ଚୂଲିରେ ବସିଥିବା 9ଗୋଟି କୁଡୁଆ ମଧ୍ୟରୁ ଉପର କୁଡୁଆରେ ଅନ୍ନ ପ୍ରଥମେ ହୋଇଥାଏ । ଲକ୍ଷ୍ମୀ, ବିମଳା, ଦକ୍ଷିଣକାଳୀଙ୍କ ତତ୍ତ୍ବାବଧାନରେ ରୋଷେଇଥାଏ । ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଭୋଗ ଲଗାଯିବା ପରେ ଆନନ୍ଦ ବଜାରରେ ଏହାକୁ ଭକ୍ତମାନଙ୍କ ନିମନ୍ତେ ।
୧୦୦ଫୁଟ ଲମ୍ୱ ଓ ୮୦ ଫୁଟ ଓସାର ବିଶିଷ୍ଟ ମହାପ୍ରଭୁଙ୍କ ରୋଷଘରରେ ପ୍ରାୟ ୨୪୦ଟି ଚୁଲି ରହିଛି । ଲକ୍ଷାଧିକ ଲୋକଙ୍କ ରୋଷେଇ ଏଠାରେ ଏକକାଳୀନ ହୋଇପାରିବ । ମହାପ୍ରଭୁଙ୍କ ସ୍ୱରୂପ ଯେମିତି ବିଚିତ୍ର, ତାଙ୍କ ଚୁଲି ବା ଅହିଆ ବି ସେମିତି ବିରଳ । ଶ୍ରୀମନ୍ଦିର ପାକଶାଳାରେ କେବଳ କାଠଦ୍ବାରା ପାକ୍ ପ୍ରସ୍ତୁତ କରାଯାଇଥାଏ । ଭୋଗ ପ୍ରସ୍ତୁତିରେ କେବଳ ଶୁଦ୍ଧ ଘିଅ ବ୍ୟବହୃତ ହୁଏ । ଏହି ରୋଷଶାଳାରେ 2400ସୁପକାର ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଅହରହ ନିୟୋଜିତ ଥାନ୍ତି । 56 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ରୋଷଘରେ 752 ଚୁଲି ଜଳୁଥାଏ । ମହାପ୍ରସାଦ ରୋଷଶାଳରେ ଅଗ୍ନିକୋଣରେ ପ୍ରସ୍ତୁତ କରାଯାଏ । ମହାପ୍ରସାଦ ରାନ୍ଧିବା ବେଳେ ଯଦି କୌଣସି ଜିନିଷ ପାକ୍ ହୋଇନଥାଏ ବା ସିଝି ନଥାଏ ତେବେ ବାଟରେ ଅଗ୍ନିଶ୍ବର ମହାଦେବଙ୍କ ଦୃଷ୍ଟି ପଡି ଏହା ସିଗ୍ଧ ହୋଇଥାଏ ।
ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ବିଭିନ୍ନ ଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ଭୋଗ ପ୍ରସ୍ତୁତିରେ କେବଳ ଶୁଦ୍ଧ ଘିଅ ବ୍ୟବହୃତ ହୁଏ । ବିଲାତିଆଳୁ,ଟମାଟୋ,ସଜନାଛୁଇଁ,ଅମୃତଭଣ୍ଡା,ଲାଉ,ଭେଣ୍ଡି,ପିଆଜ,ଝୁଡ଼ଙ୍ଗ,କ୍ୟାପସିକମ,ରସୁଣ,କଞ୍ଚାଲଙ୍କା,ଫୁଲ ଓ ପତ୍ର କୋବି,ବିନ୍ସ,କଲରା,ବିଟ୍,ଗାଜର,ମଟର ଛୁଇଁ,ପିଆଜ ଷଣ୍ଢା ଇତ୍ୟାଦି ନିଷିଦ୍ଧ ଅଟେ। ମସଲା ଲଙ୍କାଗୁଣ୍ଡ,ଗରମ ମସଲା,କଳାଜିରା,କାଜୁ,ଗୁଜୁରାତି ନିଷିଦ୍ଧ ଅଟେ ।
କୁହାଯାଏ, ସ୍ବୟଂ ଲକ୍ଷ୍ମୀ ଠାକୁରାଣୀ ମହାପ୍ରସାଦ ରନ୍ଧନ କରୁଥିବା କାରଣରୁ ଲକ୍ଷାଧିକ ଭକ୍ତ ଆସିଲେ ମଧ୍ୟ ମହାପ୍ରସାଦ ନିଅଣ୍ଟିଆ ହୁଏନି ବା କମ ଭକ୍ତ ଆସିଲେ ବି ବଳକା ହୁଏନି । ଏହା ହିଁ ହେଉଛି ମହାପ୍ରଭୁଙ୍କ ମହାପ୍ରସାଦର ଅଲୌକିକତା, ଅଦ୍ଭୁତତା । ମହାପବିତ୍ର ଅବଢାକୁ ମହାପ୍ରେମରେ ଭକ୍ଷଣ କଲେ ଜୀବାତ୍ମା ବନ୍ଧନରୁ ମୁକ୍ତ ହୋଇଥାଏ ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ