ETV Bharat / city

ନୀଳାଚଳେ ଜଗନ୍ନାଥ: ଜଗନ୍ନାଥ ସଂସ୍କୃତି ସହ ପାରମ୍ପରିକ ଓ ଶାସ୍ତ୍ରୀୟ ନୃତ୍ୟର ସମ୍ପର୍କ

ଜଗତର ନାଥ ଶ୍ରୀ ଜଗନ୍ନାଥ, ସେ ବିଶ୍ବବିଦିତ, ଅଦ୍ବିତୀୟ। ତାଙ୍କ ଲୀଳାର ଆଦି ନାହିଁ କି ନାହିଁ ଅନ୍ତ । ସେଥିପାଇଁ ଜଗନ୍ନାଥ ସଂସ୍କୃତିର ପ୍ରତିଟି ପ୍ରସଙ୍ଗ ଯେତିକି ରୋଚକ ସେତିକି ପବିତ୍ର। ଜଗନ୍ନାଥ ସଂସ୍କୃତି ସହ ମାହାରୀ, ଓଡିଶୀ ଓ ଗୋଟିପୁଅ ନୃତ୍ୟର ରହିଛି ଅନ୍ୟନ୍ୟ ସମ୍ପର୍କ । ଅଧିକ ପଢନ୍ତୁ...

author img

By

Published : Jun 28, 2020, 7:04 AM IST

Updated : Jun 29, 2020, 12:20 PM IST

ନୀଳାଚଳେ ଜଗନ୍ନାଥ
ନୀଳାଚଳେ ଜଗନ୍ନାଥ

ପୁରୀ: ଓଡିଶାର ଶାସ୍ତ୍ରୀୟ ନୃତ୍ୟ ଓଡିଶୀ ସାରା ବିଶ୍ବରେ ପରିଚିତ ଥିବା ବେଳେ ପାରମ୍ପରିକ ଗୋଟିପୁଅ ନୃତ୍ୟକୁ ନେଇ ମଧ୍ୟ ରାଜ୍ୟ ବେଶ ଗର୍ବିତ। ଆଉ ଯେତେବେଳେ ପାରମ୍ପରିକ ମାହାରୀ ନୃତ୍ୟ କଥା ଆସେ, ସେତେବେଳେ ଜଗନ୍ନାଥ ସଂସ୍କୃତିରେ ଦେବଦାସୀ ପରମ୍ପରା କଥା ସ୍ବତଃ ମନକୁ ଚାଲିଆସେ । କାରଣ ପୂର୍ବରୁ ଦେବଦାସୀଙ୍କ ମାହାରୀ ନୃତ୍ୟ ଜଗନ୍ନାଥ ମନ୍ଦିରର ଏକ ଅନନ୍ୟ ସେବା । ଯାହାକୁ ଜଗନ୍ନାଥ ସତ୍ତ୍ବଲିପିରେ ଉଲ୍ଲେଖ କରାଯାଇଛି । ଘୋଷଯାତ୍ରାରେ ଶ୍ରୀଜିଉଙ୍କ ପହଣ୍ଡି ସମୟରେ ହେଉ ଅବା ରଥ ଆଗରେ ଗୋଟିପୁଅ ଏବଂ ଓଡିଶୀ ନୃତ୍ୟ ବେଶ ଆକର୍ଷଣୀୟ। ନୃତ୍ୟଶିଳ୍ପୀମାନେ ମହାପ୍ରଭୁଙ୍କ ଉଦେଶ୍ୟରେ ଭକ୍ତି, ଭାବନାରେ ପ୍ରଣାମ ଜଣାଇଥାନ୍ତି ନିଜର ନୃତ୍ୟର ଅଙ୍ଗଭଙ୍ଗୀରେ। ସତେ ଯେମିତି ରାଜାଧିରାଜ ଭ୍ରମଣରେ ବାହାରିଥିବାରୁ ନିଜ ଭକ୍ତି ପୂର୍ଣ୍ଣ ନୃତ୍ୟରେ ଭାବର ଠାକୁରଙ୍କୁ ପାଛୋଟି ନେଉଛନ୍ତି ଆଗକୁ।

ନୀଳାଚଳେ ଜଗନ୍ନାଥ: ଜଗନ୍ନାଥ ସଂସ୍କୃତି ସହ ପାରମ୍ପରିକ ଓ ଶାସ୍ତ୍ରୀୟ ନୃତ୍ୟର ସମ୍ପର୍କ

ମାହାରୀ ନୃତ୍ୟକୁ ଯେଉଁମାନେ ପରିବେଷଣ କରନ୍ତି ସେହି ନୃତ୍ୟଶିଳ୍ପୀ ମାନଙ୍କୁ ଦେବଦାସୀ ବୋଲି କୁହାଯାଉଥିଲା । ଶ୍ରୀମନ୍ଦିରର ସମସ୍ତ ସେବା ମଧ୍ୟରେ ମାହାରୀ ସେବା ମଧ୍ୟ ଏକ ସେବା । ଛତିଶା ନିଯୋଗ ମଧ୍ୟରେ ଏହା ମଧ୍ୟ ଏକ ନିଯୋଗର ଅଂଶବିଶେଷ । ମୋଟ 35 ନିଯୋଗ ପୁରୁଷ ସେବାୟତଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିବା ବେଳେ ଗୋଟିଏ ନିଯୋଗ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ଆଉ ସେ ପୁଣି ମାହାରୀ ନୃତ୍ୟ ପାଇଁ । କାଳକ୍ରମେ ମୂଳ ଦେବଦାସୀ ଶଶିମଣି ଦେବୀଙ୍କ ଦେହାନ୍ତ ପରେ ଏହି ସେବା ଶ୍ରୀମନ୍ଦିରରେ ଲୋପ ପାଇଯାଇଛି । କିନ୍ତୁ ବର୍ତ୍ତମାନ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ବର୍ତ୍ତମାନ କିଛି ନୃତ୍ୟଶିଳ୍ପୀ ମାହାରୀ ନୃତ୍ୟ ପରିବେଷଣ କରୁଛନ୍ତି ।

ଜଗନ୍ନାଥ ମନ୍ଦିରରେ ହେଉଥିବା ଦୈନିକ ନୀତି ସକାଳଧୂପ, ସନ୍ଧ୍ୟାଧୂପ, ବଡ଼ସିଂହାର ଧୂପ ଏବଂ ପର୍ବପବାଣୀ ମଧ୍ୟରେ ନନ୍ଦୋତ୍ସବ, ଜନ୍ମାଷ୍ଟମୀ, ଚନ୍ଦନଯାତ୍ରା, ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ମାହାରୀ ନୃତ୍ୟ ଦେଖିବାକୁ ମିଳୁଥିଲା। ତେବେ କାଳକ୍ରମେ ଏହା ବନ୍ଦ ହୋଇଯିବା ପରେ ଗୋଟିପୁଅ ଏବଂ ଓଡିଶୀ ନୃତ୍ୟ ପରିବେଷଣ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 29, 2020, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.