ETV Bharat / city

ମହାପ୍ରଭୁଙ୍କ ଦର୍ଶନ ନେଇ ଜାରି ହେଲା SOP: ଭୋଗ, ଧୂପଦୀପ ମନା

author img

By

Published : Aug 11, 2021, 1:01 PM IST

Updated : Aug 11, 2021, 4:16 PM IST

ଆସନ୍ତା ୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ୨୩ରୁ ସର୍ବସାଧାରଣଙ୍କ ଦର୍ଶନକୁ ଅନୁମତି । ଏନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଛି SOP । ଅଧିକ ପଢନ୍ତ...

ମହାପ୍ରଭୁଙ୍କ ଦର୍ଶନ ନେଇ ଆସିଲା SOP
ମହାପ୍ରଭୁଙ୍କ ଦର୍ଶନ ନେଇ ଆସିଲା SOP

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହୋଇଛି SOP ।ଏହି ନୂଆ ନିର୍ଦ୍ଦେଶନାମା ଅନୁସାରେ ପ୍ରଥମେ ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ୧୬ରୁ ପୁରୀ ସହରବାସୀ ଓ ୨୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଭକ୍ତ,ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବେ ଓ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ। ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ କରିପାରିବେ ନାହିଁ। କୋଭିଡ କଟକଣା ଓ ଏସଓପିକୁ କଡାକଡି ଭାବେ ପାଳନ କରାଯିବା ନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ।

ମହାପ୍ରଭୁଙ୍କ ଦର୍ଶନ ନେଇ ଜାରି ହେଲା SOP: ଭୋଗ, ଧୂପଦୀପ ମନା

କରୋନା ମହାମାରୀ ପାଇଁ ଏପ୍ରିଲ ୨୪ରୁ ଶ୍ରୀମନ୍ଦିର ବନ୍ଦ ରହିଛି । ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ଖୋଲାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି SOP ବାହାରିଛି । ପ୍ରଥମେ ୧୨ ଓ ୧୩ ଦୁଇଦିନ ଧରି ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ପ୍ରଥମେ ଦର୍ଶନ ସୁଯୋଗ ପାଇବେ । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ପ୍ରତି ୱାର୍ଡ ୱାରୀ ଦର୍ଶନ ସୁଯୋଗ ପାଇବେ । ସେମାନଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଚିରୁକୁଟି ଦିଆଯିବ। ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରୁକୁଟିରେ ପରିବାରର ୬ ଜଣ ସଦସ୍ୟ ଦର୍ଶନ କରିପାରିବେ । ଏହି SOPକୁ ସେବୟତ ଓ ପୁରୀ ସହରବାସୀ ସ୍ବାଗତ କରିଛନ୍ତି।

ସେହିପରି ୨୩ରୁ ରାଜ୍ୟ ଭିତର ଓ ବାହାରର ଶ୍ରଦ୍ଧାଳଙ୍କ ପାଇଁ ସାଧାରଣ ଦର୍ଶନ ଆରମ୍ଭ ହେବ । ଏଥିପାଇଁ ୯୬ ଘଣ୍ଟାର RT-PCR ନେଗେଟିଭ ରିପୋର୍ଟ କିମ୍ବା ୨ଟି କୋଭିଡ ଟିକା ଗ୍ରହଣ କିରଥିବା ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ସମୟରେ ସମସ୍ତ ଶ୍ରଦ୍ଧାଳୁ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବା ଉପରେ ଗୁରୁତ୍ବରୋପ କରାଯାଇଛି । ସେହିପରି ଶ୍ରୀମନ୍ଦିର ଭିତରକୁ ଫୁଲ,ତୁଳସୀ,ପ୍ରସାଦ କିମ୍ବା ଦୀପ ନନେବା ସହ ମନ୍ଦିର ଭିତରେ ଥିବା ଅନ୍ୟ ପାର୍ଶ୍ବ ଦେବାଦେବୀ କିମ୍ବା ବିଗ୍ରହଙ୍କୁ ମଧ୍ୟ ସ୍ପର୍ଶ ନକରିବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

ପାନ,ଗୁଟଖା ଖାଇବା ଉପରେ କଟକଣା ଲଗାଯିବା ସହ ମନ୍ଦିର ପରିସରରେ ମାଦକ ଦ୍ରବ୍ୟ ଖାଇଲେ ୫୦୦ ଟଙ୍କା ଓ ପଲିଥିନ ବ୍ୟବାହର ପାଇଁ ୧୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଲାଇନର ଵ୍ୟଵସ୍ଥା ହେବ। ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ ଚାଲିବାକୁ ଥିବାବେଳେ ସପ୍ତାହାନ୍ତ ସଟଡାଉନ ଓ ଆଗକୁ ଆସୁଥିବା ପର୍ବପର୍ବାଣୀ ସମୟରେ ଦର୍ଶନ ବନ୍ଦ ରହିବ। ତେବେ ସଦ୍ୟ ଜାରି ହୋଇଥିବା SOPକୁ କଡ଼ାକଡ଼ି ଭାବେ ମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପାଳନ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 11, 2021, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.