ETV Bharat / city

ପୂର୍ବ ଶତୃତାରୁ ଗଡିଲା ମୁଣ୍ଡ, ଦାଦାର ବୋମା ମାଡରେ ପୁତୁରା ମୃତ

author img

By

Published : Oct 5, 2022, 7:24 AM IST

ଦାଦାର ବୋମାମାଡରେ ପୁତୁରାର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଡେ଼ଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ପଞ୍ଚାୟତର ନଈଭଂସର ଗ୍ରାମରେ । ଅଧିକ ପଢନ୍ତୁ

ପୂର୍ବ ଶତୃତାରୁ ଗଡିଲା ମୁଣ୍ଡ,ଦାଦାର ବୋମା ମାଡରେ ପୁତୁରା ମୃତ

ପୁରୀ: ପୂର୍ବ ଶତୃତାରୁ ଗଡିଲା ମୁଣ୍ଡ, ଫିକା ପଡିଲା ରକ୍ତ ସମ୍ପର୍କ । ଦାଦାର ବୋମାମାଡରେ ପୁତୁରାର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଡେ଼ଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ପଞ୍ଚାୟତର ନଈଭଂସର ଗ୍ରାମରେ । ମୃତ ପୁତୁରା ଜଣଙ୍କ ହେଉଛନ୍ତି ତପନ କୁମାର ଦାସ । ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ତପନଙ୍କ ଉପରକୁ ତାଙ୍କ ଦାଦା ବିଦ୍ୟାଧର ଦାସ ବୋମାମାଡ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ଏନେଇ ଖବର ପାଇ ଡେ଼ଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଦାଦା ବିଦ୍ୟାଧର ପୁତୁରା ଉପରକୁ ବୋମା ମାଡ କରିଥିବା ଅଭିଯୋଗ ହୋଇଥିବାରୁ ଘଟଣାର ତଦନ୍ତ କରୁଛି ପୋଲିସ । ତନାଘନା ପରେ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ ।

ତେବେ ଜମି ଜମା ବିବାଦ ହେଉ କି ପୂର୍ବ ଶତ୍ରୁତା ବା ପାରିବାରିକ ସମସ୍ୟାକୁ ନେଇ ରାଜ୍ୟରେ ବଢି ଚାଲିଛି ହତ୍ୟାକାଣ୍ଡ, ସାମାନ୍ୟ କାରଣରୁ ଗଡିଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ସମ୍ପର୍କକୁ ଭୁଲି ଯାଇ ମନୁଷ୍ୟ ଘଟାଉଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ । ସୋମବାର କଳାହାଣ୍ଡିରୁ ଏପରି ଏକ ଖବର ଆସିଥିଲେ । ଜମିଜମା ବିବାଦକୁ ନେଇ ବଡ ଭାଇକୁ ଦୁଇ ସାନ ଭାଇ ହତ୍ୟା କରି ମାଟିରେ ପୋତି ଦେଇଥିବା ଜଣାପଡିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଦୁଇ ଅଭିଯୁକ୍ତ ସାନ ଭାଇକୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଏସକର୍ଟ ସର୍ଭିସ ନାଁରେ ସାଇବର ଠକେଇ, ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

ସେହିପରି ସେପ୍ଟେମ୍ବର ମାସରେ ଭୁବନେଶ୍ବରେ ବଡ ଭାଇ ସାନ ଭାଇକୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା । ହତ୍ୟାକାରୀ ବଡ ଭାଇ ନୟାପଲ୍ଲୀ ଥାନା ନୂଆ ସାହିର ଏକ ଘରେ ରହି କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସାନ ଭାଇ ବରମୁଣ୍ଡାରେ ରହି ମଧ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ବୁଲିବା ମଉଜ ମସ୍ତି କରିବାରେ ଧ୍ୟାନ ଦେଉଥିଲା ସାନ ଭାଇ । ଏଭଳି ସ୍ଥିତିରେ ପାଠପଢାରେ ଅଧିକ ମନୋନିବେଶ କରିବା ପାଇଁ ବଡ ଭାଇ ବାରମ୍ବାର ତାଗିଦ କରିଆସୁଥିଲେ । କିନ୍ତୁ ସେ ଏହା ନଶୁଣିବାରୁ ବଡ ଭାଇ ରୁମରେ ସାନ ଭାଇ ଥିବାବେଳେ କିଛି ପାଠ ପଢାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଧୀରେ ଧୀରେ ଦୁଇ ଭାଇଙ୍କ ମଧ୍ୟରେ ଏହି ଯୁକ୍ତିତର୍କ ଭୀଷଣ ରୂପ ନେଇଥିଲା । ସାନ ଭାଇ ଯୁକ୍ତି କରିବାରୁ ବଡ ଭାଇ ରାଗିଯାଇ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.