ETV Bharat / city

ନବ ଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର - shreemandira

ଦୀର୍ଘ 14 ଦିନର ଅସୁସ୍ଥତା ପରେ ଆଜି ନବଯୌବନ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଅଣସର ଘରୁ ବାହାରି ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏ ନେଇ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ପୁରୀ
author img

By

Published : Jul 2, 2019, 7:27 PM IST

ପୁରୀ: 14 ଦିନର ଅଣସର ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନବ ଯୌବନ ବେଶରେ କଳା ସାଆନ୍ତେଙ୍କୁ ଦେଖିବାକୁ କାହିଁ କେତେ ଦୂରରୁ ଦୌଡି ଆସିଛନ୍ତି ଭକ୍ତ । ହଜାର ହଜାର ଭକ୍ତଙ୍କ ସମାଗମରେ ନିରବ ସାଜିଥିବା ଶ୍ରୀମନ୍ଦିର ଉତ୍ସବମୁଖର ହୋଇପଡିଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ପୁରୀ

ମନରେ ବହୁ ଉତ୍କଷ୍ଠା , ଆବେଗ ସହ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ଶିହରି ଉଠିଛି ଭକ୍ତର ପ୍ରାଣବିନ୍ଦୁ । ଶ୍ରୀମନ୍ଦିର ପ୍ରଶାସନ ର ବ୍ୟବସ୍ଥା ଅନୁଯାୟୀ ଦିନ 2 ଟା 45 ରେ ପରମଣିକ ଟିକେଟ ଦର୍ଶନ ପ୍ରଥମେ ଆରମ୍ଭ ହୋଇଥିଲା । ପରେ 3 ଟା 30 ମିନିଟରେ ସାହାଣ ମେଲା ଦର୍ଶନ ହୋଇଥିଲା ।

ସକାଳେ ମହାପ୍ରଭୁଙ୍କ ବନକ ଲାଗି ନୀତି ଯୋଗୁଁ ସକାଳୁ ଅପରାହ୍ନ 2 ଟା ଯାଏଁ ଶ୍ରୀମନ୍ଦିର ଦ୍ବାର ବନ୍ଦ ରହିଥିଲା । ଶାନ୍ତି ଶୃଙ୍ଖଳା ରେ ଭକ୍ତଗଣ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତେବେ ଆସନ୍ତା କାଲି ଉଭା ନୀତି ଅନୁଷ୍ଠିତ ହେବ। ପରେ ସକାଳ ଧୂପ ପରେ ଆଜ୍ଞା ମାଳ ରଥ ଖଳାକୁ ବିଜେ କରାଯିବ । ଏହା ପରେ ତିନି ରଥକୁ ଶ୍ରୀମନ୍ଦିର ସିଂହ ଦ୍ବାର ନିକଟରେ ଲଗାଯିବ ।

ପୁରୀରୁ ଶକ୍ତି ପ୍ରାସାଦ ମିଶ୍ର, ଇଟିଭି ଭାରତ

Intro:Body:

For testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.