ପୁରୀ: ଜିଲ୍ଲାର ତିନୋଟି NACରେ ପୌର ନିର୍ବାଚନ ପାଇଁ ଭୋଟିଂ ପକ୍ରିୟା ଜାରି ରହିଛି । କୋଣାର୍କ, ନିମାପଡା ଓ ପିପିଲି ଏନଏସିରେ ପୌର ମତଦାନ ନେଇ ଭୋଟରଙ୍କ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ମହିଳା ଭୋଟରଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପିଙ୍କ୍ ବୁଥ୍ର ବ୍ୟବସ୍ଥା କରାଯାଇଛି ।
ବୁଥ୍ରେ ପିଙ୍କ୍ ରଙ୍ଗର କପଡ଼ା ସହ ବେଲୁନ ମଧ୍ୟ ଲଗାଯାଇଛି । ପିଙ୍କ୍ ବୁଥ୍ରେ କେବଳ ମହିଳା ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ତା ସହିତ ଏଠାରେ ଭୋଟରଙ୍କ ପାଇଁ ଏକ ସେଲ୍ଫି ପଏଣ୍ଟ ମଧ୍ୟ କରାଯାଇଛି । ମହିଳା ଭୋଟରମାନେ ଭୋଟ ଦେବା ପରେ ସେଲ୍ଫି ପଏଣ୍ଟରେ ଫଟୋ ନେଉଥିବା ଦେଖାଯାଇଛି ।
କୋଣାର୍କରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପକ୍ରିୟା ଜାରି ରହିଛି । ନିରପେକ୍ଷ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ଯେଉଁଠି EVM ତ୍ରୁଟି ଦେଖା ଦେଇଥିଲେ ସେଠାରେ ଏହାକୁ ଠିକ୍ କରିବା ପରେ ପୁଣି ସୁରୁଖୁରୁରେ ମତଦାନ ଆରମ୍ଭ କରାଯାଇଥିଲା । ଏହାକୁ ନେଇ କୋଣାର୍କର ଅତିରିକ୍ତ ତହସିଲଦାର ସୂଚନା ଦେଉଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ