ETV Bharat / city

ପୁରୀ ବେଳାଭୂମିରେ ପୁଣି ମାଛ ମଡକ, ଆଜି ଶତାଧିକ ମୃତ ଜେଲିଫିସ ଠାବ - Puri sea beach

ସୋମବାର ପୁରୀ ବେଳାଭୂମିରେ ଶତାଧିକ ମଲା ଜେଲିଫିସ ଗୁଡିକୁ ଠାବ କରାଯାଇଛି । ଅଧିକ ପଢନ୍ତୁ...

ପୁରୀ ବେଳାଭୂମିରେ ଶତାଧିକ ମଲା ଜେଲିଫିସ ଠାବ
ପୁରୀ ବେଳାଭୂମିରେ ଶତାଧିକ ମଲା ଜେଲିଫିସ ଠାବ
author img

By

Published : May 24, 2021, 12:18 PM IST

Updated : May 24, 2021, 1:17 PM IST

ପୁରୀ: ବାତ୍ୟା ୟାସ୍‌ ଯୋଗୁଁ ଦେଖିବାକୁ ମିଳିଛି ମାଛ ମଡକ । ସୋମବାର ପୁରୀ ସମୁଦ୍ର ବେଳାଭୂମିରେ ଶହ ଶହ ସଂଖ୍ୟାରେ ଜେଲିଫିସର ମୃତଦେହଗୁଡିକୁ ଠାବ କରାଯାଇଛି । ଏହି ମୃତଦେହ ବେଳାଭୂମିର ବିଭିନ୍ନ ସ୍ଥାନରେ ବିଚ୍ଛୁରିତ ହୋଇ ପଡିଥିବା ଦେଖିବାକୁ ମିଳିଛି ।

ପୁରୀ ବେଳାଭୂମିରେ ପୁଣି ମାଛ ମଡକ, ଆଜି ଶତାଧିକ ମୃତ ଜେଲିଫିସ ଠାବ

ବାତ୍ୟା ୟାସ୍ ପ୍ରଭାବରେ ଜେଲି ଫିସ୍ ମରି ପଡ଼ିଥିବା ଅନୁମାନ କରାଯାଉଛି । ଜେଲିଫିସର ମୃତଦେହ ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ନିକଟରେ ପଡି ରହିଛି । ଗତ ରବିବାର ମଧ୍ୟ କେନ୍ଦ୍ରାପଡା ପେଣ୍ଠକଟା ଓ ପୁରୀ ସମୁଦ୍ରକୂଳରେ ମଧ୍ୟ ଅନେକ ସଂଖ୍ୟାରେ ମାଛ ମରି ପଡିଥିବା ଦେଖିବାକୁ ମିଳିଥିଲା । ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ ଏଭଳି ମାଛ ମଡ଼କ ଦେଖାଯାଇଥିବା କିଛି ମତ ରଖିଛନ୍ତି ।

ଅନ୍ୟପକ୍ଷରେ ଏହି ପ୍ରଜାତିର ମାଛ ବର୍ତ୍ତମାନ ଲକଡାଉନ ସମୟରେ ରପ୍ତାନୀ ହୋଇ ପାରୁନଥିବାରୁ ମସ୍ୟଜୀବୀମାନେ ଏହାକୁ ଫୋପାଡ଼ି ଦେଉଥିବା ସନ୍ଦେହ ମଧ୍ୟ କରାଯାଉଛି । ତେବେ ମାଛ ମଡ଼କର ପ୍ରକୃତ କାରଣ ଏଯାବତ ସ୍ପଷ୍ଠ ହୋଇନଥିବା ବେଳେ ପୁରୀ ଉପକୂଳରେ ଏଭଳି ମଲା ମାଛ ଦେଖାଯିବାକୁ ନେଇ ଅନୁସନ୍ଧାନ ଆବଶ୍ୟକତା ରହିଛି ।

ବାତ୍ୟା ୟାସ୍ ପ୍ରଭାବରେ ଜେଲି ଫିସ୍ ମରି ପଡ଼ିଥିବା ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ ବିଭାଗର ବୈଜ୍ଞାନିକ କହିଛନ୍ତି । ସାଧାରଣତଃ ଜେଲିଫିସ ଗୁଡିକ ଅତ୍ୟଧିକ ପବନ ଗତି ଅବା କୌଣସି ବାତ୍ୟା ପ୍ରଭାବରେ ସମୁଦ୍ର କୂଳକୁ ଭାସି ଆସିଥାନ୍ତି । ଏଣୁ ପୁରୀ ବେଳାଭୂମିରେ ୟାସ୍‌ ପ୍ରଭାବରେ ଜେଲିଫିସ ମରି ପଡିଥିବା କୁହାଯାଇଛି । ତେବେ କେତେକ ଜେଲିଫିସ ବିଷାକ୍ତ ହୋଇଥାନ୍ତି । ଏହାକୁ ସ୍ପର୍ଶ କଲେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ଏଣୁ ଏହାକୁ ସ୍ପର୍ଶ ନ କରିବାକୁ ବୈଜ୍ଞାନିକ ପରାମର୍ଶ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 24, 2021, 1:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.