ETV Bharat / city

ଲାଗୁ ହେଲା ଆଚରଣ ବିଧି, ପୁରୀରେ ଜୋରଦାର ପ୍ରସ୍ତୁତି

ନିର୍ବାଚନ ବିଗୁଲ ବାଜିବା ପରେ ପୁରୀ ଜିଲ୍ଲା ପ୍ରଶାସନ ନିଜର ପ୍ରସ୍ତୁତିକୁ ଜୋରଦାର କରିଛି। ଆଦର୍ଶ ଆଚରଣ ବିଧି ଲାଗୁ ପରେ ପୁରୀ ସହରରେ ବିଭିନ୍ନ ରାଜନୈତିକ ଦଳର ହୋର୍ଡିଂ ହଟାଯାଇଛି।

author img

By

Published : Mar 11, 2019, 6:36 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ନିର୍ବାଚନ ବିଗୁଲ ବାଜିବା ପରେ ପୁରୀ ଜିଲ୍ଲା ପ୍ରଶାସନ ନିଜର ପ୍ରସ୍ତୁତିକୁ ଜୋରଦାର କରିଛି। ଆଦର୍ଶ ଆଚରଣ ବିଧି ଲାଗୁ ପରେ ପୁରୀ ସହରରେ ବିଭିନ୍ନ ରାଜନୈତିକ ଦଳର ହୋର୍ଡିଂ ହଟାଯାଇଛି। ଅନ୍ୟପଟେ ନିର୍ବାଚନ ଅବାଧ ନିରପେକ୍ଷ ପାଇଁ ବୁଥରେ ନିର୍ବାଚନ କମିଶନଙ୍କ ଗାଇଡ଼ ଲାଇନ ଅନୁଯାୟୀ କଡା ନିରାପତ୍ତା ବ୍ୟବସ୍ଥା ହେବ।

ଖୁବଶୀଘ୍ର ନିର୍ବାଚନରେ ଶୃଙ୍ଖଳା ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ଅନ୍ୟପଟେ ପୁରୀର 6 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନକୁ ନେଇ ମାର୍ଚ୍ଚ 28 ଓ ଏପ୍ରିଲ 2ରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ଏଣୁ ପ୍ରଶାସନ ପକ୍ଷରୁ ରାସ୍ତା, ଛକରେ ଲାଗିଥିବା ରାଜନୈତିକ ଦଳର ନେତାଙ୍କ ହୋର୍ଡିଂ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି। ପୁରୀରେ ମଧ୍ୟ ରବିବାର ସନ୍ଧ୍ୟାରୁ ସହରରେ ଲାଗିଥିବା ବିଭିନ୍ନ ରାଜନୈତିକ ଦଳଙ୍କ ଲାଗିଥିବା ହୋର୍ଡିଂ ହଟାଯାଇଛି। ଏ ନେଇ ସ୍ୱତନ୍ତ୍ର ଟିମ ପ୍ରଶାସନ ପକ୍ଷରୁ ଗଠନ କରାଯାଇଛି।

ତେବେ କେଉଁ ସ୍ଥାନରେ ହୋଇଛି ହୋର୍ଡିଂ ଉଚ୍ଛେଦ:

  • ପୁରୀର ଭିଆଇପି ରୋଡ଼, ବଡ଼ ଦାଣ୍ଡ, ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସି ବିଚ୍ ସମେତ ସହର ଭିତରେ ଥିବା ସବୁ ରାଜନୈତିକ ଦଳର ହୋର୍ଡିଂ ହଟାଯାଇଛି।
  • ପୁରୀର କେତୋଟି ନିର୍ବାଚନମଣ୍ଡଳୀରେ ହେବ ମତଦାନ:
  • ଜିଲ୍ଲାର 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ 23 ଓ 29 ତାରିଖରେ ଭୋଟ ଗ୍ରହଣ ହେବ।
  • ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ମାର୍ଚ୍ଚ 28ରୁ ପ୍ରାର୍ଥୀପତ୍ର ଦାଖଲ ହୋଇ ଏପ୍ରିଲ4 ରେ ସରିବ।
  • ସେହିପରି ନିମାପଡା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏପ୍ରିଲ2ରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇ 9 ତାରିଖରେ ଶେଷ ହେବ।

କେମିତି ରହିବ ମତଦାନ ପରିଚାଳନାର ବ୍ୟବସ୍ଥା:

  • ପ୍ରଥମ ଥର ପାଇଁ ଜିଲ୍ଲାର 181 ଜଣ ସେକ୍ଟର ଅଫିସରଙ୍କ ଗାଡ଼ିରେ ଲାଗିବ ଜିପିଏସ ସିଷ୍ଟମ।
  • ମୋଟ 1593ଟି ବୁଥ ବ୍ୟବସ୍ଥା କରାଯିବ
  • 145ଟି କ୍ରିଟିକାଲ ବୁଥ ରହିଛି
  • ବୁଥରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
  • ପ୍ରତିଟି ବୁଥରେ ଦୁଇ ଯୋଡ଼ା ଇଭିଏମ ଓ ଭିଭିପାଟ୍ ମେସିନ ରହିବ
  • 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 13 ଲକ୍ଷ , 54 ହଜାର 255 ଜଣ ଭୋଟର ରହିଛନ୍ତି।
  • ପ୍ରଥମ ଥର ପାଇଁ ଭୋଟ ଦେବାକୁ ଥିବା ଯୁବ ଭୋଟର ରହିଛନ୍ତି 21 ହଜାର 450
  • ପୁରୁଷ ଭୋଟର 7 ଲକ୍ଷ 4 ହଜାର 241 ଓ ମହିଳା ଭୋଟର 6 ଲକ୍ଷ 41 ହଜାର 154।
  • 163ଟି ବୁଥରେ ୱେବ କାଷ୍ଟିଙ୍ଗ, 85ଟି ବୁଥରେ ମାଇକ୍ରୋ ଅବଜରଭର, 160ଟି ବୁଥରେ ଷ୍ଟିଲ ଫଟୋଗ୍ରାଫି, 239 ଟି ବୁଥରେ ଭିଡିଓ ଗ୍ରାଫି କରାଯିବ।
  • ନିର୍ବାଚନ ପରିଚଳନା ପାଇଁ 12 ହଜାର 448 ଜଣ କର୍ମଚାରୀ ନିୟୋଜିତ ହେବେ ।
  • ମେ 23 ତାରିଖରେ ପୁରୀର ସେଣ୍ଟ୍ରାଲ ସ୍କୁଲରେ ହେବ ଭୋଟ ଗଣତି

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

ପୁରୀର ଭିଆଇପି ରୋଡ଼, ବଡ଼ ଦାଣ୍ଡ, ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସି ବିଚ୍ ସମେତ ସହର ଭିତରେ ଥିବା ସବୁ ରାଜନୈତିକ ଦଳର ହୋର୍ଡିଂ ହଟାଯାଇଛି।

ପୁରୀର କେତୋଟି ନିର୍ବାଚନମଣ୍ଡଳୀରେ ହେବ ମତଦାନ:

ଜିଲ୍ଲାର 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ 23 ଓ 29 ତାରିଖରେ ଭୋଟ ଗ୍ରହଣ ହେବ।

ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ମାର୍ଚ୍ଚ 28ରୁ ପ୍ରାର୍ଥୀପତ୍ର ଦାଖଲ ହୋଇ ଏପ୍ରିଲ4 ରେ ସରିବ।

ସେହିପରି ନିମାପଡା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏପ୍ରିଲ2ରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇ 9 ତାରିଖରେ ଶେଷ ହେବ।

କେମିତି ରହିବ ମତଦାନ ପରିଚାଳନାର ବ୍ୟବସ୍ଥା:

ପ୍ରଥମ ଥର ପାଇଁ ଜିଲ୍ଲାର 181 ଜଣ ସେକ୍ଟର ଅଫିସରଙ୍କ ଗାଡ଼ିରେ ଲାଗିବ ଜିପିଏସ ସିଷ୍ଟମ।

ମୋଟ 1593ଟି ବୁଥ ବ୍ୟବସ୍ଥା କରାଯିବ

145ଟି କ୍ରିଟିକାଲ ବୁଥ ରହିଛି

ବୁଥରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପ୍ରତିଟି ବୁଥରେ ଦୁଇ ଯୋଡ଼ା ଇଭିଏମ ଓ ଭିଭିପାଟ୍ ମେସିନ ରହିବ

6ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 13 ଲକ୍ଷ , 54 ହଜାର 255 ଜଣ ଭୋଟର ରହିଛନ୍ତି।

ପ୍ରଥମ ଥର ପାଇଁ ଭୋଟ ଦେବାକୁ ଥିବା ଯୁବ ଭୋଟର ରହିଛନ୍ତି 21 ହଜାର 450

ପୁରୁଷ ଭୋଟର 7 ଲକ୍ଷ 4 ହଜାର 241 ଓ ମହିଳା ଭୋଟର 6 ଲକ୍ଷ 41 ହଜାର 154।

163ଟି ବୁଥରେ ୱେବ କାଷ୍ଟିଙ୍ଗ, 85ଟି ବୁଥରେ ମାଇକ୍ରୋ ଅବଜରଭର, 160ଟି ବୁଥରେ ଷ୍ଟିଲ ଫଟୋଗ୍ରାଫି, 239 ଟି ବୁଥରେ ଭିଡିଓ ଗ୍ରାଫି କରାଯିବ।

ନିର୍ବାଚନ ପରିଚଳନା ପାଇଁ 12 ହଜାର 448 ଜଣ କର୍ମଚାରୀ ନିୟୋଜିତ ହେବେ ।

ମେ 23 ତାରିଖରେ ପୁରୀର ସେଣ୍ଟ୍ରାଲ ସ୍କୁଲରେ ହେବ ଭୋଟ ଗଣତି

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.