ETV Bharat / city

ନାବାଳିକାକୁ ଦୁଷ୍କର୍ମ, ସମ୍ପର୍କୀୟ ବଡବାପାକୁ ବାନ୍ଧିଲା ପୋଲିସ

author img

By

Published : May 19, 2022, 9:15 AM IST

ନିମାପଡ଼ାରେ ଚାଞ୍ଚଲ୍ୟ । ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ବଡବାପାକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବଡବାପାଙ୍କ ନାଁରେ ଏତଲା

ପୁରୀ/ନିଆଳି: ନିମାପଡ଼ାରେ ଚାଞ୍ଚଲ୍ୟ । ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘରେ କେହି ନଥିବାର ସୁଯୋଗ ନେଇ ପୀଡିତାଙ୍କ ବଡବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନିମାପଡ଼ା ଥାନା ଅଞ୍ଚଳରୁ ଏଭଳି ପାଶବିକତା ସାମ୍ନାକୁ ଆସିଛି ।

ସୂଚନାଅନୁସାରେ, ନିମାପଡ଼ା ଥାନା ଅନ୍ତର୍ଗତ ଏକ ଗ୍ରାମରେ ବାପା ଓ ମା ଘରେ ନଥିବା ବେଳେ 17ବର୍ଷର ନାବାଳିକା ଘରେ ଏକୁଟିଆ ରହିଥିବା ସମୟରେ ଏହାର ସୁଯୋଗ ନେଇ ସମ୍ପର୍କୀୟ ବଡବାପା ଘରେ ପଶି ଦୁଷ୍କର୍ମ କରିଥିଲା । ବାପା ଏବଂ ମା ଘରକୁ ଫେରିବା ପରେ ଝିଅ ଠାରୁ ସମସ୍ତ ଘଟଣା ଶୁଣି ନିମାପଡା ଥାନାରେ ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ହେଲା ପୂର୍ଣଚନ୍ଦ୍ର ମହାକୁଡ଼ । ପୀଡିତାଙ୍କ ଡାକ୍ତରୀ ମାଇନା ସହ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.