ବ୍ରହ୍ମଗିରି: 'ଫନି' କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ଦାବିରେ ଗଣଧାରଣା । ଫନି ବାତ୍ୟା କ୍ଷତିଗ୍ରସ୍ତ ସଂଗ୍ରାମ ସମିତି ପକ୍ଷରୁ ବ୍ରହ୍ମଗିରି ବ୍ଲକ୍ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଗଣଧାରଣା ଦିଆଯାଇଛି ।
କୋରୋନା କଟକଣାକୁ ଦୃଷ୍ଟିରେ ରଖି ସମିତିର ପଦାଧିକାରୀ ଓ କିଛି ସଂଗ୍ରାମୀକୁ ନେଇ ଏହି ଗଣଧାରଣା ଦିଆଯାଇଛି । ଗତ ଫନି ବାତ୍ୟାରେ ବ୍ରହ୍ମଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ କୌଣସି ସହାୟତା କ୍ଷତିଗ୍ରସ୍ତଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏହି ଘୋଷିତ ସହାୟତା ଯୋଗାଇବାରେ ବ୍ୟାପକ ଦୁର୍ନୀତି ହୋଇଥିବା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ