ପୁରୀ: ଦାଦାଵଟି ମାଗିବା ପଡିଲା ମହଙ୍ଗା । ଦାଦାବଟି ଆଦାୟ କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୁରୀ ଟାଉନଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ମଣିକାର୍ନିକା ସାହି ହଜୁରୀ ଲେନର ସୂର୍ଯ୍ୟ ନାରାୟଣ ପୂର୍ଣ୍ଣ ପଣ୍ଡା । ପୋଲିସ ର ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ ଗତ ମେ ମାସ 22 ତାରିଖ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଗଣେଶ ପ୍ରତିହାରୀଙ୍କୁ 15 ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା।
ତେବେ ଗଣେଷ ଦାଦାଵଟି ଦେବା ପାଇଁ ମନା କରିବାରୁ ଅଭିଯୁକ୍ତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଏକ ଲୁହା ପାଇପରେ ମରଣାନ୍ତକ ଆକ୍ରମଣ କରିଥିଲା। ସୌଭାଗ୍ୟ ବସଃତ ଗଣେଶ ପ୍ରତିହାରୀ ସେଠାରୁ ଖସି ଆସି ଟାଉନ ଥାନାରେ ଏ ନେଇ ଏତଲା ଦେଇଥିଲେ। ତେବେ ପୋଲିସ ସେହି ସ୍ଥାନରେରେ ଚଢ଼ାଉ କଲା ବେଳେ ଅଭିଯୁକ୍ତ ଜଣକ ପୂର୍ବରୁ ଫେରାର ହୋଇଯାଇଥିଲେ । ତେବେ ରଜ ସଂକ୍ରାନ୍ତିରେ ଅଭିଯୁକ୍ତ ନିଜ ଘରକୁ ଆସିଥିବା ପୋଲିସକୁ ଖବର ମିଳିଥିଲା । ପରେ ଚଢ଼ାଉ କରି ସୂର୍ଯ୍ୟ ନାରାୟଣ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ