ETV Bharat / city

ଅନୁକୂଳ ହେଲା ରଥକାଠ, ଚନ୍ଦନଯାତ୍ରାରେ ଏକାକୀ ଚାପ ଖେଳିଲା ଚକାଆଖି - PURI Sri jagannath latest news

ଆଜି ପବିତ୍ର ଅକ୍ଷୟ ତୃତୀୟ । ମହାପ୍ରଭୁଙ୍କ ରଥ କାଠ ଅନୁକୂଳ ସହ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି ।ଗତବର୍ଷ କୋରୋନା ମହାମାରୀ ପାଇଁ ଶ୍ରୀମନ୍ଦିର ଭିତରେ ପ୍ରତିକାତ୍ମକ ଭାବେ ରଥନିର୍ମାଣ ଅନୁକୂଳ ଓ ବାହାର ଚନ୍ଦନ ଯାତ୍ରା ହୋଇଥିବାବେଳେ ଚଳିତବର୍ଷ ବିନାଭକ୍ତର ଓ କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଯାତ୍ରା। ଅଧିକ ପଢନ୍ତୁ...

chandan yatra
ଅନୁକୂଳ ହେଲା ରଥକାଠ, ବିନା ଭକ୍ତରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା
author img

By

Published : May 15, 2021, 10:32 PM IST

ପୁରୀ: ବିନା ଭକ୍ତରେ ହେଲା ମହାପ୍ରଭୁଙ୍କ ଚନ୍ଦନଯାତ୍ରା । ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା । ତିନିଜଣ ପୂଜାପଣ୍ଡା ତିନି ରଥର ମୁଖ୍ୟ ବିଶ୍ବକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ବିଶ୍ବକର୍ମା ମହାରଣା ସୁବର୍ଣ୍ଣ କୁରାଢ଼ୀ ସ୍ପର୍ଶ କରି ରଥନିର୍ମାଣ ଅନୁକୂଳ କରିଥିଲେ।

ଅନୁକୂଳ ହେଲା ରଥକାଠ, ବିନା ଭକ୍ତରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା

ଚନ୍ଦନ ଯାତ୍ରାରେ ସବୁବର୍ଷ ଭକ୍ତଙ୍କ ଗହଳ ଚହଳ,ହରିବୋଲ ହୁଳହୁଳି ଧ୍ବନିରେ ଫାଟିପଡେ ବଡ଼ଦାଣ୍ଡ । କିନ୍ତୁ ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଆଜ୍ଞାମାଳ ପାଇବା ପରେ ବିନା ଭକ୍ତରେ ମଣିବିମାନ ଓ ପାଲିଙ୍କିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ବିଜେ କରିଥିଲେ । ଏହା ପୂର୍ବରୁ ରଥନିର୍ମାଣ ନିମନ୍ତେ ଦୁଇଜଣ ଦେଉଳ ପୁରୋହିତ ଓ ୧୧ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ହୋମ କରାଯାଇଥିଲା । ବ୍ୟାରିକେଡ ମଧ୍ୟରେ ୩ ଖଣ୍ଡ ଧଉରା କାଠ ରଖାଯାଇଥିଲା । ପୂଜାପଣ୍ଡା ଆଜ୍ଞାମାଳ ବିଶ୍ବକର୍ମା ମହାରଣାଙ୍କୁ ପ୍ରଦାନ କରିବା ପରେ ଜଳ ସିଞ୍ଚନ କରାଯାଇ ସୁବର୍ଣ୍ଣ କୁରାଢ଼ୀ ଦ୍ବାରା ରଥ ଅନୁକୂଳ ହୋଇଥିଲା ।

ଏହାପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖ,ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି,ଛତିଶା ନିଯୋଗ ମହାନାୟକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରଥ ନିର୍ମାଣରେ ସଂପୃକ୍ତ ସେବାୟତଙ୍କ ଶାଢ଼ୀ ବନ୍ଧା ଯାଇଥିଲା। ଭୋଇ ସେବକମାନେ ମହାପ୍ରସାଦ ଓ ନଡ଼ିଆ ଥୋଇ ଶାବଳ ପୂଜା କରିଥିଲେ।ରଥନିର୍ମାଣ ଅନୁକୂଳ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ । ପ୍ରସ୍ତୁତ ହୋଇଥିବା ନନ୍ଦା ଓ ଭଦ୍ରା ଚାପରେ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ଜଳକ୍ରୀଡ଼ା କରିଥିଲେ।ଏହି ଦୃଶ୍ୟ ଥିଲା ଅପୂର୍ବ ଓ ମନୋରମ ।

ଗତବର୍ଷ କୋରୋନା ମହାମାରୀ ପାଇଁ ଶ୍ରୀମନ୍ଦିର ଭିତରେ ପ୍ରତିକାତ୍ମକ ଭାବେ ରଥନିର୍ମାଣ ଅନୁକୂଳ ଓ ବାହାର ଚନ୍ଦନ ଯାତ୍ରା ହୋଇଥିବାବେଳେ ଚଳିତବର୍ଷ ବିନାଭକ୍ତର ଓ କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଯାତ୍ରା।ଏଥସହ ଆସନ୍ତାକାଲି ଠାରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବାୟତ ସଙ୍ଗରୋଧରେ ରହିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.