ETV Bharat / city

ପୁରୀ ସମୁଦ୍ରକୂଳରେ ମାଛ ମଡ଼କ, ଚିନ୍ତାରେ ମତ୍ସ୍ୟଜୀବୀ - dead fish at peri sea beach

ସମୁଦ୍ରକୂଳରେ ପୁଣି କୁଢ଼କୁଢ଼ ମାଛ ମଡ଼କ ଦେଖିବାକୁ ମିଳିଛି । ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରୁ କ୍ୟାମେଲିଆ ହୋଟେଲ ପର୍ଯ୍ୟନ୍ତ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ପୁରୀ ସମୁଦ୍ର କୁଳରେ ମାଛ ମଡ଼କ, ଚିନ୍ତାରେ ମତ୍ସ୍ୟଜୀବୀ

author img

By

Published : Nov 15, 2021, 7:57 PM IST

ପୁରୀ: ସମୁଦ୍ରକୂଳରେ ପୁଣି କୁଢ଼କୁଢ଼ ମାଛ ମଡ଼କ ଦେଖିବାକୁ ମିଳିଛି । ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରୁ କ୍ୟାମେଲିଆ ହୋଟେଲ ପର୍ଯ୍ୟନ୍ତ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି । ମାଛ ମଡ଼କର ପ୍ରକୃତ କାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି | ଲଘୁଚାପ ପ୍ରଭାବରେ ମାଛ ମଡ଼କ ପଡ଼ିଥିବା ସନ୍ଦେହ କରାଯାଉଛି ।

ପୁରୀ ସମୁଦ୍ର କୁଳରେ ମାଛ ମଡ଼କ, ଚିନ୍ତାରେ ମତ୍ସ୍ୟଜୀବୀ

କେହି କେହି ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢ଼ିବା ଯୋଗୁଁ ମାଛ ମଡ଼କ ଦେଖା ଦେଇଥିବା ମତ ରଖିଛନ୍ତି | ମାଛ ମଡ଼କର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ଥିବାବେଳେ ପୁରୀ ଉପକୂଳରେ ଏଭଳି ମଲା ମାଛ ନେଇ ଅନୁସନ୍ଧାନର ଆବଶ୍ୟକତା ରହିଛି । ସେପଟେ ମାଛ ମଡ଼କକୁ ନେଇ ମତ୍ସ୍ୟଜୀବୀ ଚିନ୍ତାରେ ରହିଛନ୍ତି ।

ଗତ ମେ' ମାସରେ ମଧ୍ୟ ଏଭଳି ମାଛ ମଡ଼କ ମଧ୍ୟ ଦେଖିବାକୁ ମିଳିଥିଲା | ତେବେ ମାଛ ମଡ଼କ ଘଟଣାକୁ ନେଇ ପ୍ରଶାସନକୁ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.