ଭୁବନେଶ୍ବର: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସଵ । ରୁକ୍ମଣୀ ହରଣ ଏକାଦଶୀ । ସେଥିପାଇଁ ଆଜି (ସୋମବାର) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ରହିଛି ।
ସକାଳ ଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ହୋଇଥାଏ । ପରେ ମଦନ ମୋହନ ରତ୍ନ ସିଂହାସନକୁ ବିଜେ ହୋଇଥାନ୍ତେ । ଭୋଗ ମଣ୍ଡପ ଶେଷ ପରେ ମଦନ ମୋହନ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଜୟବିଜୟ ଦ୍ବାରକୁ ବିଜେ କରିଥାନ୍ତି ।
ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀ ଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ ରୁକ୍ମଣୀଙ୍କୁ ଦେଇଥାନ୍ତି । ପରେ ମହାଜନ ସେବକ ରୁକ୍ମଣୀଙ୍କୁ ସାତପାହାଚ ରେ ଥିବା ପାଲିଙ୍କି ରେ ବିଜେ କରାଇବେ । ପରେ ବିମାନବଡୁ ସେବକ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରାଇ ଅନ୍ୟାନ୍ୟ ନୀତି ବଢିବା ପରେ ବେଶ ସମ୍ପର୍ଣ୍ଣ ହୋଇଥାଏ ।
ଏହା ପରେ ପୁନର୍ବାର ଅନ୍ୟାନ୍ୟ ନୀତି ବଢ଼ି ଶ୍ରୀବିଗ୍ରହ ମାନଙ୍କ ମହାସ୍ନାନ ହୋଇ ନୂଆଲୁଗା ଲାଗି କରାଯିବା ପରେ ସନ୍ଧ୍ୟା ଧୂପ ନୀତି ବଢ଼ି ସାରିବା ପରେ ମହାପ୍ରଭୁଙ୍କ ବିବାହ ଉତ୍ସଵ ଅନୁଷ୍ଠିତ ହୋଇଥାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ