ETV Bharat / city

ଆରମ୍ଭ ହେଲା ପ୍ରଭୁ ଅଲାରନାଥଙ୍କ ପବିତ୍ର ଝୁଲଣ ଯାତ୍ରା - ଶ୍ରାବଣ ମାସ ଶୁକ୍ଳ ଦଶମୀ

ପ୍ରଭୁ ଅଲାରନାଥଙ୍କର ପବିତ୍ର ଝୁଲଣ ଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇଛି । ଶ୍ରାବଣ ମାସ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ 5 ଦିନ ଧରି ଏହି ଯାତ୍ରା ଚାଲିବ ।

ଫଟୋ ସୌଜନ୍ୟ: ପ୍ରତିନିଧି ବ୍ରହ୍ମପୁର
author img

By

Published : Aug 11, 2019, 6:13 AM IST

Updated : Aug 11, 2019, 9:33 AM IST

ବ୍ରହ୍ମଗିରି: ଆରମ୍ଭ ହୋଇଛି ପ୍ରଭୁ ଅଲାରନାଥଙ୍କ ପବିତ୍ର ଝୁଲଣ ଯାତ୍ରା । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପ୍ରଭୁ ଅଲାରନାଥଙ୍କ ଝୁଲଣ ଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇ 5ଦିନ ଧରି ଚାଲିବ । ମହା ଆଡମ୍ବରରେ ଶ୍ରାବଣ ମାସ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ ।

ଶନିବାର ମଧ୍ୟାହ୍ନ ଧୂପ ପରେ, ମନ୍ଦିର ପରିସରରେ ଥିବା ଝୁଲଣ ପିଣ୍ଡିରେ ହୋମ କରାଯାଇଥିଲା । ସନ୍ଧ୍ୟା ଧୂପ ପରେ ଚଳନ୍ତି ପ୍ରତିମା ମଦନ ମୋହନ, ମା ଲକ୍ଷ୍ମୀ ଓ ସରସ୍ବତୀ ଝୁଲଣ ବେଦିକୁ ବିଜେ କରିଥିଲେ । ସେବାୟତ ମାନେ ବାହୁ ବିଜେରେ ମନ୍ଦିର ପରିକ୍ରମା କରାଇ ଝୁଲଣ ବେଦିରେ ବିଜେ କରାଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବ୍ରହ୍ମଗିରି

ସୁସଜ୍ଜିତ ଦୋଳିରେ ପ୍ରଭୁ ଝୁଲି ଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ 5ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା, ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ । ରାତିରେ ଝୁଲୁଥିବା ପ୍ରଭୁଙ୍କ ପାଖରେ ମାଣ୍ଡୁଅ, ଖଣ୍ଡ ଉଖୁଡା଼ ଓ ଫଳ ଲାଗି କରାଯାଇ ଠାକୁର ମାନଙ୍କୁ ମନ୍ଦିର ଭିତରକୁ ନିଆଯିବ। ଏହାପରେ ବଡ଼ସିଂହାର ବେଶ ହେବ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ଅଲାରନାଥଙ୍କ ଝୁଲଣ ଯାତ୍ରା।
ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ପ୍ରଭୁ ଅଲାରନାଥଙ୍କ ଝୁଲଣ ଯାତ୍ରା
ଶନିବାର ଠାରୁ ଆରମ୍ଭ ହୋଇଯାଇଛି।Body:ଶ୍ରାବଣ ମାସ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣମୀ 5ଦିନ ଧରି ପ୍ରଭୁ ଅଲାରନାଥଙ୍କ ପୀଠରେ ଝୁଲଣ ଯାତ୍ରା ଆରମ୍ଭ ହୋଇଯାଇଛି।
ଶନିବାର ଦିନ ମଧ୍ୟାନ ଧୂପ ପରେ ମନ୍ଦିର ପରିସରରେ ଥିବା ଝୁଲଣ ପିଣ୍ଡିରେ ମନ୍ଦିର ପୁରହିତଙ୍କ ଦ୍ଵାରା ହୁମ କରାଯାଇ ଥିଲା।
ସଂଧ୍ୟା ଧୂପ ପରେ ଚଳନ୍ତି ପ୍ରତିମା ମଦନ ମୋହନ ,ଲକ୍ଷ୍ମୀ ଓ ସରସ୍ୱତୀ ଙ୍କୁ ସେବାୟତ ମାନେ ବାହୁ ବିଜେ ରେ ମନ୍ଦିର ପରିକ୍ରମା କରାଇ ଝୁଲଣ ବେଦିରେ ବିଜେ କରଯାଇଥିଲା।ସୁ ସଜିତ ଦୋଳିରେ ପ୍ରଭୁଙ୍କୁ ଝୁଲା ଯାଇଥିଲା।
5ଦିନ ଧରି ଏଠାରେ ମନ୍ଦିର ପ୍ରଶାସନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଲ,ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ।
ରାତିରେ ଝୁଲୁଥିବା ପ୍ରଭୁଙ୍କ ପାଖରେ ମାଣ୍ଡୁଅ,ଖଣ୍ଡ ଉଖୁଡା଼ ଓ ଫଳ ଲାଗି କରାଯାଇ ଠାକୁର ମାନଙ୍କୁ ମନ୍ଦିର ଭିତରକୁ ନିଆଯିବ।ପାରେ ବଡ଼ସିଂହାର ବେଶ ହୋଇ ପହଡ଼ ପଡ଼ିବ।Conclusion:ଦେବାଶିଷ ଦାସ,ବ୍ରହ୍ମଗିରି
Byte1. Nilamani suar, sebaka
Last Updated : Aug 11, 2019, 9:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.