ETV Bharat / city

ନରେନ୍ଦ୍ର ପୁଷ୍କରିଣୀରେ ଖୁବଶୀଘ୍ର ପୁନଃ ଆରମ୍ଭ ହେବ ଲାଇଟ୍ ଓ ସାଉଣ୍ଡ ସୋ - ନରେନ୍ଦ୍ର ପୁଷ୍କରିଣୀ

ରେନ୍ଦ୍ର ପୁଷ୍କରିଣୀରେ ଖୁବଶୀଘ୍ର ପୁନଃ ଆରମ୍ଭ ହେବାକୁଯାଉଛି ଲାଇଟ ଓ ସାଉଣ୍ଡ ସୋ । ଏହା ସହ ଜଳଫୁତ୍କାର ମଧ୍ୟ ଆରମ୍ଭ ହେବ । ଅଧିକ ପଢନ୍ତୁ...

ନରେନ୍ଦ୍ର ପୁଷ୍କରିଣୀରେ ଖୁବଶୀଘ୍ର ପୁନଃ ଆରମ୍ଭ ହେବ ଲାଇଟ୍ ଓ ସାଉଣ୍ଡ ସୋ

author img

By

Published : Nov 21, 2020, 4:03 AM IST

ପୁ୍ରୀ: ନରେନ୍ଦ୍ର ପୁଷ୍କରିଣୀରେ ଖୁବଶୀଘ୍ର ପୁନଃ ଆରମ୍ଭ ହେବାକୁଯାଉଛି ଲାଇଟ ଓ ସାଉଣ୍ଡ ସୋ । ଏହା ସହ ଜଳଫୁତ୍କାର ମଧ୍ୟ ଆରମ୍ଭ ହେବ । ଦୈନିକ ଅଧ ଘଣ୍ଟାଏ ଲେଖାଏଁ ଦୁଇଥର ସୋ ପ୍ରଦର୍ଶିତ ହେବ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ଐତିହ୍ୟ ବଜାୟ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି ।

ଆସନ୍ତା ତିନି ସପ୍ତାହ ମଧ୍ୟରେ ଆନୁଷଙ୍ଗିକ ମରାମତି କାମ ଶେଷକରି ଏହାକୁ ଚାଲୁ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୋ ଧାମ ମୋ ଗର୍ବ ଟିମ ଶୁକ୍ରବାର ନରେନ୍ଦ୍ର ପୁଷ୍କରିଣୀ ଓ ଏହାର ଚାରିପାଖ ବୁଲି ଦେଖିବା ସହ ଉନ୍ନତିକରଣ କରିବା ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ନରେନ୍ଦ୍ର ପୁଷ୍କରିଣୀରେ ଖୁବଶୀଘ୍ର ପୁନଃ ଆରମ୍ଭ ହେବ ଲାଇଟ୍ ଓ ସାଉଣ୍ଡ ସୋ
ନରେନ୍ଦ୍ର ପୁଷ୍କରିଣୀରେ ଖୁବଶୀଘ୍ର ପୁନଃ ଆରମ୍ଭ ହେବ ଲାଇଟ୍ ଓ ସାଉଣ୍ଡ ସୋ

ସକାଳ ଓ ଅପରାହ୍ନ ସମୟରେ ପରିମଳ ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ । ପୁଷ୍କରିଣୀ ଚତୁଃପାର୍ଶ୍ବକୁ ବାହ୍ୟ ମଳମୁକ୍ତ ଅଞ୍ଚଳ ଭାବେ ରଖିବା ପାଇଁ ପଦକ୍ଷେପ ନିଆଯିବା ସହ ଆଲୋକିକରଣ ଓ ସିସିଟିଭି ଲଗାଯିବ । ଏହି ଟିମରେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ନେତୃତ୍ବରେ ଜିଲ୍ଲାପ୍ରଶାସନ, ପୌର ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରମୁଖ ଅଧିକାରୀ ମାନେ ସାମିଲ ଥିଲେ । ଏଥିସହ ଶ୍ରାଦ୍ଧ ଓ ପିଣ୍ଡଦାନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା, ଗାଧୁଆ ତୁଠ, ବସ୍ତ୍ର ବଦଳାଇବା ଗୃହ, ପାହାଚ ଓ ପାଚେରୀ ମରାମତି କାମ, ଶୌଚାଳୟ ନିର୍ମାଣ, ଐତିହ୍ୟ ସମ୍ପନ୍ନ ପେଣ୍ଟିଂ କାର୍ଯ୍ୟ ଶେଷ କରିବାକୁ କରିବାକୁ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନରେନ୍ଦ୍ର ପୁଷ୍କରିଣୀ ଉନ୍ନୟନ ତଦାରଖ ନିମନ୍ତେ କୌଣସି କମିଟି ନଥିବାରୁ ସ୍ଥାନୀୟ ସାହି ନେତୃବୃନ୍ଦଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏହି କମିଟି ନରେନ୍ଦ୍ର ପୁଷ୍କରିଣୀ ଉନ୍ନୟନ କାମ ଓ ପରିଚାଳନା ସମ୍ପର୍କରେ ମତାମତ ଦେବେ । ଏହି ଗଠନ ପ୍ରକ୍ରିୟା ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ସପ୍ତାହକ ମଧ୍ୟରେ ଶେଷ କରାଯିବ । ଏହାପରେ ଏହି ଟିମ ଜଟିଆ ବାବା ଆଶ୍ରମ ବୁଲିଦେଖିବା ସହ ପରିସରରେ ପରିମଳ ଓ ଆବର୍ଜନାରୁ ଜୈବିକ ସାର ପ୍ରସ୍ତୁତ କରିବାକୁ ଏହିଟିମ ପରାମର୍ଶ ଦେଇଥିଲେ । ଟିମରେ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଶ୍ରୀ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.