ETV Bharat / city

ପୁରୀରେ ହେବ ଅର୍ନ୍ତଜାତୀୟ ବିମାନ ବନ୍ଦର, ଚିହ୍ନଟ ହେଲା ଜମି - ପୁରୀ ଗସ୍ତରେ ଏୟାରପୋର୍ଟ ଅଥରିଟି ପ୍ରତିନିଧି ଦଳ

ପୁରୀରେ ହେବ ଅର୍ନ୍ତଜାତୀୟ ବିମାନ ବନ୍ଦର । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ପ୍ରତିନିଧି ଦଳ ପୁରୀ ଆସି ସ୍ଥାନ ଦେଖିବା ପରେ ଜିଲ୍ଲାପାଳଙ୍କ ସହ କଲେ ବୈଠକ । ଅଧିକ ପଢ଼ନ୍ତୁ

ପୁରୀରେ ହେବ ଅର୍ନ୍ତଜାତୀୟ ବିମାନ ବନ୍ଦର, ଚିହ୍ନଟ ହେଲା ଜମି

author img

By

Published : Jul 27, 2022, 8:04 PM IST

ପୁରୀ: ଶଙ୍ଖକ୍ଷେତ୍ରରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଗ୍ରୀନଫିଲ୍ଡ ଏୟାରପୋର୍ଟ । ପୁରୀ-ବ୍ରହ୍ମଗିରି ରାସ୍ତାର ସିପସରୁବାଲି ଅଞ୍ଚଳ ନିକଟସ୍ଥ ଜିରାଲାରେ ହେବ ଏୟାରପୋର୍ଟ । ଆଜି ଇଡ୍‌କୋର ଏକ ୩ ଜଣିଆ ଟିମ୍ ପୁରୀ ଆସି ଜମି ଅଧିଗ୍ରହଣ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଜଙ୍ଗଲ ଓ ପରିବେଶଗତ ଦିଗ ସହ CRZ ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ବିମାନ ବନ୍ଦରର କିଛି ଅଂଶ ଆସୁଛି । ତେବେ ସବୁ ପ୍ରତିବନ୍ଧକକୁ ଦୂର କରି ଖୁବଶୀଘ୍ର ଏୟାରପୋର୍ଟ ପାଇଁ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପୁରୀରେ ହେବ ଅର୍ନ୍ତଜାତୀୟ ବିମାନ ବନ୍ଦର, ଚିହ୍ନଟ ହେଲା ଜମି

ପୁରୀ ବିମାନ ବନ୍ଦର ପାଇଁ ଗିରଳ ଛକରେ ଥିବା ପ୍ରାୟ ୧୫୦୦ ଏକର ଜମି ଚିହ୍ନଟ ହୋଇଛି । ପୂର୍ବରୁ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ପୁରୀ ଆସୁଥିଲେ । କିନ୍ତୁ ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ପର୍ଯ୍ୟଟକ ଆଉ ଭୁବନେଶ୍ୱରରେ ନଓହ୍ଲାଇ ପୁରୀକୁ ସିଧାସଳଖ ଆସିପାରିବେ । ଏହାଦ୍ବାରା ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟବସାୟୀ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଆର୍ଥିକ କ୍ଷେତ୍ରରେ ଉପକୃତ ହୋଇପାରିବେ । ପୁରୀରେ ବିମାନ ବନ୍ଦର ନିର୍ମାଣକୁ ନେଇ ସାଧାରଣରେ ସ୍ୱାଗତ କରାଯାଇଛି ।

ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ପରାମର୍ଶକୁ ଭିତ୍ତି କରି ଆବଶ୍ୟକ ସର୍ଭେ ପାଇଁ ରାଜ୍ୟ ସରକାର ୧୭ ଲକ୍ଷ ୧୧ ହଜାର ଟଙ୍କା ମଞ୍ଜୁର କରିଥିଲେ । ଏହି ଅର୍ଥ ପାଇବା ପରେ DRS ନାମକ ସ୍ଵୀକୃତପ୍ରାପ୍ତ ସଂସ୍ଥା ଦ୍ବାରା ଭୂତଳ ସର୍ଭେ ସହ ପ୍ରସ୍ତାବିତ ସ୍ଥାନ ଯାଞ୍ଚ କରାଯାଇଛି । ଏଥିସହ ଏରୋଡ୍ରମ ସର୍ଭେ, ପ୍ରସ୍ତାବିତ ବିମାନ ଅବତରଣ ସ୍ଥାନ (run way), ବିମାନ ବନ୍ଦର ନିୟନ୍ତ୍ରଣ କକ୍ଷ, ନକ୍ସା ପ୍ରସ୍ତୁତି, ଗାଡ଼ି ପାର୍କିଂ, ବିମାନ ବିଶ୍ରାମସ୍ଥଳ ସ୍ଥାନ ଚିହ୍ନଟ କରାଯାଉଛି । ଖୁବଶୀଘ୍ର ଏୟାରପୋର୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଜମି ଅଧିଗ୍ରହଣ, ଟେକ୍ନୋ ଫିଜିବିଲିଟି ସର୍ଭେ ଓ ସମସ୍ତ ଅନୁମତି ହାସଲ ପରେ ଖୁବଶୀଘ୍ର ଶ୍ରୀଜଗନ୍ନାଥ ଗ୍ରୀନଫିଲଡ଼ ଏୟାରପୋର୍ଟ କାମ ଆରମ୍ଭ ହେବ । ଆସନ୍ତା ଦୁଇବର୍ଷ ମଧ୍ୟରେ ବିମାନ ବନ୍ଦର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.