ETV Bharat / city

ଆଜି ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ, ଶ୍ରୀଅଙ୍ଗରେ ଲାଗିବ ରତ୍ନ ଅଳଙ୍କାର

ଆଜି(ରବିବାର) ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ । ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ଏହି ବେଶ ଅନୁଷ୍ଠିତ ହୁଏ । ଅଧିକ ପଢନ୍ତୁ...

author img

By

Published : Sep 5, 2021, 7:21 AM IST

ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ
ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ

ପୁରୀ: ଜନ୍ମାଷ୍ଟମୀ ଦିନଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହେଉଛି । ଆଜି(ରବିବାର) ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ । ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ଏହି ବେଶ ଅନୁଷ୍ଠିତ ହୁଏ । ଏହି ବେଶରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀବଳରାମଙ୍କୁ ବଳରାମ ବେଶରେ ସୁସଜ୍ଜିତ କରାଯାଏ । ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରନ୍ତି । କୃଷ୍ଣ ବଳରାମ କାଷ୍ଠ ନିର୍ମିତ ଦୁଇ ଗୋଡ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି ।

ଜଗନ୍ନାଥଙ୍କର ଗୋଟିଏ ହସ୍ତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଥାଏ । ବଳରାମଙ୍କର ଗୋଟିଏ ହାତରେ ଶିଘାଂ ଓ ଗୋଟିଏ ହାତରେ ପଦ୍ମ ଫୁଲ ଥାଏ । କିରୀଟ ଉପରେ ସୋଲ ନିର୍ମିତ ସପ୍ତଫେଣିଆ ସର୍ପ ବିରାଜମାନ କରିଥାଏ । ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଲେଖାଏଁ କିରୀଟଯୁକ୍ତ ପାଗ ପିନ୍ଧିଥାନ୍ତି । ଅନେକ ରତ୍ନ ଅଳଙ୍କାର ଶ୍ରୀଅଙ୍ଗରେ ଶୋଭା ପାଉଥାଏ ।

ଦୁଇ ଠାକୁରଙ୍କ ଦୁଇ ପାର୍ଶ୍ବରେ ନନ୍ଦ, ଉପନନ୍ଦ,ବାସୁଦେବ, ଗୋପାଳ ବାଳକମାନେ, ଗୋପୀ, ବ୍ରହ୍ମା, ନାରଦ, ରୋହିଣୀ, ଯଶୋଦା ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ । ଠାକୁରଙ୍କ ଆଗରେ ୪ଟି ଗାଈ ରଖାଯାଏ । ଦ୍ବିପହର ଧୂପ ପରେ ବେଶ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହେ । ଏହି ବେଶରେ କ୍ଷୀରି ଓ ଅମାଲୁ ଭୋଗ ଲାଗେ । ବିଂଶ ଶତାଦ୍ଦୀର ମଧ୍ୟଭାଗରେ ଖଣ୍ଡସାହିର ଜମିଦାରଙ୍କ ଦ୍ବାରା ଏହି ବେଶ କରାଯାଇଥିବା ଶ୍ରୀମନ୍ଦିର ସତ୍ତ୍ବଲିପିରୁ ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.