ETV Bharat / city

ଶ୍ରୀମନ୍ଦିର ଉପରେ ଆକ୍ରମଣ ଭୟ: ବର୍ଷ ବର୍ଷ ଖାଲି ପଡିଥିଲା ରତ୍ନ ସିଂହାସନ, ବନ୍ଦ ରହିଥିଲା ରଥଯାତ୍ରା

ଯେତେ କହିଲେ ଅଧା ରହିଯାଏ, ଯେତେ ଗାଇଲେ ପୁରା ହୁଏନି, ଯେତେ ଶୁଣିଲେ ବି ଶେଷ ହୁଏନି ଲୀଳାମୟଙ୍କ ଲୀଳା କାହାଣୀ । ଯବନମାନଙ୍କ ଭୟରେ ଏକଦା ଶ୍ରୀମନ୍ଦିର ଛାଡି ଗୁପ୍ତରେ ବାସ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ସେହି ସମୟରେ ବର୍ଷ ବର୍ଷ ଧରି ଶ୍ରୀକ୍ଷେତ୍ରରେ ବନ୍ଦ ରହିଥିଲା ରଥଯାତ୍ରା । ଜାଣନ୍ତୁ କେଉଁମାନେ ଓ କାହିଁକି ଶ୍ରୀମନ୍ଦିର ଉପରେ କରିଥିଲେ ଆକ୍ରମଣ । ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ।

ଶ୍ରୀମନ୍ଦିର ଉପରେ ଆକ୍ରମଣ ଭୟ: ବର୍ଷ ବର୍ଷ ଖାଲି ପଡିଥିଲା ରତ୍ନ ସିଂହାସନ, ବନ୍ଦ ରହିଥିଲା ରଥଯାତ୍ରା
ଶ୍ରୀମନ୍ଦିର ଉପରେ ଆକ୍ରମଣ ଭୟ: ବର୍ଷ ବର୍ଷ ଖାଲି ପଡିଥିଲା ରତ୍ନ ସିଂହାସନ, ବନ୍ଦ ରହିଥିଲା ରଥଯାତ୍ରା
author img

By

Published : Jun 26, 2022, 7:02 AM IST

ପୁରୀ: ପଟାନ୍ତର ନାହିଁ ଭକ୍ତ-ଭଗବାନଙ୍କ ମଧ୍ୟରେ ଥିବା ଆବିଳତାର । ଯେତେ କହିଲେ ଅଧା ରହିଯାଏ, ଯେତେ ଗାଇଲେ ପୁରା ହୁଏନି, ଯେତେ ଶୁଣିଲେ ବି ଶେଷ ହୁଏନି ଲୀଳାମୟଙ୍କ ଲୀଳା କାହାଣୀ । ଯାହାଙ୍କ ନିର୍ଦ୍ଦେଶରେ ସୂର୍ଯ୍ୟ, ଚନ୍ଦ୍ର, ତାରା ଆତ-ଯାତ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଭକ୍ତ, ପାତାଳରେ କରିଥିଲା ସ୍ଥାପିତ । ମୋଗଲ, ଔରଙ୍ଗଜେବ ଏବଂ କଳାପାହାଡର ଆକ୍ରମଣ ଭୟରେ ବର୍ଷ ବର୍ଷ ଧରି ପାତାଳି କରାଇଥିଲା ଶ୍ରୀକ୍ଷେତ୍ରାଧିପତିଙ୍କୁ । ମାଦଳା ପାଞ୍ଜି ଅନୁସାରେ ଶ୍ରୀମନ୍ଦିର ଉପରେ ଆକ୍ରମଣ ଭୟରେ ମହାପ୍ରଭୁଙ୍କୁ ଏକାଧିକ ଥର ବିଭିନ୍ନ ସ୍ଥାନରେ ଲୁଚାଇ ଦେଇଛି ଭକ୍ତ । ଫଳରେ ଖାଲି ପଡିଥିଲା ରତ୍ନବେଦୀ, ଶ୍ରୀମନ୍ଦିରରେ ବନ୍ଦ ରହିଥିଲା ରଥଯାତ୍ରା ।

ଶ୍ରୀମନ୍ଦିର ଉପରେ ଆକ୍ରମଣ ଭୟ: ବର୍ଷ ବର୍ଷ ଖାଲି ପଡିଥିଲା ରତ୍ନ ସିଂହାସନ, ବନ୍ଦ ରହିଥିଲା ରଥଯାତ୍ରା

ଇତିହାସ କହେ, ଜଗନ୍ନାଥ ସଂସ୍କୃତିକୁ ବିଲୋପ ଏବଂ ରତ୍ନ ଭଣ୍ଡାର ଲୁଟ୍ ଉଦ୍ଦେଶ୍ୟରେ ଏକାଧିକ ଥର ଯବନମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ । ସେବାୟତମାନେ ଶଗଡିରେ ଦାରୁ ବିଗ୍ରହଙ୍କୁ ନେଇ ଓଡି଼ଶାର ବିଭିନ୍ନ ସ୍ଥାନରେ ରଖି ଗୁପ୍ତରେ ପୂଜାର୍ଚ୍ଚନା କରିଥିଲେ। ମହାପ୍ରଭୁଙ୍କୁ ଅନେକ ଥର ଚିଲିକା ମୁହାଣର ବିଭିନ୍ନ ସ୍ଥାନରେ ଲୁକ୍କାୟିତ ଭାବେ ରଖାଯାଇ ପୂଜାର୍ଚ୍ଚନା ହେଉଥିବା କୁହନ୍ତି ସେବାୟତ । ଚିଲିକା ମୁହାଣ ସହ ଗଞ୍ଜାମର ମାରଦା, ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର, ଚିଲିକା ମୁହାଣ ଅଞ୍ଚଳର ଗଡ଼ କୋକଳ, କାଙ୍କଣ ଶିଖରୀ, ଗୁରୁବାଇ, ବାଣପୁର, ଚକାନାସି, ବଉଳ ବନ୍ଧ, ଆଦି ସ୍ଥାନଗୁଡିକରେ ମହାପ୍ରଭୁଙ୍କର ହୋଇଥିଲା ଅଜ୍ଞାତ ବାସ ବା ଗୁପ୍ତବାସ ।

ଇତିହାସରୁ ଜଣାଯାଏ ଯେ, ଶ୍ରୀମନ୍ଦିର ଉପରେ ଅନେକ ଥର ଆକ୍ରମଣ ହୋଇଛି ହେଲେ ଏହାର ସଠିକ ତଥ୍ୟ ନାହିଁ । 1568ରେ କଳା ପାହାଡ଼, 1731ରେ ତକି ଖାଁ ସମେତ ଅକ୍ରମ ଖାଁ ଆଦି ଅନେକ ଯବନ ଶ୍ରୀମନ୍ଦିରରେ ଥିବା ଅମାପ ଧନ ସମ୍ପତ୍ତି ଲୁଣ୍ଠନ ନେଇ ଆକ୍ରମଣ କରିଥିଲେ । ପ୍ରାୟ 250 ବର୍ଷରୁ ଅଧିକ ସମୟ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ କରିଛନ୍ତି ଗୁପ୍ତ ଲୀଳା । ଗଞ୍ଜାମ ଜିଲ୍ଲାର ମାରଦା ଗ୍ରାମରେ ଥିବା ମନ୍ଦିରେ 28 ମସା ନିଜର ଗୁପ୍ତ ଲୀଳା କରିଥିଲେ ମହାପ୍ରଭୁ । ମଥୁରାର 46 ଜଣ କାରିଗର ମାତ୍ର 2 ମାସ ସମୟ ମଧ୍ୟରେ ଜଗମୋହନ ଓ ବିମାନ ସହ ଦୁଇଥାକିଆ ମନ୍ଦିର ନିର୍ମାଣ କରିଥିଲେ ।

ମନ୍ଦିରରେ ଠାକୁରଙ୍କ ପାଇଁ ତିନୋଟି ବେଦୀ ନିର୍ମାଣ କରଯାଇ ଠାକୁରଙ୍କୁ ଅଧିଷ୍ଠିତ କରାଯାଇଥିଲା । ତତ୍କାଳୀନ ପୁରୀ ରାଜା ଗଜପତି ରାମଚନ୍ଦ୍ର ଦେବ ପୁରୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୁପ୍ତଭାବେ ମାରଦା ସ୍ଥାନାନ୍ତର କରିଥିଲେ । ମନ୍ଦିରରେ ଠାକୁରଙ୍କ ସୁରକ୍ଷା ପାଇଁ ଆଠଗଡ଼ର ପ୍ରାୟ 300 ସୈନିକ ଦିନ ରାତି ସୁରକ୍ଷା ଦେଉଥିଲେ ବୋଲି କୁହାଯାଏ । ସେହିପରି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଅନେକ ବର୍ଷ ଧରି ପାତାଳି ହୋଇ ରହିଥିଲେ । ସେଠାରେ ମହାପ୍ରଭୁଙ୍କୁ ଗୁପ୍ତ ଭାବରେ ପୂଜାର୍ଚ୍ଚନା କରାଯାଇଥିଲା ।

ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସେଠାରୁ ମହାପ୍ରଭୁଙ୍କୁ ଆଣି ପୁନର୍ବାର ପୁରୀ ମନ୍ଦିରରେ ଅବସ୍ଥାପିତ କରାଇଥିଲେ । ମୋଗଲ ସମ୍ରାଟ ତକି ଖାଁଙ୍କ ଆକ୍ରଣରୁ ଶ୍ରୀବିଗ୍ରହଙ୍କ ସୁରକ୍ଷା ପାଇଁ ଦଇତାପତିମାନେ ମହାପ୍ରଭୁଙ୍କୁ ବ୍ରହ୍ମଗିରି ଦେଇ ନୌକାରେ ନଈରୀ ଗ୍ରାମକୁ ଗଲେ । ରାତି କାଟିବା ପାଇଁ ଚିଲିକା କୁଦରେ ମହାପ୍ରଭୁଙ୍କୁ ରଖାଯାଇଥିଲା । ସେହି କୁଦର ନାମ ଥିଲା କାଙ୍କଣ ଶିଖରୀ । ତ୍ରେତୟା, ଦ୍ଵାପର, ସତ୍ୟ ଯୁଗ ପରି, କଳି ଯୁଗରେ ମଧ୍ୟରେ ରାକ୍ଷସ ରୂପରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଉପରେ ଯବନମାନେ ଆକ୍ରମଣ କରିଛନ୍ତି ।

କିନ୍ତୁ ଏହା ମହାପ୍ରଭୁଙ୍କ ଏକ ଲୀଳା ମଧ୍ୟ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକଙ୍କ ମତ । ଯବନମାନଙ୍କ ଆକ୍ରମଣରୁ ମହାପ୍ରଭୁଙ୍କୁ ସୁରକ୍ଷିତ ରଖିବା ପାଇଁ ଅତୀତରେ ସେବାୟତମାନେ ପୀଡା, କଷ୍ଟକୁ ଖାତିର ନ କରି ମହାପ୍ରଭୁଙ୍କୁ ସ୍ଥାନାନ୍ତର କରିବା ସହ ଓଡ଼ିଆ ଜାତିର ଅସ୍ମିତା, ସଂସ୍କୃତି, ପରମ୍ପରା ସୁରକ୍ଷିତ ରଖିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.