ETV Bharat / city

ନିଆରା ପରମ୍ପରା, ଗ୍ରାମବାସୀଙ୍କ ମଙ୍ଗଳ ପାଇଁ କାଠିଯାତ୍ରା - ଷଠୀ ପୂଜା

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ଏକ ନିଆରା ପରମ୍ପରା ଅନୁଷ୍ଠିତ । ଗ୍ରାମବାସୀଙ୍କ ମଙ୍ଗଳ ପାଇଁ ଷଠୀଙ୍କ ପାଖରେ କାଠିଯାତ୍ରା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ନିଆରା ପରମ୍ପରା, ଗ୍ରାମବାସୀଙ୍କ ମଙ୍ଗଳ ପାଇଁ କାଠିଯାତ୍ରା ଅନୁଷ୍ଠିତ

author img

By

Published : Sep 2, 2022, 8:24 PM IST

ପୁରୀ: ଜିଲ୍ଲାର ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ଅଞ୍ଚଳରେ ଏକ ନିଆରା ପରମ୍ପରା ଅନୁଷ୍ଠିତ ହୋଇଯାଇଛି । ଷଠି ଦେବୀଙ୍କ ପୂଜାରେ ଗ୍ରାମବାସୀଙ୍କ ମଙ୍ଗଳ ପାଇଁ ଅନୁଷ୍ଠିତ ହୋଇଛି କାଠିଯାତ୍ରା । ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ଗଡଚଣ୍ଡିଙ୍କ ପୀଠରୁ ଏକ କାଠି ଯାତ୍ରା ଗ୍ରାମରେ ଅନୁଷ୍ଠିତ ହୋଇଛି ।

ପବିତ୍ର ଷଠି ଓଷାକୁ ଓଡିଶାର ପୁରପଲ୍ଲୀରେ ପାଳନ କରାଯାଇଛି । ପରିବାରରେ ପିଲାଙ୍କ ଦେହ ଭଲ ରହିବା ପାଇଁ ଷଠି ଦେବୀଙ୍କୁ ଘରେ ଘରେ ପୂଜା କରାଯାଏ । ଏହି ସ୍ବତନ୍ତ୍ର ପରମ୍ପରା ଜିଲ୍ଲାର ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଞ୍ଚାୟତର ଭୀମପୁରରେ ପାଳନ କରାଯାଏ । ପ୍ରତିବର୍ଷ ଷଠି ଓଷା ଦିନ ଏହି ନିଆରା ପରମ୍ପରା ଅନୁଷ୍ଠିତ ହୁଏ । ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ଗଡଚଣ୍ଡିଙ୍କ ପୀଠରୁ ଏକ କାଠି ଯାତ୍ରା ଗ୍ରାମରେ ଅନୁଷ୍ଠିତ ହୋଇଥାଏ ।

ନିଆରା ପରମ୍ପରା, ଗ୍ରାମବାସୀଙ୍କ ମଙ୍ଗଳ ପାଇଁ କାଠିଯାତ୍ରା ଅନୁଷ୍ଠିତ

ଏହା ବି ପଢନ୍ତୁ- ସତର୍କ ନରହିଲେ ଘାତକ ହେବ ଲମ୍ପିସ୍କିନ: ପ୍ରାଣୀ ବିଶେଷଜ୍ଞ

ସାଠିଏ ଫୁଟ୍ ର ବିରାଟ କାଠକୁ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ପରେ ଏହି କାଠକୁ ଗ୍ରାମରେ ପରିକ୍ରମା କରାଯାଇଥାଏ । ଭକ୍ତ ମାନେ ନିଷ୍ଠାର ସହ ଏହି କାଠକୁ ପୂଜା କରି ପରିବାରର ମଙ୍ଗଳ କାମନା କରିଥାନ୍ତି । ବିଶ୍ବାସ ରହିଛି ମା ଗଡଚଣ୍ଡୀଙ୍କୁ ସ୍ମରଣ କରି ଏହି କାଠିକୁ ପ୍ରଣାମ କରି ଯାହା କିଛି ମାନସିକ ରଖାଯାଏ ତାହା ପୁରଣ ହୁଏ। ଏହି ନିଆରା କାଠି ଯାତ୍ରା ଦେଖିବାକୁ ହଜାର ହଜାର ଭକ୍ତ ଭିଡ଼ ଜମିଥିଲା ।

ଏହି ପରମ୍ପରା ବହୁ କାଳରୁ ଗାଁରେ ପାଳିତ ହୋଇଆସୁଛି । କିଛି ବ୍ରତଧାରୀ ମନସ୍କାମନା ପୂରଣ କରିବା ପାଇଁ ଏହି ପର୍ବ ପାଳିଥାନ୍ତି । ଏହି ପର୍ବରେ ଗାଁରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥାଏ । ଏହାକୁ ଅଷ୍ଟକିଳା କୁହାଯାଏ । ଏହା ଆଗରେ ଏକ ପିତଳ ଗଡୁ ଲାଗିଥାଏ । ଏହାର ଉଚ୍ଚତା ୫୦ରୁ ୬୦ ଫୁଟ ହୋଇଥାଏ ବୋଲି ପୂଜକ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.