ETV Bharat / city

ବିନା ଭକ୍ତରେ ମହାପ୍ରଭୁଙ୍କ ଝୁଲଣ ଯାତ୍ରା, ଖାଁ ଖାଁ ଶ୍ରୀକ୍ଷେତ୍ର

ଭକ୍ତ ବିନା ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା । ନିର୍ଦ୍ଧାରିତ ସମୟ ମଧ୍ୟରେ କରାଗଲା ସମସ୍ତ ନୀତିକ୍ରାନ୍ତି । ଅଧିକ ପଢନ୍ତୁ...

Jhulan Jatra Begins In Puri Srimandir
ଭକ୍ତ ବିନା ମହାପ୍ରଭୁଙ୍କ ଝୁଲଣ ଯାତ୍ରା, ଖାଁ ଖାଁ ଶ୍ରୀକ୍ଷେତ୍ର
author img

By

Published : Jul 29, 2020, 12:15 PM IST

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରା । ଏହା ପାଞ୍ଚ ଦିନ ଧରି ଚାଲିବ । ଝୁଲଣ ଯାତ୍ରା ଶ୍ରାବଣ ଦଶମୀ ଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଶ୍ରୀକୃଷ୍ଣଙ୍କର ଶ୍ରୀରାଧା ଓ ଗୋପୀମାନଙ୍କ ସହିତ ବିଳାସମୟ ଦୋଳିଖେଳ ହୋଇ ଥାଏ। ଏହାକୁ ଝୁଲଣ ଯାତ୍ରା କୁହାଯାଏ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ । ୪୫ ଫୁଟ ଲମ୍ବ ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି, ସୋଲ ଓ କପଡ଼ାରେ ସଜ୍ଜିତ କରାଯାଇଥାଏ । ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ । ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ପରେ ତିନିଜଣ ମହାଜନ ସେବକ ପ୍ରତିମାମାନଙ୍କୁ ଜଗମୋହନ ଓ ବଟଦ୍ବାର ଦେଇ ଝୁଲଣ କୁଞ୍ଜର ଭିତର ଝୁଲାରେ ବିଜେ କରାନ୍ତି ।

ଭକ୍ତ ବିନା ମହାପ୍ରଭୁଙ୍କ ଝୁଲଣ ଯାତ୍ରା, ଖାଁ ଖାଁ ଶ୍ରୀକ୍ଷେତ୍ର

ଝୁଲଣରେ ପଞ୍ଚୋପଚାର ପୂଜା ଖଇକୋରା ଭୋଗ କରାଯିବା ପରେ ରତ୍ନସିଂହାସନ ବିଗ୍ରହମାନଙ୍କର ଚନ୍ଦନଲାଗି ହୋଇଥାଏ । ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ବାଭାବିକ ଭାବରେ ଅନୁଷ୍ଠିତ ହୋଇଥାଏ । ପରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଝୁଲଣ ମଣ୍ଡପକୁ ବିଜେ କରାଯାଏ । ଶେଷଦିନ ଘଣ୍ଟି, ଶଙ୍ଖ ସହ ପଞ୍ଚୋପଚାର ପୂଜା ଓ ବନ୍ଦାପନା କରାଯିବା ପରେ ବେଢ଼ାବୁଲି ସିଂହାସନରେ ବିଜେ ହୁଅନ୍ତି । ଝୁଲଣ ଯାତ୍ରାରେ ସୁସଜ୍ଜିତ ଦୋଳିରେ ରାଧା ଦାମୋଦରଙ୍କୁ ଦର୍ଶନ କରିବାପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀରେ ଭିଡ଼ ଜମାନ୍ତି । ତେବେ ଚଳିତ ବର୍ଷ କୋରୋନା କଟକଣା ହେତୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ରହିଛି । ଏଣୁ ଚଳିତ ଝୁଲଣ ଯାତ୍ରା ବିନା ଭକ୍ତ ହେଉଛି । ଶ୍ରୀମନ୍ଦିର ମହାପ୍ରଭୁଙ୍କ ନୀତିକାନ୍ତି ବିଧି ଅନୁଯାୟୀ କେଵଳ ଅନୁଷ୍ଠିତ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.