ପୁରୀ: କୋଣାର୍କରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି । ଏନେଇ କୋଣାର୍କର ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସବୁ ଆଡେ ଖାଁ ଖାଁ ଦୃଶ୍ୟ । ତେଣୁ ସକାଳୁ ମେଡ଼ିକାଲ ଛକ, ବସ ଷ୍ଟାଣ୍ଡ , ଟୁରିଷ୍ଟ ମାର୍କେଟ ଓ ନିମାପଡା ରାସ୍ତା ଜନଶୂନ୍ୟ ରହିଛି ।
ସକାଳୁ କୋଣାର୍କ ପୋଲିସ ବିଭିନ୍ନ ଜାଗାରେ ବ୍ୟାରିକେଡ ପକାଇ ରାସ୍ତା ସିଲ କରିଥିଲା । କେଵଳ ଅତ୍ୟାବଶ୍ୟକ ଭିତ୍ତିରେ କିଛି ଲୋକଙ୍କୁ ପଚରା ଉଚରା କରି ଛଡା ଯାଉଥିଲା । ଅନ୍ୟପଟେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ସମ୍ପୂର୍ଣ୍ଣ ଶୁନ ଶାନ ଥିଲା । କୋରୋନା ସତର୍କତା ଓ ସଚେତନତା ନିମନ୍ତେ ସରକାର ସୂର୍ଯ୍ୟ ମନ୍ଦିର ଟୁରିଷ୍ଟ ମାନଙ୍କ ପାଇଁ ବନ୍ଦ କରିଥିବା ହେତୁ ଗତ କିଛିଦିନ ହେବ କୋଣାର୍କ ମନ୍ଦିର ଆଖ ପାଖ ଅଂଚଳ ଖାଁ ଖାଁ ପରିବେଶ ରହିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ