ETV Bharat / city

ଆଜି ଶ୍ରୀମନ୍ଦିର ନନ୍ଦୋତ୍ସବ ନୀତି

author img

By

Published : Aug 31, 2021, 11:01 AM IST

Updated : Aug 31, 2021, 1:15 PM IST

ପୃଥିବୀ ପୃଷ୍ଠରେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ନନ୍ଦ ମହୋତ୍ସବ ନୀତି ପାଳିତ । ଅଧିକ ପଢନ୍ତୁ...

ଆଜି ଶ୍ରୀମନ୍ଦିର ନନ୍ଦୋତ୍ସବ ନୀତି
ଆଜି ଶ୍ରୀମନ୍ଦିର ନନ୍ଦୋତ୍ସବ ନୀତି

ପୁରୀ: ଆଜି ନଟଖଟିଆ ନନ୍ଦଲାଲାଙ୍କ ନନ୍ଦୋତ୍ସବ । ଗତକାଲି ମଧ୍ୟରାତ୍ରରେ ପୃଥିବୀ ପୃଷ୍ଠରେ ଧରାବତରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବ ନୀତି । ଆଜି ମଙ୍ଗଳ ଆଳତି ପରେ ରାମକୃଷ୍ଣ, ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ବିଜେ କରାଇବେ । ଏହା ପରେ ଦୋଳିରେ ଝୁଲୁଥିବା ରାମକୃଷ୍ଣ ଓ ମଦନମୋହନ ଖଟରେ ବିଜେ କରିବେ ।

ଆଜି ଶ୍ରୀମନ୍ଦିର ନନ୍ଦୋତ୍ସବ ନୀତି

ପରେ ନିର୍ବିଗ୍ରହଙ୍କୁ ମାର୍ଜଣା, ମାଳଫୁଲ ଲାଗି ବେଶ କରାଯିବ । ପରେ ପାଲିଙ୍କିରେ ଠାକୁର ଲକ୍ଷ୍ମୀମନ୍ଦିର ଜଗମୋହନକୁ ବିଜେ କରିବେ । ଭିତରଚ୍ଛ ମହାପାତ୍ରେ ନନ୍ଦ ମହାରାଜାଙ୍କ ଭୂମିକା ନେବା ପରେ ସେଠାରେ ନନ୍ଦୋତ୍ସବ ନୀତି ଅନୁଷ୍ଠିତ ହେବ । ଭଣ୍ଡାରଘରୁ ଦୁର୍ଗାଦେବୀ ମା’ ସୁଭଦ୍ରାଙ୍କ ବାଡ଼ରୁ ଆଜ୍ଞାମାଳ ପାଇ ବିଜେ ହେବାପେର ବିଜୁଳି କନ୍ୟା ନୀତି ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 31, 2021, 1:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.