ETV Bharat / city

ଉତ୍ସବମୁଖର ହେବ ଶ୍ରୀମନ୍ଦିର, ଭଜନ ଓ ଜଣାଣରେ କମ୍ପିବ ବଡଦାଣ୍ଡ - ଭଜନ ଓ ଜଣାଣ

ଉତ୍ସବମୁଖର ହେବ ବଡଦାଣ୍ଡ, ଆନନ୍ଦିତ ହେବେ ଶ୍ରଦ୍ଧାଳୁ । କାରଣ ପ୍ରତ୍ୟେକ ଦିନ ବଡ଼ ଦାଣ୍ଡ ସିଂହଦ୍ବାର ନିକଟରେ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏନେଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ସୂଚନା ଦେଇଛନ୍ତି।

ଫାଇଲ ଫଟୋ
author img

By

Published : Jul 27, 2019, 2:04 AM IST

ପୁରୀ: ଏବେ ସବୁଦିନ ଉତ୍ସବମୁଖର ହେବ ବଡଦାଣ୍ଡ, ଆନନ୍ଦିତ ହେବେ ଶ୍ରଦ୍ଧାଳୁ । କାରଣ ପ୍ରତ୍ୟେକ ଦିନ ବଡ଼ଦାଣ୍ଡ ସିଂହଦ୍ବାର ନିକଟରେ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରୂପରେଖ ସହ ଚୂଡାନ୍ତ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ବଡ଼ ଦାଣ୍ଡରେ ପରିବେଷଣ ହେବ ଶ୍ରୀଜଗନ୍ନାଥ ସଂସ୍କୃତି କଥା ଓ ବିଭିନ୍ନ ଭଜନକୀର୍ତ୍ତନର ସମାରୋହ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ଖବର ଅନୁଯାୟୀ, ପୁରୀକୁ ଆସୁଥିବା ଜଗନ୍ନାଥପ୍ରେମୀଙ୍କୁ ଏକ ଆଧ୍ୟାତ୍ମିକ ମାହୋଲରେ ହଜାଇ ଦେବାକୁ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଯେଉଁଥିରେ ବିଭିନ୍ନ ଲୋକନୃତ୍ୟ ସମେତ ଓଡିଶା ପରମ୍ପରା ସ୍ଥାନ ପାଇବ। ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଏହି ସୂଚନା ଦେଇଛନ୍ତି।

ତେବେ ଏହାକୁ କିଭଳି ଆକର୍ଷଣୀୟ କରାଯାଇ ପାରିବ ସେନେଇ ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପରିଚାଳନା କମିଟି , ବୁଦ୍ଧିଜୀବୀ ଓ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ସହ ଆଲୋଚନା ହେବ । ଆଲୋଚନା ପରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ନାମକରଣ ସହ ଏହାର ରୂପରେଖ ଚୂଡାନ୍ତ ହେବ । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଂହ ଦ୍ବାର ସମ୍ମୁଖକୁ ବ୍ୟାରିକେଡ କରାଯାଇ ଶ୍ରୀନଅର ଯାଏଁ ରାସ୍ତା ଅବରୋଧ ମୁକ୍ତ ରଖାଯାଇଛି । ଗତ ରବିବାର ଏହି ଖାଲି ଜାଗାରେ ବିଭିନ୍ନ ପଥୋତ୍ସବ ଅନୁଷ୍ଠିତ ହୋଇଥିଲା।

ଜଗନ୍ନାଥ ସଂସ୍କୃତି ଉପରେ ଭକ୍ତଙ୍କୁ ଏକ ନିଆରା ଅନୁଭୂତି ପାଇଁ ପ୍ରତି ରବିବାର ଏଭଳି କାର୍ଯ୍ୟକ୍ରମ ହେବ ବୋଲି ଜିଲ୍ଲାପାଳ କହିଥିଲେ। ଯାହାକୁ ଖୁବଶୀଘ୍ର ଆୟୋଜନ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ପୁରୀ ଜିଲ୍ଲାପାଳ କହିଥିଲେ ।

ଅନ୍ୟପଟେ ଶ୍ରୀମନ୍ଦିର ଚାରିପଟେ ବିଭିନ୍ନ ଖାଲି ଜାଗାକୁ ପ୍ରଶାସନ ନିଜ ଅକ୍ତିଆରକୁ ନେଇ ପାର୍କିଂ ସ୍ଥାନ କରିବ । ସେଠାରେ ଶ୍ରୀମନ୍ଦିର ସେବାରେ ନିୟୋଜିତ ଥିବା ସେବକମାନେ, ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟରେ ଆସୁଥିବା ଗାଡି ରହିବାର ବ୍ୟବସ୍ଥା ରହିବ । ଶ୍ରୀମନ୍ଦିର ଚାରିପଟେ ବୁଲିବା ପାଇଁ ହୋଇଥିବା ପ୍ରଦକ୍ଷଣ ରାସ୍ତାକୁ ଅବରୋଧ ମୁକ୍ତ କରାଯିବ । ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେବା ନେଇ ସମସ୍ତ ପ୍ରସ୍ତୁତି ସରିଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବଡ଼ ଦାଣ୍ଡ ରେ ସବୁଦିନ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ଜିଲ୍ଲା ପ୍ରଶାସନ ପକ୍ଷରୁ ରୂପ ରେଖ ଚୂଡାନ୍ତ ନେଇ ପ୍ରସ୍ତୁତି ଆରମ୍ଭ।

Body:ଏଣିକି ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ହେବ ପ୍ରତିଦିନ ସଂସ୍କୃତିକ କାର୍ଯ୍ୟକ୍ରମ। ବଡ଼ ଦାଣ୍ଡ ରେ ପରିବେଷଣ ହେବ ଶ୍ରୀଜଗନ୍ନାଥ ସଂସ୍କୃତି କଥା ଓ ବିଭିନ୍ନ ଭଜନ , କୀର୍ତ୍ତନ ର ସମାରୋହ। ପୁରୀ କୁ ଆସୁଥିବା ଜଗନ୍ନାଥ ପ୍ରେମୀ ତଥା ଭକ୍ତ ଏକ ଆଧ୍ୟାତ୍ମିକ ମହୋଲ ତଥା ଅନୁଭଵ ପାଇବା ନେଇ ହେବ ସଂସ୍କୃତିକ କାର୍ଯ୍ୟକ୍ରମ। ଯେଉଁଥିରେ ବିଭିନ୍ନ ଲୋକ ନୃତ୍ୟ ସମେତ ଓଡିଶା ପରମ୍ପରା ସ୍ଥାନ ପାଇବ। ପୁରୀ ଯିଲପାଳ ବଲବନ୍ତ ସିଂ ଏହି ସୂଚନା ଦେଇ ଛନ୍ତି। ତେବେ ଏହାକୁ କୀଭଳି ଆକର୍ଷଣୀୟ କରାଯାଇ ପାରିବ ସେ ନେଇ ଖୁବ ଶୀଘ୍ର ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପରିଚାଳନା କମିଟି , ବୁଦ୍ଧିଜୀବୀ ଓ ଜଗନ୍ନାଥ ସଂସ୍କୃତି ଗବେଷକ ଙ୍କ ସହ ଆଲୋଚନା ହେବ। ଆଲୋଚନା ପରେ ଏହି ସଂସ୍କୃତିକ କାର୍ଯ୍ୟକ୍ରମ କୁ ନାମ କରଣ ସହ ଏହାର ରୂପ ରେଖ ଚୂଡାନ୍ତ ହେବ। ପୁରୀ ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ସିଂହ ଦ୍ୱାର ସମୂଖ କୁ ବ୍ୟାରିକେଡ କରାଯାଇ ଶ୍ରୀନଅର ଯାଏ ରାସ୍ତା ଅବରୋଧ ମୁକ୍ତ ରଖାଜାଇଛି । ଗତ ରବିବାର ଏହି ଖାଲି ଜାଗାରେ ବିଭିନ୍ନ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥ ସଂସ୍କୃତି ଉପରେ ଭକ୍ତ ଙ୍କୁ ଏକ ନିଆରା ଅନୁଭୂତି ପାଇଁ ପ୍ରତି ରବିବାର ଏହି ଭଳି କାର୍ଯ୍ୟ କ୍ରମ ହେବ ବୋଲୀ ଜିଲାପାଳ କହିଥିଲେ। ତେବେ ଏହି କାର୍ଯ୍ୟକ୍ରମ କୁ ସବୁଦିନ ସକାଳେ ଆୟୋଜନ ନେଇ ଖୁବ ଶୀଘ୍ର ବ୍ୟବସ୍ଥା ହେବ ବୋଲି ପୁରୀ ଜିଲ୍ଲା ପାଳ କହିଥିଲେ। ତେବେ ଏହି ପ୍ରତିଦିନ ଆୟୋଜନ ନେଇ ବ୍ୟବସ୍ଥା ପାଇଁ ପ୍ରଶାସନ ପ୍ରଚେଷ୍ଟା ଆରମ୍ଭ କରିଛି। ଏଭଳି ନିଆରା କାର୍ଯ୍ୟକ୍ରମ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା। ଅନ୍ୟପଟେ ଶ୍ରୀମନ୍ଦିର ଚାରି ପଟେ ବିଭିନ୍ନ ଖାଲି ଜାଗାକୁ ପ୍ରଶାସନ ନିଜ ଅକ୍ତିଆର କୁ ନେଇ ପାର୍କିଂ ସ୍ଥାନ କରିବ। ସେଠାରେ ଶ୍ରୀମନ୍ଦିର ସେବାରେ ନିୟୋଜିତ ଥିବା ସେବକମାନେ, ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟ ରେ ଆସୁଥିବା ଗାଡି ରହିବାର ବ୍ୟବସ୍ଥା ରହିବ। ଶ୍ରୀମନ୍ଦିର ଚାରିପଖେ ବୁଲିବା ପାଇଁ ହୋଇ ଥିବା ପ୍ରଦକ୍ଷଣ ରାସ୍ତା କୁ ଅବରୋଧ ମୁକ୍ତ କରାଯିବା। ଟ୍ରାଫିକ ବ୍ୟବସ୍ଥା କୁ ଶୃଙ୍ଖଳା କରିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେବା ନେଇ ସମସ୍ତ ପ୍ରସ୍ତୁତି ସାରିଥିବା ପୁରୀ ଜିଲାପାଳ କହିଛନ୍ତି।

ବାଇଟ,, ବଲବନ୍ତ ସିଂ, ପୁରୀ ଜିଲାପାଳ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.