ETV Bharat / city

Parikrama Marg Project: ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

author img

By

Published : Mar 18, 2022, 9:03 AM IST

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ। ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ସଂପର୍କରେ ଆଲୋଚନା ବୈଠକ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ ଏବଂ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଜାରି ରହିଛି ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟ । ପ୍ରକଳ୍ପ କାର୍ଯ୍ୟକୁ ନେଇ ଗତକାଲି ଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ କୁମ୍ଭକାର ନିଯୋଗ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସଂପର୍କରେ ଆଲୋଚନା ହୋଇଥିଲା । ପ୍ରକଳ୍ପର ଆବଶ୍ୟକତା ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ ।

ଏହି ପ୍ରକଳ୍ପ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଖଣ୍ତେଲାଇଟ ପଥର ଦ୍ବାରା ନିର୍ମାଣ କରାଯିବ । ଭକ୍ତ ମାନଙ୍କ ସେବା ଓ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବା ସହ ସମସ୍ତଙ୍କ ସହଯୋଗରେ ଏହାର ସୁଫଳ ସୁଦୂର ପ୍ରସାରି ହେବ । ପରିକ୍ରମା ମାର୍ଗର ୭୫ ମିଟର ମଧ୍ୟରେ ସବୁଜିମା ବୃଦ୍ଧି, ସାଧାରଣ ସୁବିଧା ଉପଲବ୍ଧ କରାଇବା, ଶୌଚାଳୟ, ଆଶ୍ରୟସ୍ଥଳୀ, ପୋଲିସ କଣ୍ଟ୍ରୋଲ ରୁମ, ସୂଚନା ଓ ଆଶୁ ଚିକିତ୍ସା କେନ୍ଦ୍ର, ଜୋତା ଓ ସାମଗ୍ରୀ ରଖିବା ସ୍ଥାନ, ୨୪ ଘଣ୍ଟିଆ ପାଣି ଓ ବିଦ୍ୟୁତ ଯୋଗାଣ ଆଦି ବ୍ୟବସ୍ଥା ରହିବ ।

ଏଥିସହ କଳ୍ପ ପାଇଁ ମନ୍ଦିର ଓ ସ୍ଥାନୀୟ ପର୍ବପର୍ବାଣୀ ଏବଂ ନୀତିକାନ୍ତି ଯେପରି ବ୍ୟାହତ ନହୁଏ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଉକ୍ତ ବୈଠକରେ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ପ୍ରକଳ୍ପ ସଂପର୍କରେ ଜାଣି ଖୁସିବ୍ୟକ୍ତ କରିବା ସହ ସମସ୍ତ ସହଯୋଗ କରିବାକୁ କହିଥିଲେ । ବୈଠକରେ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ ଉପସ୍ଥିତ ଥିବାବେଳେ ଉପ ଜିଲ୍ଲାପାଳ ଭବତାରଣ ସାହୁ ସଭାକାର୍ଯ୍ୟ ପରିଚାଳନା ସହ ପ୍ରକଳ୍ପ ସଂକ୍ରାନ୍ତୀୟ ସମସ୍ତ ସୂଚନା ବୈଠକରେ ପ୍ରଦାନ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.