ETV Bharat / city

ଶ୍ରୀକ୍ଷେତ୍ର ଆକାଶରେ ବାୟୁବୀରଙ୍କ ଜଲୱା, ପରାକ୍ରମ ଦେଖାଇଲେ ସୂର୍ଯ୍ୟକିରଣ

author img

By

Published : Sep 18, 2022, 1:47 PM IST

ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଅନୁଷ୍ଠିତ ହୋଇଛି ସୂର୍ଯ୍ୟକିରଣ ଏୟାର ସୋ । 9ଟି ହକ ଲଢୁଆ ବିମାନରେ ରଣ କୌଶଳ ସହ ଚିତ୍ତାକର୍ଷକ ପ୍ରଦର୍ଶନ ଦେଖାଇ ଶତ୍ରୁକୁ ଚେତାବାନୀ ଦେଲେ ଆମ ବାୟୁବୀର । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ର ଆକାଶରେ ଜଲ୍‌ୱା ଦେଖାଇଲେ ବାୟୁବୀର

ପୁରୀ: ଶ୍ରୀକ୍ଷେତ୍ର ଆକାଶରେ ଗର୍ଜିଲା ସୂର୍ଯ୍ୟକିରଣ । ନୀଳ ଆକାଶକୁ ଛୁଇଁ ସୂର୍ଯ୍ୟଙ୍କ ସହ ଆଖି ମିଶାଇଲେ ସୂର୍ଯ୍ୟକରିଣ ଏରୋବାଟିକ ଟିମ । 9ଟି ହକ ଲଢୁଆ ବିମାନରେ ରଣ କୌଶଳ ସହ ଚିତ୍ତାକର୍ଷକ ପ୍ରଦର୍ଶନ ଦେଖାଇ ଶତ୍ରୁକୁ ଚେତାବାନୀ ଦେଲେ ଆମ ବାୟୁବୀର । ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଜଲୱା ଦେଖାଇବା ସହ ବୀରତ୍ବର ଗାଥା କହିଥିଲେ ସୂର୍ଯ୍ୟକିରଣ ଟିମ । କେତେବେଳେ ୫ଶହ ଫୁଟ୍ ତ ଆଉ କେତେବେଳେ ହଜାରେ ଫୁଟ୍ ଉଚ୍ଚରେ ଦୁଃସାହସିକ ଏୟାର ସୋ’ ପ୍ରଦର୍ଶନ କରିଛନ୍ତି ବାୟୁବୀର । ଆଜି ଶ୍ରୀକ୍ଷେତ୍ର ବେଳାଭୂମିରେ ଅନୁଷ୍ଠିତ ଏୟାର ସୋ' ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ବାୟୁସେନା ଅଧିକାରୀ ଏୟାର ସୋ'କୁ ଉପଭୋଗ କରିଥିଲେ।

ଗତକାଲି (ଶନିବାର) ସୂର୍ଯ୍ୟକିରଣ ଟିମ୍ ପୁରୀ ଆକାଶରେ ରିହଲସଲ କରିଥିଲେ । ସମୟ ଯେତିକି ପାଖଉଥିଲା ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଥିଲା। ଆଜି (ରବିବାର) ଏୟାର ସୋ’ ଅନୁଷ୍ଠିତ ହୋଇଥିଲା । ସକାଳୁ ପୁରୀରେ ଖିପି ଝିପି ବର୍ଷା ଥିବାରୁ ଏୟାର ସୋ ଆୟୋଜନ ନେଇ ଆଶା ଆଶଙ୍କା ରହିଥିଲା । ମାତ୍ର ପରେ ପାଗରେ ସୁଧାର ଆସିବା ପରେ ଏହି ଏୟାର ସୋ' ହୋଇଥିଲା । ଏୟାର ସୋ’ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ନୀଳ ଆକାଶ ମଧ୍ୟରେ ୯ଟି ହକ୍‌ ବିମାନ କେତେବେଳେ ଲୁଚକାଳି ଖେଳୁଥିଲା ତ କେତେବେଳେ ବାଦଲ ଛାତି ଚିରି ବାହାରି ଆସୁଥିଲେ । ବାୟୁସେନାର ଚିତ୍ତାକର୍ଷକ ଏୟାର ସୋ' (Air show in Bhubaneswar) ଦେଖି ବିମୋହିତ ହୋଇଛନ୍ତି ପୁରାବାସୀ ।

ଶ୍ରୀକ୍ଷେତ୍ର ଆକାଶରେ ଜଲ୍‌ୱା ଦେଖାଇଲେ ବାୟୁବୀର, ପରାକ୍ରମ ଦେଖାଇଲେ ସୂର୍ଯ୍ୟକରିଣ ଏରୋବାଟିକ ଟିମ

ଏହା ବି ପଢନ୍ତୁ...ରାଜଧାନୀ ଆକାଶରେ ବାୟୁସେନାର ଏୟାର ସୋ ଜଲୱା, ଅଭିଭୂତ ଦେଖଣାହାରୀ

ଭୁବନେଶ୍ବରରେ ହୋଇଥିବା ଏୟାର ସୋ’ ଅପେକ୍ଷା ପୁରୀରେ କମ୍ ଉଚ୍ଚତାରେ ସୋ’ ପ୍ରଦର୍ଶିତ ହୋଇଥିଲା । ଆକାଶ ମାର୍ଗରେ ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଦୁଃସାହସିକ କଳା କୌଶଳ ପ୍ରଦର୍ଶନ କରିଥିଲେ । ଯାହାକୁ ଦେଖି ଦର୍ଶକ ବେଶ୍ ରୋମାଞ୍ଚିତ ହୋଇଥିଲେ । ୯ଟି ହକ୍ ଲଢୁଆ ବିମାନ ଏହି କଳା କୌଶଳ ଦେଖାଇଥିଲେ । ବିମାନ ଗର୍ଜନରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର ଆକାଶ । ପ୍ରକାଶ ଥାଉକି, ସେପ୍ଟେମ୍ବର 16 ତାରିଖରେ ଭୁବନେଶ୍ବର କୁଆଖାଇ ବାଲିଯାତ୍ରା ପଡିଆରେ ସୂର୍ଯ୍ୟକିରଣ ଏୟାର ସୋ' ହୋଇଥିଲା । ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.