ETV Bharat / city

କୋରୋନା ସତର୍କତା: ପୁରୀରେ ହୋଟେଲ ବୁକିଂ ବନ୍ଦ - କୋରୋନା ଭାଇରସ୍ ନ୍ୟୁଜ

କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । କୋରୋନା ଭୟାବହତାକୁ ଦେଖି ପୁରୀର ହୋଟେଲ ଶିଳ୍ପ ସତର୍କତା ଅବଲମ୍ବନ କରିଛି । ଯେଉଁମାନେ ପୂର୍ବରୁ ବୁକିଂ କରିଛନ୍ତି ଦେଶୀ କିମ୍ବା ବିଦେଶୀ ପର୍ଯ୍ୟଟକ ସେମାନଙ୍କ ଗସ୍ତକୁ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

hotel-booking-cancel-in-major-tourist-destination-of-puri-for-coronavirus
କୋରୋନା ସତର୍କତା ପୁରୀରେ ହୋଟେଲ ବୁକିଂ ବନ୍ଦ
author img

By

Published : Mar 17, 2020, 7:04 PM IST

ପୁରୀ: ହୋଟେଲ ବୁକିଂ ବନ୍ଦ। କୋରୋନା ସଂକ୍ରମଣ ମୁକାବିଲା କରିବା ପାଇଁ ପୁରୀରେ ହୋଟେଲ୍ ସଂଘ ଓ ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ମାନଙ୍କୁ ହୋଟେଲରେ ନରଖି ସେମାନଙ୍କୁ ଫେରାଇ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

କୋରୋନା ସତର୍କତା ପୁରୀରେ ହୋଟେଲ ବୁକିଂ ବନ୍ଦ

ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ପୁରୀକୁ ଗଣାଯାଏ । ଏଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । କୋରୋନା ଭୟାବହତାକୁ ଦେଖି ପୁରୀର ହୋଟେଲ ଶିଳ୍ପ ସତର୍କତା ଅବଲମ୍ବନ କରିଛି । ଯେଉଁମାନେ ପୂର୍ବରୁ ବୁକିଂ କରିଛନ୍ତି ଦେଶୀ କିମ୍ବା ବିଦେଶୀ ପର୍ଯ୍ୟଟକ ସେମାନଙ୍କ ଗସ୍ତକୁ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ହୋଟେଲରେ ଅଟକି ରହିଥିବା ପର୍ଯ୍ୟଟକଙ୍କୁ କରୋନା ସଂକ୍ରମଣ ରୋକିବା ପାଇଁ ସଚେତନ କରାଯିବ। ସେମାନଙ୍କୁ ହାତ ଧୋଇବା, ସ୍ୱାସ୍ଥ୍ୟକର ପରିବେଶରେ ରହିବା ଓ ସମୁଦ୍ର ସ୍ନାନ ନକରିବା ପାଇଁ ପରାମର୍ଶ ଦିଆଯିବ।

ପ୍ରତ୍ୟେକ ହୋଟେଲ୍ ଅନ୍ତତଃ କିଛିଦିନ ପାଇଁ ପର୍ଯ୍ୟଟକଙ୍କୁ ପୁରୀ ନ ଆସିବାକୁ ଅନୁରୋଧ କରାଯାଉଛି। ଏହି ବୈଠକରେ ହୋଟେଲ୍ ଆସୋସିଏସନର ସଭାପତି ରାମକୃଷ୍ଣ ଦାସ୍ ମହାପାତ୍ର, ପର୍ଯ୍ୟଟନ ଅଧିକାରୀ ବିଜୟ ଜେନା, ଏଡିଏମଓ,ସିଟି ଡିଏସପିଙ୍କ ସହ ହୋଟେଲ୍ ଆସୋସିଏସନର କର୍ମକର୍ତ୍ତା ମାନେ ଆଲୋଚନାରେ ଭାଗ ନେଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.