ETV Bharat / city

ପବିତ୍ର ଶାମ୍ବ ଦଶମୀରେ ଚଳଚଞ୍ଚଳ ଅର୍କ କ୍ଷେତ୍ର - holy samba dasami celebrated in puri

ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କ-ଚନ୍ଦ୍ରଭାଗା ଚଳଚଞ୍ଚଳ ହୋଇଉଠିଛି । ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ଶାମ୍ବ ଦଶମୀ ଦିନ ଚନ୍ଦ୍ରଭାଗାଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ପରିବାର ସଦସ୍ୟମାନଙ୍କ ଶରୀରରେ ଥିବା ରୋଗ ମୁକ୍ତ ହୋଇଥାଏ ବୋଲି ରହିଛି ବିଶ୍ବାସ ।

ପବିତ୍ର ଶାମ୍ବ ଦଶମୀରେ ଚଳଚଞ୍ଚଳ ଅର୍କ କ୍ଷେତ୍ର

author img

By

Published : Jan 23, 2021, 1:55 PM IST

ପୁରୀ: ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କ-ଚନ୍ଦ୍ରଭାଗା ଚଳଚଞ୍ଚଳ ହୋଇଉଠିଛି । ସୂର୍ଯ୍ୟ ଉପାସକମାନେ ପ୍ରାତଃରୁ ଚନ୍ଦ୍ରଭାଗା ଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ତିଥିରେ ନିକଟସ୍ଥ ଅବଧୂତ ମଠରୁ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ଠାରେ ପହଞ୍ଚିଥିଲା । ପରମ୍ପରା ଓ କିମ୍ବଦନ୍ତୀ ଅନୁସାରେ ଶାମ୍ବ ଦଶମୀ ଦିନ ଚନ୍ଦ୍ରଭାଗାଠାରେ ସ୍ନାନ କରି ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ କଲେ ପରିବାର ସଦସ୍ୟମାନଙ୍କ ଶରୀରରେ ଥିବା ରୋଗ ମୁକ୍ତ ହୋଇଥାଏ । ଏହାସହ ମନୋସ୍କାମନା ପୂରଣ ଓ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ପବିତ୍ର ଶାମ୍ବ ଦଶମୀରେ ଚଳଚଞ୍ଚଳ ଅର୍କ କ୍ଷେତ୍ର

ପୌରାଣିକ କଥା ଅନୁସାରେ ଅଭିଶାପ ଯୋଗୁଁ ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ । କୁଷ୍ଠ ରୋଗରୁ ମୁକ୍ତ ହେବା ପାଇଁ ଶାମ୍ବ ନାରଦ ମୁନିଙ୍କ ଶରଣାପନ୍ନ ହୋଇଥଲେ । ସୂର୍ଯ୍ୟନାରାୟଣଙ୍କୁ ପୂଜା କଲେ କୁଷ୍ଠ ରୋଗରୁ ମୁକ୍ତହେବ ବୋଲି ଶାମ୍ବଙ୍କୁ ନାରଦ ମୁନି ପରାମର୍ଶ ଦେଇଥିଲେ ।

ପରେ ଶାମ୍ବ ଅର୍କକ୍ଷେତ୍ର ଚନ୍ଦ୍ରଭାଗାଠାରେ ସୂର୍ଯ୍ୟ ପୂଜା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ଶାମ୍ବ ଦଶମୀ ତିଥିରେ କୋଣାର୍କ ଅବଧୂତ ମଠରୁ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ । ସେଠାରେ ୨୭ ଦିନ ରଖାଯାଇ ୨୭ ଗ୍ରହ ନକ୍ଷତ୍ର ପୂଜା ଅର୍ଚ୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ମହାପ୍ରଭୁଙ୍କୁ ଅଣାଯାଇଥାଏ । ଏହି ସୂର୍ଯ୍ୟ ରଥକୁ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମିଥିବା ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.