ETV Bharat / city

ଧର୍ମ ମାସ କାର୍ତ୍ତିକ; ପୁରୀରେ ହବିଷ୍ୟାଳିଙ୍କ ଭିଡ

author img

By

Published : Oct 23, 2019, 3:30 PM IST

ଆରମ୍ଭ ହୋଇଛି କାର୍ତ୍ତିକ ମାସ । ଉତ୍ସବମୁଖର ହୋଇ ଉଠିଛି ଶ୍ରୀକ୍ଷେତ୍ର ଧାମ। ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଆରମ୍ଭ ହୋଇଛି କାର୍ତ୍ତିକ ମାସ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ହବିଷ୍ୟାଳି ଶ୍ରୀକ୍ଷେତ୍ରରେ ନିଜର ହବିଷ ବ୍ରତ ପାଳୁଥିବାବେଳେ ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରୀ ଧାମ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସବୁଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।

ଶ୍ରୀକ୍ଷେତ୍ରରେ ବାର ମାସରେ ତେର ପର୍ବ। ଏଥି ମଧ୍ୟରୁ ପବିତ୍ର କାର୍ତ୍ତିକ ମାସ ଅନ୍ୟତମ। ପୁରାଣର ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ହେଉଛି ଧର୍ମ ମାସ । ତେବେ ଏହି ଧର୍ମ ମାସରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଏବେ ଶ୍ରୀକ୍ଷେତ୍ରକୁ ଆଗମନ କରୁଛନ୍ତି । ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ପାଇ ଆନନ୍ଦ ମନରେ ଫେରୁଛନ୍ତି ଶ୍ରଦ୍ଧାଳୁ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସବୁଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ବାଳ ଭୋଗ ନୀତି ଅନୁଷ୍ଠିତ ହୋଇଥାଏ। ସେପଟେ କାର୍ତ୍ତିକ ମାସର ପଞ୍ଚୁକ ଯାଏଁ ମହାପ୍ରଭୁ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

କାର୍ତ୍ତିକ ବ୍ରତ ପାଇଁ ଏବେ ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳି। ସକାଳୁ ସକାଳୁ ପଞ୍ଚତୀର୍ଥରେ ସ୍ନାନ ସହ ଚଉରା ମୂଳେ ରାଇ ଦାମୋଦର ପୂଜା ସମେତ ସନ୍ଧ୍ୟାବେଳେ ଆକାଶ ଦୀପ ପ୍ରଦାନ, ମହାପ୍ରସାଦ ସେବନ କରି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି। ଆଉ ହବିଷ୍ୟାଳିଙ୍କ ସୁବିଧା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଶିବିରରେ 2 ହଜାର 565 ହବିଷ୍ୟାଳି ରହୁଛନ୍ତି। ଏହି ଶିବିରରେ ମାଗଣାରେ ରହିବା ସହ ମହାପ୍ରସାଦ ସେବନ, ଶ୍ରୀଜୀଉଙ୍କ ଦର୍ଶନର ବି ବ୍ୟବସ୍ଥା ରହିଛି।

ପୁରୀରେ ଏବେ ହବିଷ୍ୟାଳିଙ୍କ ଭିଡ ଲାଗି ରହିଥିବାବେଳେ ସନ୍ଧ୍ୟାରେ ଶିବିରରେ ଭଜନ, କୀର୍ତ୍ତନ, ପାଲା, ଦାସ କାଠିଆ ଆଦି ଅନୁଷ୍ଠିତ ହେଉଛି। ଯାହାକି ବେଶ ଆନନ୍ଦ ଦେଇଛି ହବିଷ୍ୟାଳିଙ୍କୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କାର୍ତିକ ମାସରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳBody:Vo1,, ଶ୍ରୀମନ୍ଦିର ରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ। ଏଥି ମଧ୍ୟରୁ ପବିତ୍ର କାର୍ତିକ ମାସ ଅନ୍ୟତମ। ପୁରାଣ ର ବର୍ଣ୍ଣନା ଅନୁସାରେ କାର୍ତିକ ମାସ ଧର୍ମ ମାସ ।କାର୍ତିକ ମାସ ଚାଲି ଥିହାରୁ ରାଜ୍ୟ ର କୋଣ ଅନୁକୋଣ ରୁ ହଜାର ହଜାର ଶ୍ରଦ୍ଧାଳୁ ଏବେ ଶ୍ରୀକ୍ଷେତ୍ର କୁ ଆଗମନ କରୁଛନ୍ତି । ରତ୍ନ ସିଂହାସନ ମହାପ୍ରଭୁଙ୍କ ଦର୍ଶନ ଲାଭ ସମେତ ମହାପ୍ରସାଦ ପାଇ ଆନନ୍ଦ ମନରେ ଫେରୁଛନ୍ତି। କାର୍ତିକ ମାସରେ ମହାପ୍ରଭୁଙ୍କ ର ସ୍ୱତନ୍ତ୍ର ନୀତି କାନ୍ତି ସବୁଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କ ର ସ୍ୱତନ୍ତ୍ର ବାଳ ଭୋଗ ନୀତି ଅନୁଷ୍ଠିତ ହୋଇଥାଏ। ସେହିପରି କାର୍ତ୍ତିକ ମାସ ର ପଞ୍ଚୁକ ଯାଏଁ ମହାପ୍ରଭୁ ରାଧା ଦାମୋଦର ବେଶରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି.

ବାଇଟ1,, ସ୍ମିତା ପାଣିଗ୍ରାହୀ,, ଶ୍ରଦ୍ଧାଳୁ
ବାଇଟ2,, ବସନ୍ତ କୁମାର ମଲ୍ଲିକ,ଶ୍ରଦ୍ଧାଳୁ
ବାଇଟ3,, ମୁକ୍ତିକାନ୍ତ ପ୍ରତିହାରୀ,,ବରିଷ୍ଠ ସେବୟତ

Vo2,, ସେପଟେ କାର୍ତ୍ତିକ ବ୍ରତ ପାଇଁ ଏବେ ଶ୍ରୀକ୍ଷେତ୍ର ହଜାର ହଜାର ହାବିଷ୍ୟାଲି ଅବସ୍ଥାନ କରୁଛନ୍ତି। ସକାଳୁ ସକାଳୁ ପଞ୍ଚତୀର୍ଥ ରେ ସ୍ନାନ ସହ ଚଉରା ମୂଳେ ରାଇ ଦାମୋଦର ପୂଜା ସମେତ ସନ୍ଧ୍ୟାବେଳେ ଆକାଶ ଦୀପ ପ୍ରଦାନ , ମହାପ୍ରସାଦ ସେବନ କରି କାର୍ତିକ ବ୍ରତ ପାଳନ କରୁଛନ୍ତି। ଚଳିତ ବର୍ଷ ବି ରାଜ୍ୟ ସରକାର ଙ୍କ ହାବିଷ୍ୟାଲି ଶିବିରରେ 2565 ହାବିଷ୍ୟାଲି ରହୁଛନ୍ତି। ସରକାର ମାଗଣା ରେ ରହିବା ବ୍ୟବସ୍ଥା କରିବା ସହ ମହାପ୍ରସଦ ସେବନ , ଜଗନ୍ନାଥ ଦର୍ଶନ ର ବ୍ୟବସ୍ଥା କରିଛନ୍ତି। ସେହିପରି ସନ୍ଧ୍ୟାରେ ହାବିଷ୍ୟାଲି ଶିବିର ରେ ଭଜନ , କୀର୍ତ୍ତନ, ପାଲା, ଦାସ କାଠିଆ ଆଦି ଅନୁଷ୍ଠିତ ହେଉଛି। ଯାହାକି ବେଶ ଆନନ୍ଦ ଦେଇଛି ହାବିଷ୍ୟାଲି ଙ୍କୁ

ବାଇଟ,,4 ହାବିଷ୍ୟାଲି
ବାଇଟ,, 5,ହାବିଷ୍ୟାଲି
ବାଇଟ ,,ମୁକ୍ତିକାନ୍ତ ପ୍ରତିହାରୀ ବରିଷ୍ଠ ସେବୟତ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.