ETV Bharat / city

ପୁରୀରେ ଲଗାଣ ବର୍ଷା, ଗୋଷାଣୀ ଭସାଣି ଉତ୍ସବ କାଲିକୁ ସ୍ଥଗିତ - ପୁରୀରେ ଗୋଷାଣୀ ଭସାଣି ଉତ୍ସବ

ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପୁରୀରେ ବର୍ଷା ଲାଗି ରହିଛି । ଏହା ପ୍ରଭାବରେ ଗୋଷାଣୀ ଭସାଣି ଉତ୍ସବକୁ ଆସନ୍ତାକାଲିକୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ

ପୁରୀରେ ଲଗାଣ ବର୍ଷା, ଗୋଷାଣୀ ଭସାଣି ଉତ୍ସବ ଆସନ୍ତାକାଲିକୁ ସ୍ଥଗିତ

author img

By

Published : Oct 6, 2022, 9:27 PM IST

ପୁରୀ: ଲଗାଣ ବର୍ଷା ଯୋଗୁଁ ପୁରୀରେ ଆଜି ହେବାକୁ ଥିବା ଗୋଷାଣୀ ଭସାଣି ଉତ୍ସବ(Goshani Immersion festival deferred)କୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ପାଗ ଶୁଖିଲା ରହିଲେ ହେବ ଭଷାଣୀ ଉତ୍ସବ । ଜିଲ୍ଲା ପ୍ରଶାସନ ଓ ପୂଜା କମିଟି ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟରେ ଭସାଣି ହୋଇପାରିନାହିଁ ଏବଂ ଭସାଣି ଉତ୍ସବକୁ ଆଉ ଏକ ଦିନରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଭଳି ଅନେକ ଥର ପୂର୍ବରୁ ହୋଇଛି ବୋଲି ଯୁକ୍ତି ରଖିଲା କମିଟି । ଉପଜିଲ୍ଲାପାଳ ଭବତାରଣ ସାହୁ ଓ କମିଟି ସମ୍ପାଦକ ଅନିରୁଦ୍ଧ ରାଉତ ଏହି ସୂଚନା ଦେଇଛନ୍ତି । ସୂଚନା ଥାଉ କି ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବ (Immersion affected due to Low pressure)ରେ ରାଜ୍ୟରେ ଲାଗି ରହିଛି ବର୍ଷା । ଅନେକ ସ୍ଥାନରେ ତୁହାକୁ ତୁହା ବର୍ଷା ପ୍ରଭାବରେ ଫିକା ପଡିଛି ଭସାଣି ଉତ୍ସବ ।

ଏହା ବି ପଢନ୍ତୁ- ମହାନବମୀରେ ଚଳଚଞ୍ଚଳ ଗୋଷାଣୀ ଦେବୀଙ୍କ ପୂଜା ମଣ୍ଡପ, ଛୁଟୁଛି ଭକ୍ତଙ୍କ ସୁଅ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଲଘୁଚାପ ପ୍ରଭାବରେ ପୁରୀ ସହରରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହେଉଛି । ଲଘୁଚାପ ଯୋଗୁଁ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ସେହି ଜିଲ୍ଲା ମଧ୍ୟରେ ରହିଥିଲା ପୁରୀ । ତେବେ ଆଜି ଠାରୁ ବର୍ଷାର ପରିମାଣ କମିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଶାରଦୀୟ ଦୁର୍ଗା ପୂଜା ଅବସରରେ ଗୋଷାଣୀ ଠାକୁରାଣୀଙ୍କ ପୂଜା ମଣ୍ଡପରେ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ଏହି ଅବସରରେ ପ୍ରଥମେ ଅବକାଶ ନୀତି ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ନୀତିକାନ୍ତି ବଢିବା ପରେ ଶୀତଳ ଭୋଗ, ଶଙ୍ଖୁଡ଼ି ଭୋଗ ନୀତି ଅନୁଷ୍ଠିତ ହୋଇଥାଏ । ମହାନବମୀ ଅବସରରେ ମହିଳା ଶ୍ରଦ୍ଧାଳୁମାନେ ମା'ଙ୍କ ପାଖରେ ଶଙ୍ଖା, ସିନ୍ଦୂର ଓ ଶାଢ଼ୀ ପୂଜା କରିଥାଆନ୍ତି । ପୁରୀ ସମେତ ରାଜ୍ୟରେ ଅନେକ ସ୍ଥାନରେ ଆଜି ଭସାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହିତ ମା'ଙ୍କୁ ମେଲାଣି ଦେଉଛନ୍ତି । ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.