ETV Bharat / city

ଥାନାରୁ ମାତ୍ର ୧୦୦ମିଟର ଦୂରରେ ଚାଲିଛି ଜୁଆ ଖେଳ, ଭିଡିଓ ଭାଇରାଲ - ପୁରୀ ଜୁଆ ଖେଳ ଖବର

ପୁରୀ ଚନ୍ଦନପୁର ଥାନା ଅଞ୍ଚଳରେ ଚାଲିଛି ଖୁଲମଖୁଲା ଜୁଆ ଖେଳ। ଜୁଆଡି ମାନେ ବାଜି ଲଗାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଧିକ ପଢନ୍ତୁ...

gambling in puri video goes viral
ଖୁଲମଖୁଲା ଚାଲିଛି ଜୁଆ ଖେଳ, ସୋସିଆଲ ମିଡିଆରେ ଭିଡିଓ ଭାଇରଲ
author img

By

Published : Oct 18, 2021, 3:43 PM IST

ପୁରୀ: ସନ୍ଧ୍ୟା ହେଲେ ଜମୁଛି ଜୁଆ ଖେଳର ଆସର। ଖୁଲମଖୁଲା ଜୁଆ ଖେଳ ଚାଲିଥିବା ବେଳେ ଏଥିରେ ଜୁଆଡି ମାନେ ବାଜି ଲଗାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏମାନଙ୍କୁ ନା ଅଛି ପୋଲିସର ଡର ନା ଆଇନକାନୁନର ଭୟ। ପୁରୀ ଚନ୍ଦନପୁର ଥାନା ବୀରପ୍ରତାପପୁର ଗୋଲା ସାହିରେ ଚାଲିଛି ଖୁଲମଖୁଲା ଜୁଆ ଖେଳ। ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଏଭଳି ଜୁଆ ଖେଳ ଚାଲୁଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଖୁଲମଖୁଲା ଚାଲିଛି ଜୁଆ ଖେଳ, ସୋସିଆଲ ମିଡିଆରେ ଭିଡିଓ ଭାଇରଲ

ଗୋଟିଏ ପଟେ ଅପରାଧ ଏବଂ ବେଆଇନ କାରବାରକୁ ଦୃଢ ହସ୍ତରେ ଦମନ କରିବା ପାଇଁ ପୁରୀ ପୋଲିସ ଆକ୍ସନ ମୋଡରେ ଥିବା ବେଳେ ଜୁଆ ଖେଳକୁ କିଭଳି ବନ୍ଦ କରିପାରୁ ନାହିଁ ସେନେଇ ପୋଲିସର ପାରିବାପଣିଆ ପ୍ରତି ସାଧାରଣରେ ପ୍ରଶ୍ନ ଉଠିଛି। କିଛି ଅସାଧୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ଏହି ଜୁଆ ଖେଳ ଚାଲିଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି। ତେବେ ଏହି ଜୁଆ ଖେଳ ଓ ଜୁଆଡିଙ୍କ ପ୍ରତି ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଅନେକ ଅପରାଧ ଘଟିବାର ସମ୍ଭାବନା ରହିଛି।

ସେପଟେ କିଛିଦିନ ପୂର୍ବେ ଚନ୍ଦନପୁର ବଜାର ଓ ଥାନା ପାଖରେ ଏଭଳି ଜୁଆ ଖେଳ ଚାଲିଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ଏବେ କିନ୍ତୁ ଗୋଲା ସାହି ଅଞ୍ଚଳରେ ଅସାଧୁ ବ୍ୟକ୍ତି ମାନେ ପୁଣିଥରେ ଜୁଆ ଖେଳ ଆରମ୍ଭ କରିଥିବା ବେଳେ ଏଥିପାଇଁ କିଛି ପୋଲିସ ଅଧିକାରୀ ଓ କର୍ମଚାରୀ ମୋଟା ଅଙ୍କ ନେଉଥିବା ଅଭିଯୋଗ ହୋଇଛି। ସେଥିପାଇଁ ଏହି ଅସାଧୁ ବ୍ୟକ୍ତି ମାନେ କାହାରିକୁ ଭୟ କରୁନାହାନ୍ତି। ତେବେ ପୁରୀ ଏସପି ଏମାନଙ୍କ ପ୍ରତି କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାକୁ ଅପେକ୍ଷା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.