ETV Bharat / city

ଦିବ୍ୟସିଂହଙ୍କ ଦିବ୍ୟ ଉପଲବ୍ଧି: ଛେରା ପହଁରାରେ 50ବର୍ଷ ପୂରଣ କଲେ ଗଜପତି ମହାରାଜା - chhera pahanra

ରଥଯାତ୍ରାରେ ଛେରା ପହଁରା କରିବାରେ 50 ବର୍ଷ ପୂରଣ କଲେ ଗଜପତି ଦିବ୍ୟସିଂହ ଦେବ । 1976 ମସିହାରୁ ଗଜପତି ଛେରାପହଁରା କରିଆସୁଛନ୍ତି । ଅଧିକ ପଢନ୍ତୁ...

ଛେରା ପହଁରାରେ 50 ବର୍ଷ ପୂରଣ କଲେ ଗଜପତି ମହାରାଜା

author img

By

Published : Jul 20, 2021, 5:39 PM IST

ପୁରୀ: ଛେରା ପହଁରା ନୀତିରେ 50 ବର୍ଷ ପୂରଣ କଲେ ଗଜପତି ମହାରାଜା । ଦୀର୍ଘ 50 ବର୍ଷ ଧରି ରଥ ଉପରେ ଛେରା ପହଁରା କରି ଗଜପତି ମହାରାଜା ଦିବ୍ୟସିଂହ ଦେବ ଚଳିତ ବର୍ଷ ବିରଳ ରେକର୍ଡ କରିଛନ୍ତି । 1971 ମସିହାରୁ ଛେରା ପହଁରା କରି ଆସୁଛନ୍ତି ଗଜପତି । କେବଳ ୧୯୭୬ରେ ସେ ଛେରାପହଁରା କରିପାରି ନଥିଲେ ।

ସୂଚନା ଅନୁଯାୟୀ, 1970 ମସିହା ଜୁଲାଇ 7 ତାରିଖରେ ମାତ୍ର 17 ବର୍ଷ ବୟସରେ ଦିବ୍ୟସିଂହ ଦେବ ଗଜପତି ପଦବୀ ପାଇଥିଲେ । 1970 ମସିହାରେ ଗଜପତି ବୀରକିଶୋର ଦେବଙ୍କ ମୃତ୍ୟୁ ପରେ ସେ ଗଜପତି ପଦବୀରେ ଅଧିଷ୍ଠିତ ହୋଇଥିଲେ । ତେବେ ଗଜପତି ଦିବ୍ୟସିଂହ ଦେବ 1976 ଉଚ୍ଚ ଶିକ୍ଷା ପାଇଁ ବିଦେଶରେ ଥିବାରୁ ସେହିପରି ବର୍ଷ ରଥଯାତ୍ରାରେ ରଥ ଉପରେ ଛେରା ପହଁରା କରି ପାରିନଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.