ETV Bharat / city

ରଥ ନିର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥକାଠ - ରଥଯାତ୍ରା

ରଥ ନିଛର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ । ନୟାଗଡ ବନଖଣ୍ଡରୁ ରଥକାଠ ବୋଝେଇ ଟ୍ରକ ଆସି ପୁରୀରେ ପହଞ୍ଚିଛି। ଅଧିକ ପଢନ୍ତୁ...

ରଥ ନିର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥକାଠ

author img

By

Published : Apr 26, 2021, 9:41 AM IST

ପୁରୀ: ରଥ ନିର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ । ନୟାଗଡ ବନଖଣ୍ଡରୁ ରଥକାଠ ବୋଝେଇ ଟ୍ରକ ଆସି ପୁରୀରେ ପହଞ୍ଚିଛି । ଏଥିରେ 17 ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଚଳିତ ବର୍ଷ ରଥଯାତ୍ରାକୁ ନେଇ ପ୍ରଶାସନ ପ୍ରସ୍ତୁତ ରହିଛି ।

ରଥ ନିର୍ମାଣ ପାଇଁ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥକାଠ

ଚଳିତ ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଛି । ପୂର୍ବ ବର୍ଷର 69 ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତ ରଥଯାତ୍ରା ପାଇଁ 796 ଖଣ୍ଡର ଆବଶ୍ୟକ ରହିଛି । ତେଣୁ 796 ଖଣ୍ଡ କାଠରୁ ଆଜି ମୋଟ 79 ଖଣ୍ଡ କାଠ ବର୍ତ୍ତମାନ ସୁଦ୍ଧା ପୁରୀରେ ପହଞ୍ଚିଛି । ବଳକା 717 ଖଣ୍ଡ କାଠ ପର୍ଯ୍ୟାୟକ୍ରମେ ଆସି ପହଞ୍ଚିବ ।

ଚଳିତ ବର୍ଷ କୋଭିଡ କଟକଣାରେ ରଥ ନିର୍ମାଣ ଭିତ୍ତିରେ ରଥ ନିର୍ମାଣ କାର୍ଯ୍ୟ ହେବ । ରଥ ନିର୍ମାଣରେ ସମ୍ପୃକ୍ତ ସମସ୍ତ ସେବକଙ୍କ କୋଭିଡ ଟୀକାକରଣ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି । ରଥ ନିର୍ମାଣରେ ସମ୍ପୃକ୍ତ ସେବକଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାସ୍କ, ସାନିଟାଇଜର ଯୋଗାଇ ଦିଆଯିବ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.