ପୁରୀ: ଫ୍ଲାଇଂ ସ୍କ୍ୱାଡ ଜାଲରେ ପୁରୀର କଣ୍ଟ୍ରାକ୍ଟର । କଣାସର କଣ୍ଟ୍ରାକ୍ଟର ବିଭୂତି ଭୂଷଣ ଦାସଙ୍କ ଠାରୁ 8 ଲକ୍ଷ 96 ହଜାର ଟଙ୍କା ଜବତ ହୋଇଛି । ସେ ଭୁବନେଶ୍ୱରର ଏକ ବ୍ୟାଙ୍କରୁ ଟଙ୍କା ଉଠାଇ କଣାସ ଅଭିମୁଖେ ଯାଉଥିବା ବେଳେ ପିପିଲି ଠାରେ ଫ୍ଲାଇଂ ସ୍କ୍ୱାର୍ଡ ଚଢାଉ କରି ଏହି ଟଙ୍କା ଜବତ କରିଛି।
ତେବେ ଚଢାଉ ବେଳେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ କଣ୍ଟ୍ରାକ୍ଟର ବାବୁ । ତାକୁ ଅଟକ ରଖି ପଚରାଉଚୁରା ଜାରି ରହିଥିବା କହିଛନ୍ତି ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ । ଜବତ ଟଙ୍କା ମଧ୍ୟରେ 400ଟି 5 ସହ ଟଙ୍କିଆ ନୋଟ ଓ 3 ସହ ଖଣ୍ଡ 2 ହଜାର ଟଙ୍କିଆ ନୋଟ ରହିଛି । ଜିଲ୍ଲା କମିଟି ଏହି ଘଟଣାର ଅଧିକ ତଦନ୍ତ କରିବା ସହ ଟଙ୍କା ନିଜ ହେପାଯତକୁ ନେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ