ETV Bharat / city

କଣାସ ଅଞ୍ଚଳରେ ଘାଇ, ଜଳମଗ୍ନ ହେଲା ଏକାଧିକ ଗାଁ - puri flood

ପୁରୀ ଜିଲ୍ଲାର ଏକାଧିକ ଗାଁ ଜଳମଗ୍ନ । ମାଟିଆପଡ଼ାରେ ୧୦୦ ଫୁଟର ଘାଇ ନେଇ ଆତଙ୍କିତ ଲୋକେ । ଲୋକଙ୍କୁ ସ୍ଥାନାନ୍ତର କରିବା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଅଧିକ ପଢନ୍ତୁ....

flood situation in puri
କଣାସ ଅଞ୍ଚଳରେ ଘାଇ, ଜଳମଗ୍ନ ହେଲା ଏକାଧିକ ଗାଁ
author img

By

Published : Aug 30, 2020, 9:29 AM IST

ପୁରୀ: ଦୟା ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ପୁରୀ ଜିଲ୍ଲାର ଏକାଧିକ ଗାଁ ଜଳମଗ୍ନ ହୋଇଯାଇଛି । କଣାସ ବ୍ଲକର ମାଟିଆପଡ଼ାରେ ୧୦୦ ଫୁଟର ଘାଇ ହୋଇଛି । ଫଳରେ ୨୦ରୁ ଅଧିକ ଗାଁ ଜଳବନ୍ଦୀ ଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଗଡ଼ ମାଟିଆପଡ଼ା, ବେଣ୍ଟା, ଘରଛୁଆ, ଶିମିଳି ପାଟଣାର ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବଗିପଡ଼ା, ନନେକେରା, ବୀରକେଶରପୁର, ବାଦଲପୁର ଗାଁ ଗୁଡିକ ମଧ୍ୟ ପ୍ରଭାବିତ ହୋଇଛି ।

କଣାସ ଅଞ୍ଚଳରେ ଘାଇ, ଜଳମଗ୍ନ ହେଲା ଏକାଧିକ ଗାଁ

ସେହିପରି, କଣାସର ଯୋରକଣି ଗାଁରେ ବି ପଶିଛି ବନ୍ୟାପାଣି । ଅନ୍ୟପଟେ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଭଳି ଲୋକଙ୍କୁ ସ୍ଥାନାନ୍ତର କରାଯିବ ଓ ରିଲିଫ ଦିଆଯିବ ସେ ନେଇ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.