ETV Bharat / city

ଅକ୍ଷୟ ତୃତୀୟା: ରଥ ନିର୍ମାଣ ନେଇ ମେ’ ୫ରେ ବସିବ ସମନ୍ୱୟ ବୈଠକ - ରଥଯାତ୍ରା ନିର୍ମାଣ ନେଇ ବସିବ ସମନ୍ବୟ ବୈଠକ

ଆଗକୁ ପଡ଼ିବାକୁ ଯାଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଆସନ୍ତା ମେ ୫ ତାରିଖରେ ରଥ ନିର୍ମାଣ ନେଇ ସମନ୍ବୟ ବଠକ ବସିବ । ଅଧିକ ପଢନ୍ତୁ

ଅକ୍ଷୟ ତୃତୀୟା: ରଥଯାତ୍ରା ନିର୍ମାଣ ନେଇ ମେ ୫ରେ ବସିବ ସମନ୍ବୟ ବୈଠକ

author img

By

Published : Apr 30, 2022, 4:06 PM IST

ପୁରୀ: ଆସନ୍ତା ମେ ୩ ତାରିଖରେ ପଡୁଛି ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ଦିବସରେ ଚଳିତ ବର୍ଷର ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହାସହ ଭକ୍ତ ଓ ସେବାୟତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯିବ । ତେବେ ଏ ନେଇ ଶ୍ରୀମନ୍ଦିର ଉପ-ମୁଖ୍ୟପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହାପରେ ମେ ୫ ତାରିଖରେ ପ୍ରଶାସନ ପକ୍ଷରୁ ଏକ ସମନ୍ବୟ ବୈଠକ ବସିବ ।

ଆସନ୍ତା ୫ରେ ବସିବ ସମନ୍ୱୟ ବୈଠକ

ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ, ଭକ୍ତମାନଙ୍କ ପାଇଁ କଣ ବିଶେଷ ବ୍ୟବସ୍ଥା ହେବ ସେ ନେଇ ଏକ ସମୀକ୍ଷା ବୈଠକ ଶ୍ରୀମନ୍ଦିର ଉପ-ମୁଖ୍ୟପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସପି, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସେବାୟତଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଭକ୍ତ ସାମିଲ ହେବେ। ଏଣୁ ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ ବ୍ୟବସ୍ଥା, ଲୋକଙ୍କ ଉପରକୁ ଜଳ ସିଞ୍ଚନ, ଓଆରଏସ ପାଣି ସମେତ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସମେତ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟତ କରାଯିବ । ସେହିପରି ରଥଖଳାରେ ତିନି ରଥର ନିର୍ମାଣ ନେଇ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି । ତେବେ ଚଳିତ ବର୍ଷ ରଥଯାତ୍ରା ନେଇ ଆସନ୍ତା 5 ତାରିଖରେ ପ୍ରଶାସନ ପକ୍ଷରୁ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.