ETV Bharat / city

ସତ୍ୟବାଦୀ ଇଭିଏମ ଭଙ୍ଗାରୁଜା ଘଟଣା, 2 ଗିରଫ - BJP Candidate

ସତ୍ୟବାଦୀ ଇଭିଏମ ଭଙ୍ଗାରୁଜା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ପ୍ରାର୍ଥୀ ଓମପ୍ରକାଶଙ୍କୁ ଧରିବା ପାଇଁ ଜାରି ରହିଛି ଉଦ୍ୟମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Apr 25, 2019, 10:41 AM IST

Updated : Apr 25, 2019, 11:33 AM IST

ପୁରୀ: ସତ୍ୟବାଦୀରେ ଇଭିଏମ ଓ ଭିଭିପାଟ ଭଙ୍ଗାରୁଜା ଘଟଣାରେ ଅଟକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ବାଳ । ସେପଟେ ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସତ୍ୟବାଦୀର ବୀରକିଶୋରପୁରରେ ମଙ୍ଗଳବାର ଇଭିଏମ ଓ ଭିଭିପାଟ ବିଜେପି କର୍ମୀ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ଖୋଦ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଓମପ୍ରକାଶଙ୍କ ନାଁରେ ମାମଲା ରୁଜୁ ହୋଇଛି । ଖୁବଶୀଘ୍ର ତାଙ୍କୁ ଧରାଯିବ ବୋଲି ପୁରୀ ଏସପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ସେପଟେ ଏନେଇ ଗତକାଲି ପୁରୀ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଓମପ୍ରକାଶଙ୍କ ଏଥିରେ ସମ୍ପୃକ୍ତି ନଥିବା ଦାବି କରିଥିଲା ବିଜେପି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
Last Updated : Apr 25, 2019, 11:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.