ETV Bharat / city

ପିପିଲିରେ ନିର୍ବାଚନୀ ହିଂସା, ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ

author img

By

Published : Sep 27, 2021, 11:59 AM IST

Updated : Sep 27, 2021, 12:29 PM IST

ପିପିଲି ପୁଣି ନିର୍ବାଚନୀ ହିଂସା । ସାତସଙ୍ଖରେ ଥିବା ବିଜେପିର ନିର୍ବାଚନ କାର୍ଯ୍ୟାଳୟ ଉପରେ ପେଟ୍ରୋଲ ବୋମା ମାଡ । ବିଜେଡିର ସମ୍ପୃକ୍ତି ଅଭିଯୋଗ । ଅଧିକ ପଢନ୍ତୁ...

ପିପିଲିରେ ନିର୍ବାଚନୀ ହିଂସା , ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ

ପୁରୀ: ପିପିଲିରେ ପୁଣି ନିର୍ବାଚନୀ ହିଂସା । ପିପିଲି ସାତସଙ୍ଖରେ ଥିବା ବିଜେପିର ନିର୍ବାଚନ କାର୍ଯ୍ୟାଳୟ ଉପରେ ପକାଇଛନ୍ତି ପେଟ୍ରୋଲ ବୋମା । କାର୍ଯ୍ୟାଳୟକୁ ଭଙ୍ଗାରୁଜା ବି କରିଛନ୍ତି । କିଛି ଦୁର୍ବୃତ୍ତ ରବିବାର ବିଳମ୍ବିତ ରାତିରେ ଏ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କିନ୍ତୁ ଏ ବୋମାମାଡ଼ରେ କାହାର କିଛି ଅଘଟଣ ହୋଇନାହିଁ। ସେପଟେ ଏହି ଆକ୍ରମଣ ପଛରେ ବିଜେଡିର ହାତ ଥିବା ବିଜେପି ଅଭିଯୋଗ କରିଛି।

ନିର୍ବାଚନରେ ହାରିବା ଆଭାସ ମିଳିବା ପରେ କ୍ଷୁବ୍ଧ ହୋଇ ବିଜୁ ଜନତା ଦଳର କର୍ମୀ ଏହି କାଣ୍ଡ କରିଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏନେଇ ପ୍ରଶାସନ ମଧ୍ୟ ସହଯୋଗ କରୁଥିବା ସେ ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ଏଭଳି ନିନ୍ଦନୀୟ ଘଟଣାକୁ ପ୍ରଶାସନ ଘଣ୍ଟ ନ ଘୋଡାଇ ବିଜେଡିର ସମ୍ପୃକ୍ତ କର୍ମୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ସେପଟେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 27, 2021, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.