ETV Bharat / city

ବିଷାକ୍ତ ମଙ୍ଗଳା ନଦୀ, କୂଳରେ ଗଦା ହୋଇଛି କୁଢକୁଢ ମାଛ

author img

By

Published : Jul 27, 2021, 8:52 PM IST

ପ୍ରଦୂଷିତ ହୋଇ ପଡ଼ିଛି ପୁରୀର ମଙ୍ଗଳା ନଦୀ ମୁହାଣ । ଯାହାଫଳରେ ମଙ୍ଗଳା ନଦୀ ମୁହାଣରେ ହଜାର ହଜାର ସଂଖ୍ୟାରେ ମାଛ ମରି ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

ମଙ୍ଗଳା ନଦୀ ଜଳ ପ୍ରଦୂଷିତ, କୂଳରେ ପଡ଼ିଛି ହଜାର ହଜାର ମାଛ ମଡ଼କ

ପୁରୀ: ପ୍ରଦୂଷିତ ହୋଇ ପଡ଼ିଛି ପୁରୀର ମଙ୍ଗଳା ନଦୀ ମୁହାଣ । ଯାହାଫଳରେ ମଙ୍ଗଳା ନଦୀ ମୁହାଣରେ ହଜାର ହଜାର ସଂଖ୍ୟାରେ ମାଛ ମରି ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମଙ୍ଗଳା ନଦୀର ଜଳ ଅତ୍ୟଧିକ ପ୍ରଦୂଷିତ ହେବା ଫଳରେ ଦେଖିବାକୁ ମିଳିଛି ଏହି ମାଛ ମଡ଼କ । ପୁରୀ ସହରର ସମସ୍ତ ବର୍ଜ୍ୟଜଳ ସିଧାସଳଖ ମଙ୍ଗଳା ନଦୀରେ ମିଶୁଛି । ଯାହା ଫଳରେ ନଦୀ ଜଳ ବ୍ୟାପକ ମାତ୍ରାରେ ପ୍ରଦ୍ୟୁଷିତ ହେବାରେ ଲାଗିିଥିବା ଅଭିଯୋଗ ହୋଇଛି ।

ମଙ୍ଗଳା ନଦୀ ଜଳ ବର୍ତ୍ତମାନ ସ୍ଥାନୀୟ ବାସିନ୍ଦାଙ୍କ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ । କେବଳ ସେତିକି ନୁହେଁ ଜଳ ପ୍ରଦ୍ୟୁଷିତ ହୋଇ ମାଛ ମରୁଥିବା ଯୋଗୁଁ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ମଧ୍ୟ ବିପନ୍ନ ହୋଇ ପଡ଼ିଛି । ଏହି ନଦୀରୁ ମତ୍ସ୍ୟଜୀବୀ ମାନେ ପ୍ରତିଦିନ ମାଛ ମାରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ତେବେ ନଦୀ ଜଳ ପ୍ରଦୂଷିତ ହେବାପରେ ମତ୍ସ୍ୟଜୀବୀମାନେ ପରିବାର ପେଟ କିଭଳି ପାଳିବେ ସନେଇ ଚିନ୍ତାରେ ରହିଛନ୍ତି ।

ମଙ୍ଗଳା ନଦୀର ଜଳ ଏତେ ମାତ୍ରାରେ ପ୍ରଦୂଷିତ ହେଉଥିବା ବେଳେ ଏହି ଗୁରୁତର ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁନଥିବା ଅଭିଯୋଗ ହୋଇଛି । ମଙ୍ଗଳା ମୁହାଣରେ ମାଛ ମଡ଼କ ପଡ଼ିବା ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ଏନେଇ ମତ୍ସ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ। ସେହିପରି ମଙ୍ଗଳା ନଦୀ ପ୍ରଦୂଷଣକୁ ରୋକିବା ଦିଗରେ ମଧ୍ୟ ପୁରୀ ପୌରପାଳିକାର ଆଦୌ ଆନ୍ତରିକତା ନଥିବା ଅଭିଯୋଗ ହୋଇଛି । ଆଉ ଯାହାର ପରିଣାମ ଏବେ ଦେଖିବାକୁ ମିଳିଛି। ମଙ୍ଗଳା ନଦୀର ଉଭୟ ପାର୍ଶ୍ୱରେ ମେଞ୍ଜିଆ, କଉ, ଖଇଙ୍ଗା ଭଳି ଅନେକ ପ୍ରଜାତିର ହଜାର ହଜାର ସଂଖ୍ୟାରେ ମାଛ ମରି ପଡ଼ିଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.