ETV Bharat / city

ଲଗାଣ ବର୍ଷାରେ ବେହାଲ ଉପକୂଳ ଓଡିଶା - ପ୍ରବଳ ବର୍ଷା

ବଙ୍ଗୋପ ସାଗରରେ ଲଘୁଚାପ କାରଣରୁ ଉପକୂଳ ଓଡିଶାରେ ଜାରି ରହିଛି ପ୍ରବଳ ବର୍ଷା । ଅଧିକ ପଢନ୍ତୁ....

ଲଗାଣ ବର୍ଷାରେ ବେହାଲ ଓଡିଶା
author img

By

Published : Oct 23, 2019, 9:37 PM IST

ପୁରୀ/ଜଗତସିଂହପୁର: ବଙ୍ଗୋପ ସାଗରରେ ଲଘୁଚାପ ଫଳରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ପୁରୀରେ ବୁଧବାର ସକାଳୁ ଲାଗି ରହିଛି ବର୍ଷା ।

ଲଗାଣ ବର୍ଷାରେ ବେହାଲ ଓଡିଶା

ଅପରାହ୍ନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ଫଳରେ ରାସ୍ତା ଘାଟ ପାଣିରେ ବୁଡି ରହିଥିଲା । ବାଧାପ୍ରାପ୍ତ ହୋଇଥିଲା ଯାତାୟତ । ତେବେ ସନ୍ଧ୍ୟାରୁ ବର୍ଷା ବନ୍ଦ ହୋଇଥିଲେ ହେଁ ପୁରୀ ସହରର ତଳିଆ ଅଞ୍ଚଳରେ କିନ୍ତୁ ଜଳ ନିଷ୍କାସନ ହୋଇ ପାରିନାହିଁ । ଫଳରେ ମାଟି ତୋଟା, ସିଦ୍ଧ ମହାବୀର, ରେଲୱେ କଲୋନୀ, ସୁଜାତା ନଗର, ବଳିଆ ପଣ୍ଡା ବସ୍ତିରେ ବର୍ଷା ଜଳ ଜମି ରହିଛି । ଯେଉଁ କାରଣରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ।

ସେପଟେ ପୁରୀ ବଡ଼ ଦାଣ୍ଡର ମାର୍କେଟ ଛକରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଆଣ୍ଠୁଏ ଉଚ୍ଚର ପାଣି ଜମି ଯିବାରୁ ଯାତାୟତରେ ସମସ୍ୟା ଉପୁଜିଥିଲା । ବର୍ଷା ଛାଡିବା ପରେ ଜଳ ନିଷ୍କାସନ ହେବାରୁ ଯାତାୟତ ସ୍ବାଭାବିକ ହୋଇଥିଲା । ତେବେ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ପୁରୀ ସହରରେ ଯେପରି ଜଳ ବନ୍ଦୀ ପରିସ୍ଥିତି ନଉପୁଜେ ସେ ନେଇ ମୋଟର ପମ୍ପରେ ପାଣି ନିଷ୍କାସନ ସହ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।

ସେପଟେ ଜଗତସିଂହପୁରରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଅବସ୍ଥା । ଦିନ ତମାମ ଅବିଶ୍ରାନ୍ତ ବର୍ଷା ହେବା ଫଳରେ ପ୍ରଭାବିତ ହୋଇଛି ଜନଜୀବନ । ସକାଳୁ ଲଗାଣ ବର୍ଷା, ଲାଗି ରହିବା ଫଳରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜନଶୂନ୍ୟ ହେବା ସହ ବିଭିନ୍ନ ସ୍କୁଲ, କଲେଜ, ଦୋକାନ ବଜାର ଆଦି ପ୍ରଭାବିତ ହୋଇଥିଲା ।

କିଛି ବେସରକାରୀ ସ୍କୁଲ ବୁଧବାର ଛୁଟି ଘୋଷଣା କରିଥିଲେ । ଜଗତସିଂହପୁର, ପାରାଦ୍ବୀପ, କୁଜଙ୍ଗ, ତ୍ରିତଲ, ରଘୁନାଥପୁର, ବିରିଡ଼ି, ନାଉଙ୍ଗା ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିଲା । ଏହାକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ପୁରୀ ରେ ଲଗାଣ ବର୍ଷାBody:ବଙ୍ଗୋପସାଗର ରେ ଲଘୁଚାପ ଫଳରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ଲାଗି ରହିଛି। ତେବେ ପୁରୀ ରେ ବୁଧବାର ସକାଳୁ ବର୍ଷା ଲାଗି ରହିଛି। ତେବେ ଅପରାହ୍ନ ରେ ପ୍ରବଲ ବର୍ଷା ଦେଖିବାକୁ ମିଳିଥିଲା। ଫଳରେ ରାସ୍ତା ଘାଟ ପାଣି ରେ ବୁଡି ରହିଥିଲା। ଫଳରେ ଯାତାୟାତ କିଛି ସମୟ ଅସୁବିଧା ଭୋଗି ଥିଲେ ପୁରୀ ବାସିନ୍ଦା ଓ ପର୍ଯ୍ୟଟକ।ତେବେ ସନ୍ଧ୍ୟା ରୁ ବର୍ଷା ବନ୍ଦ ରହିଥିବା ବେଳେ ପୁରୀ ସହର ର ତଳିଆ ଅଞ୍ଚଳରେ କିନ୍ତୁ ଜଳ ନିଷ୍କାସନ ହୋଇ ପାରି ନାହିଁ। ଫଳରେ ମାଟି ତୋଟା , ସିଧମହାବିର, ରେଲୱେ କଲୋନୀ, ସୁଜାତା ନଗର , ବଳିଆ ପଣ୍ଡା ବସ୍ତିରେ ବର୍ଷା ଜଳ ଜମି ରହିଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି। ତେବେ ପୁରୀ ବଡ଼ ଦାଣ୍ଡ ର ମାର୍କେଟ ଛକ ରୁ ମେଡ଼ିକାଲ ଛକ ଯାଏଁ ଆଣ୍ଠୁଏ ଉଚ୍ଚର ପାଣି ଜମି ଯିବାରୁ ଯାତାୟାତ ରେ ସମସ୍ୟା ଉପୁଜିଥିଲା। ତେବେ ବର୍ଷା ଛାଡିବା ପରେ ଜଳ ନିଷ୍କାସନ ହୋଇ ଯିବାରୁ ଯାତାୟାତ ସ୍ୱାଭାବିକ ହୋଇ ଥିଲା। ତେବେ ବର୍ଷା କୁ ଦୃଷ୍ଟିରେ ରେ ରଖି ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ପୁରୀ ସହରରେ ଯେଭଳି ଜଳ ବନ୍ଦୀ ପରିସ୍ଥିତି ନ ଉପୁଜେ ସେ ନେଇ ମୋଟର ପମ୍ପ ସହ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.