ETV Bharat / city

ବାଲୁକା ମହୋତ୍ସବ ସହିତ କୋଣାର୍କ ମହୋତ୍ସବ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ - Konark Festival

କୋଭିଡ କଟକଣା ମଧ୍ୟରେ ଆୟୋଜିତ ହେବ ଆନ୍ତର୍ଜାତୀୟ ବାଲୁକା ସହିତ କୋଣାର୍କ ମହୋତ୍ସବ । ଡିସେମ୍ବର 1ରୁ 5 ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ, ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ବାଲୁକା ମହୋତ୍ସବ ସହିତ କୋଣାର୍କ ମହୋତ୍ସବ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

author img

By

Published : Nov 13, 2020, 8:55 AM IST

ପୁରୀ: କୋଭିଡ କଟକଣା ମଧ୍ୟରେ ଆୟୋଜିତ ହେବ ଆନ୍ତର୍ଜାତୀୟ ବାଲୁକା ସହିତ କୋଣାର୍କ ମହୋତ୍ସବ । ଡିସେମ୍ବର 1 ରୁ 5 ତାରିଖରେ ଅନୁଷ୍ଠିତ ହେବ । ମହୋତ୍ସବ କାର୍ଯ୍ୟ ତ୍ବରାନ୍ବିତ ନେଇ ବେଳାଭୂମି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଓ ଏସପି ଅଖିଳେଶ ସିଂ ।

ବାଲୁକା ମହୋତ୍ସବ ସହିତ କୋଣାର୍କ ମହୋତ୍ସବ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ମହୋତ୍ସବ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସିବେ । ସଂକ୍ରମଣ ଭିତରେ କିଭଳି କାର୍ଯ୍ୟକ୍ରମ ସୁରୁଖୁରରେ ହେବ ସେନେଇ ସ୍ଥିତି ସମୀକ୍ଷା କରିଥିଲେ । ସମସ୍ତ ପର୍ଯ୍ୟଟକ କୋରୋନା କଟକଣା ନିୟମକୁ ମାନିବେ । ପାର୍କିଂ ବ୍ୟବସ୍ଥା, ଆଇନ ଶୃଙ୍ଖଳା କିପରି ନିୟନ୍ତ୍ରଣ କରାଯିବ ଆଲୋଚନା କରିଥିଲେ । ଏହା ସହିତ ବାଲୁକା କଳା ଓ କୋଣାର୍କ ମହୋତ୍ସବରେ ଭାଗ ନେବାକୁ ଆସିଥିବା କଳାକାର ଓ ପର୍ଯ୍ୟଟକମାନେ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ବ୍ୟବହାର କରିବେ । କିଭଳି ଅଳ୍ପ ସଂଖ୍ୟକ ଦର୍ଶକ ଏକା ସାଙ୍ଗରେ ଯାଇ ଏହାକୁ ଉପଭୋଗ କରିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ସେପଟେ ପର୍ଯ୍ୟଟକ ମାନଙ୍କର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ କରିବା ଲାଗି ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପଦକ୍ଷେପ ନିଅ।ଯିବ ବୋଲି ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.