ETV Bharat / city

ଦଳିତ ପରିବାରକୁ ଆକ୍ରମଣ ମାମଲାରେ ଜିଲ୍ଲା ବିଜେପିର ବିକ୍ଷୋଭ ପ୍ରଦର୍ଶନ - ଉନ୍ନତିମୂଳକ କାର୍ଯ୍ୟ

ଦଳିତଙ୍କୁ ଆକ୍ରମଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପାଇଖାନା ଇତ୍ୟାଦି ଉନ୍ନତିମୂଳକ କାର୍ଯ୍ୟର ଦୁର୍ନୀତି ଅଭିଯୋଗରେ ବିଜେପିର ପ୍ରତିବାଦ । ଅଧିକ ପଢନ୍ତୁ...

ଦଳିତ ପରିବାରକୁ ଆକ୍ରମଣ ପ୍ରସଙ୍ଗରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

author img

By

Published : Aug 11, 2021, 6:54 PM IST

ପୁରୀ: ରାଜ୍ୟରେ ଦଳିତ ପରିବାରଙ୍କ ଉପରେ ଚାଲିଥିବା ଆକ୍ରମଣ ଓ ଦବଙ୍ଗଗିରି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ତେବେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଅନୁସୂଚିତ ଜାତି ଓ ଦଳିତ ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ନବକିଶୋର ମଲ୍ଲିକଙ୍କ ପୁତ୍ର ତାଙ୍କ ପଞ୍ଚାୟତରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପାଇଖାନା ଇତ୍ୟାଦି ଉନ୍ନତିମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ଦଳିତ ପରିବାରକୁ ଆକ୍ରମଣ ପ୍ରସଙ୍ଗରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଆଉ ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ସରପଞ୍ଚ ତାଙ୍କର ସମର୍ଥକଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବାପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେପଟେ ଜଗତସିଂପୁର ନାଉଗାଁରେ ମଧ୍ୟ ଦଳିତ ମହିଳା ମାନଙ୍କୁ ବିଜେଡି କର୍ମୀ ଆକ୍ରମଣ କରିବା ସହ ସମ୍ବିଧାନ ପ୍ରଣେତା ବାବାସାହେଵ ଆମ୍ବେଦକରଙ୍କ ଫଟୋକୁ ତଳେ ପକାଇ ଦଳାଚକଟା କରିଥିବା ନେଇ ଅଭିଯୋଗ ହୋଇଛି ।

ଯାହାକି ତାଙ୍କ ପ୍ରତି ଘୋର ଅସମ୍ମାନ । ସେଠାରେ ମଧ୍ୟ ପୋଲିସ ନୀରବଦ୍ରଷ୍ଟା ସାଜିଥିବା ବେଳେ ଏପର୍ଯ୍ୟନ୍ତ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.