ETV Bharat / city

ASIର ଚିଠି ପରେ ରତ୍ନ ଭଣ୍ଡାର ଖୋଲିବାକୁ ଦାବି କଲେ ଜଗନ୍ନାଥ ପ୍ରେମୀ

ରତ୍ନ ଭଣ୍ଡାର ଖୋଲିବା ନେଇ ଏଏସଆଇର ଚିଠି ପ୍ରସଙ୍ଗ । ତୁରନ୍ତ ରତ୍ନ ଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ କରିବାକୁ ଦାବି କଲେ ଜଗନ୍ନାଥ ପ୍ରେମୀ । ଅଧିକ ପଢନ୍ତୁ

author img

By

Published : Aug 13, 2022, 7:35 AM IST

ରତ୍ନ ଭଣ୍ଡାର ଖୋଲିବାକୁ ଦାବି କଲେ ଜଗନ୍ନାଥ ପ୍ରେମୀ

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ASI) । ତୁରନ୍ତ ରତ୍ନ ଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ ପାଇଁ ଦାବି କଲେ ଜଗନ୍ନାଥ ପ୍ରେମୀ । ଗତ 8 ତାରିଖରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିବା ବେଳେ ଭିତର ରତ୍ନଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏହା ସ୍ଥିତି ଅନୁଧ୍ୟାନ ପାଇଁ ଅନୁମତି ଲୋଡ଼ିଛି ଏଏସଆଇ ।

ASIର ଚିଠି ପରେ ରତ୍ନ ଭଣ୍ଡାର ଖୋଲିବାକୁ ଦାବି କଲେ ଜଗନ୍ନାଥ ପ୍ରେମୀ

ଗତ 2018 ମସିହା ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିଲା । ହେଲେ ରତ୍ନଭଣ୍ଡାର ଚାବି ହଜିଯାଇ ଥିବା ନେଇ ଜିଲ୍ଲାପାଳ ସୂଚନା ଦେବା ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରି ନଥିଲା କିମ୍ବା ସ୍ଥିତି ମଧ୍ୟ ଯାଞ୍ଚ ହୋଇପାରି ନଥିଲା । ତେବେ ତୁରନ୍ତ ଖୋଲି ଭିତର ସ୍ଥିତି ଯାଞ୍ଚ କରିବାକୁ ଅନୁମତି ଦିଆଯାଉ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି । ଆଉ ଏହି ଚିଠିର ଏକ ନକଲ ଆଇନ ବିଭାଗ ସଚିବଙ୍କୁ ମଧ୍ୟ ପଠାଯାଇଛି ।

ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରସ୍ତାବ ଓ ଆଇନ ବିଭାଗର ଅନୁମୋଦନ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ । ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବାକୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ତୁରନ୍ତ ସରକାର ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଖୋଲି ସ୍ଥିତି ଯାଞ୍ଜ କରିବା ସହ ମହାପ୍ରଭୁଙ୍କ ଅଳଙ୍କାରର ଗଣତି କରିବାକୁ ପୁରୀ ସହରବାସୀ, ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.