ETV Bharat / city

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ରାଜ ରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ - ରାଜ ରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

କାର୍ତ୍ତିକ ମାସର ଅନ୍ତିମ ଦିନ କାର୍ତ୍ତିକ ପୂର୍ଣ୍ଣମା । ଘଣ୍ଟ ଘଣ୍ଟାଦିରେ କମ୍ପୁଛି ବଡଦାଣ୍ଡ । ଏକ ଭକ୍ତିମୟ ପରିବେଶରେ ଉଦଣ୍ଡ ନୃତ୍ୟ ପରିବେଷଣ କରୁଛନ୍ତି ଶ୍ରଦ୍ଧାଳୁ । ଏହି ଅବସରରେ ରାଜ ରାଜେଶ୍ବର ବେଶ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।

ରାଜ ରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
author img

By

Published : Nov 12, 2019, 9:20 AM IST

ପୁରୀ: କାର୍ତ୍ତିକ ମାସର ଅନ୍ତିମ ଦିନ କାର୍ତ୍ତିକ ପୂର୍ଣ୍ଣମା । ମହାପଞ୍ଚୁକ ବ୍ରତର ଶେଷ ଦିନ । ଏହି ଅବସରରେ ରାଜ ରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ରତ୍ନ ସିଂହାସନରେ ତିନି ଠାକୁରଙ୍କ ଏହି ବେଶକୁ ସୁନା ବେଶ ବୋଲି ମଧ୍ୟ କୁହାଯାଏ । ସ୍ବର୍ଣ୍ଣ ଅଳଙ୍କାରମାନରେ ବିରାଜିତ ପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଜମିଛି ଭକ୍ତଙ୍କ ଭିଡ । ଆଉ ଘଣ୍ଟ ଘଣ୍ଟାଦିରେ କମ୍ପୁଛି ବଡଦାଣ୍ଡ । ଏକ ଭକ୍ତିମୟ ପରିବେଶରେ ଉଦଣ୍ଡ ନୃତ୍ୟ ପରିବେଷଣ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ଶୃଙ୍ଖଳିତ ଦର୍ଶନ ଲାଗି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀମନ୍ଦିର ଦ୍ବାର ଠାରୁ ଶ୍ରୀନଅର ଯାଏଁ ବ୍ୟାରିକେଟ କରାଯିବା ସହ ସିଂହଦ୍ବାର ଦେଇ ଭକ୍ତ ପ୍ରବେଶ କରିବେ । ଅନ୍ୟ ଦ୍ବାରରେ ପ୍ରସ୍ଥାନ କରିବେ । ସେହିପରି ମନ୍ଦିର ଭିତରେ ଗହଳି ଓ ଭିଡ ନିୟନ୍ତ୍ରଣ ନେଇ ସ୍ବତନ୍ତ୍ର ପୋଲିସ ଟିମ ସହ ସାଧା ପୋଷାକ ଧାରୀ ପୋଲିସ ମୁତୟନ ହୋଇଛନ୍ତି । 40 ପ୍ଲାଟୁନ ପୋଲିସ ଫୋର୍ସ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ତଥା ବିଭିନ୍ନ ସ୍ଥାନରେ ରହିଛନ୍ତି ।

ଏହା ଧର୍ମ ମାସର ଶେଷ ଦିନ ହୋଇଥିବାରୁ ଆଜି ସାଧବ ପୁଅଙ୍କୁ ମନେପକାଇ ଡଙ୍ଗା ଭସାଣ କରିଛନ୍ତି ଶ୍ରଦ୍ଧାଳୁ । ଆଉ ଏଥିପାଇଁ ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଅଗ୍ନିଶମ କର୍ମଚାରୀ, ଲାଇଫ ଗାର୍ଡ ରହିଛନ୍ତି । ସେହିପରି ବଡଦାଣ୍ଡରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଗାଡି, ପାଣି ଟ୍ୟାଙ୍କର ଲୋକଙ୍କ ସେବା ପାଇଁ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରାଜ ରଜେଶ୍ୱର ବେଶ Body:କାର୍ତିକ ମାସର ଅନ୍ତିମ ତିଥି ହେଉଛି କାର୍ତିକ ପୂର୍ଣ୍ଣିମା । ମହାପଞ୍ଚକ ବ୍ରତ ର ଅନ୍ତିମ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜ ରଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ। ଏହାକୁ ସୁନା ବେଶ ମଧ୍ୟ କୁହାଯାଏ । ଠାକୁର ମାନେ ଅନେକ ସ୍ଵର୍ଣ ଅଳଙ୍କାର ଧାରଣ କରିଥାନ୍ତି। ଏହି ବେଶ କୁ ଦେଖି ବାକୁ ଆଜି ଶ୍ରୀମନ୍ଦିର ଲକ୍ଷାଧିକ ଭକ୍ତ ଙ୍କ ଭିଡ଼ ହୋଇଛି।
ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ସିଂହ ଦ୍ୱାର ଠାରୁ ଶ୍ରୀନଅର ପର୍ଯ୍ୟନ୍ତ ବାରିକେଡ କରାଯାଇଛି। ଭକ୍ତ ମାନେକେବଳ ସିଂହ ଦ୍ୱାର ଦେଇ ପ୍ରବେଶ କରିପାରିବେ। ଅନ୍ୟ ଦ୍ୱାରରେ ପ୍ରସ୍ଥାନ କରିବେ। ସେହିପରି ମନ୍ଦିର ଭିତରେ ଗହଳି ଓ ଭିଡ଼ ନିୟନ୍ତ୍ରଣ ନେଇ ସ୍ୱତନ୍ତ୍ର ପୋଲିସ ଟିମ ଓ ସାଧା ପୋଷାକ ଧାରୀ ପୋଲିସ ରହି ଛନ୍ତି। 40 ପ୍ଲାଟୁନ ପୋଲିସ ଫୋର୍ସ କାର୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ତଥା ବିଭିନ୍ନ ଜାଗାରେ ମୁତୟତ ରହିଛନ୍ତି। ସେହିପରି କାର୍ତିକ ପୂର୍ଣ୍ଣିମା ରେ ଜଳାଶୟରେ ଡ଼ଙ୍ଗା ଭଷା ପରମ୍ପରା ଥିବାରୁ ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀ ରେ ଅଗ୍ନିସମ କର୍ମଚାରୀ , ଲାଇଫ ଗାର୍ଡ ରହି ଛନ୍ତି। ସେହିପରି ବଡ଼ ଦାଣ୍ଡ ରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଗାଡି , ପାଣି ଟ୍ୟାଙ୍କର ରହିବ ଲୋକ ଙ୍କ ସେବା ପାଇଁ ରହିଛି।

ବାଇଟ1,, ନରେସ ଦାସ ,, ଗବେଷକ

ବାଇଟ,, 2,, ଉମାସଙ୍କର ଦାଶ, ପୁରୀ ଏସପି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.