ପୁରୀ: ଏ ବର୍ଷ ବି ଦେଶରେ କୋରୋନା ହଇଚଇ ସୃଷ୍ଟି କରିଛି । ପୂର୍ବ ବର୍ଷ ପରି ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ଷକୁ ଥରେ କାଳିଆଠାକୁରକୁ ବଡଦାଣ୍ଡରେ ଦେଖିବାକୁ ଚାତକ ଭଳ ଚାହିଁଥାନ୍ତି ଭକ୍ତ । ବିନା ଭକ୍ତରେ ରଥଯାତ୍ରା କରିବା ନିଷ୍ପତ୍ତି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କୋଭିଡ ଟିକାର ଦୁଇଟି ଡୋଜ ଟିକା ନେଇଥିବା ସମସ୍ତଙ୍କୁ ରଥଯାତ୍ରାରେ ସାମିଲ କରିବାକୁ ଦାବି ହୋଇଛି ।
ବିନା ଭକ୍ତରେ ରଥଯାତ୍ରା କରିବା ନିଷ୍ପତ୍ତିରେ ଆପତ୍ତି କରିଛି ଶ୍ରୀଜଗନ୍ନାଥ ସେନା । ଯେଉଁ ବ୍ୟକ୍ତି ମାନେ କୋଭିଡ ଟିକାର ଡବଲ ଡୋଜ ଟିକା ନେଇଥିବା ସମସ୍ତଙ୍କୁ ରଥଯାତ୍ରାରେ ସାମିଲ କରିବାରୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଡବଲ ଡୋଜ ଟିକା ନେଇଥିବା ସମସ୍ତଙ୍କ ପାଇଁ ଯେପରି ବିଭିନ୍ନ କ୍ଷେତ୍ରରେ ଯିବା ଆସିବା ସହିତ ଅନେକ ନିୟମ କୋହଳ କରାଯାଇଛି ସେହିପରି ସେମାନଙ୍କୁ ରଥଯାତ୍ରାରେ ସାମିଲ ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଛି ଜଗନ୍ନାଥ ସେନା ।
କୋଭିଡ ଟିକା ଡବଲ ଡୋଜ ନେଇ ଥିବା ପୋଲିସ କର୍ମଚାରୀ , ସେବାୟତ ରଥଯାତ୍ରାରେ ସାମିଲ ହେଉଛନ୍ତି ହେଲେ ଡବଲ ଡୋଜ ନେଇ ଥିବା ବରିଷ୍ଠ ନାଗରିକଙ୍କୁ ନିଜର ଧାର୍ମିକ ଅଧିକାରରୁ ବଞ୍ଚିତ କରାଯାଉଛି । ଯାହା ଭକ୍ତଙ୍କ ଭାବନାକୁ କ୍ଷତି ପହଞ୍ଚାଉଛି । ପୁରୀ ସହରରେ ଡବଲ ଡୋଜ ଟିକା ନେଇ ଥିବା ଵ୍ୟକ୍ତିଙ୍କୁ ମଧ୍ୟ ରଥଯାତ୍ରା ଦେଖିବା ପାଇଁ ଅନୁମତି ଦେବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି । ଅନ୍ୟପଟେ ଓଡିଶାର ବିଭିନ୍ନ ସ୍ଥାନରେରେ ସେବାୟତଙ୍କୁ ଡବଲ ଡୋଜ ଟିକା ଦେଇ ରଥଯାତ୍ରା ଅୟୋଜନ କରାଯାଉ ବୋଲି ଜଗନ୍ନାଥ ସେନା କହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିିଭି ଭାରତ