ETV Bharat / city

ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ, ରୋଗୀ ମୃତ - ପୁରୀ ବଡ଼ ଡାକ୍ତରଖାନା

ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ, ରୋଗୀ ମୃତ

author img

By

Published : Oct 16, 2022, 9:40 PM IST

ପୁରୀ: ଚିକିତ୍ସା ଅବହେଳାରୁ ପୁରୀ ବଡ଼ ଡାକ୍ତରଖାନାରେ (Puri District Headquarter Hospital) ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି । ଏ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ଡାକ୍ତର ବିଳମ୍ବରେ ଆସିବାରୁ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।

ପୁରୀ ବ୍ରହ୍ମଗିରି ନଟିଆ ନିଵାସୀ ନାରାୟଣ ସାହୁ ଛାଣି ଯନ୍ତ୍ରଣା ପାଇଁ ପୁରୀ ମେଡିକାଲ ଆଡିମିଶନ ହୋଇଥିଲେ । ଦିନ ତମାମ ଯନ୍ତ୍ରଣା ବଢିବାରେ ଲାଗିଥିଲା । ପରେ ରାତିରେ ଯନ୍ତ୍ରଣା ବଢିବା ପରେ ଡାକ୍ତରଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ ଡାକ୍ତର ବିଳମ୍ବରେ ଆସିଥିଲେ । ଯାହା ଫଳରେ ନାରାୟଣ ସାହୁଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି । ଏ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ, ରୋଗୀ ମୃତ

ଏହା ବି ପଢନ୍ତୁ- ଅଠରନଳାର ହେବ ସୌନ୍ଦର୍ଯ୍ୟକରଣ: ଲାଇଟିଂରେ ଝଲସିବ ସହର, ଆକୃଷ୍ଟ ହେବେ ପର୍ଯ୍ୟଟକ

ମୃତକଙ୍କ ପୁଅ ପ୍ରଦୀପ ସାହୁଙ୍କ କହିବାନୁସାରେ, "ରାତି ୨ଟାରେ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଆମେ ଜଣାଇଥିଲୁ । ସେ କହିଥିଲେ ଏବେ କାହାର ଡ୍ୟୁଟି ନାହିଁ । ଡାକ୍ତର ଯେଉଁ ଔଷଧ ଦେଇଛନ୍ତି ଆମେ ସେହି ଔଷଧ ରୋଗୀଙ୍କୁ ଦେଇଛୁ । ସକାଳେ ରୋଗୀଙ୍କୁ ପୁଣି ଚିକିତ୍ସା କରାଯିବ । ମାତ୍ର ବାପାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ତେବେ ଇମରଜେନ୍ସିରେ ଥିବା ଡାକ୍ତରଙ୍କୁ ଡାକିଥିଲି । ସେ ବହୁ ବିଳମ୍ବରେ ଆସିବାରୁ ମୋ ବାପାଙ୍କ ମୃତ୍ୟୁ ଘଟିଛି । ଯଦି ଡାକ୍ତର ଶୀଘ୍ର ଆସିଥାନ୍ତେ ତେବେ ମୋ ବାପାଙ୍କ ଜୀବନ ବଞ୍ଚିଯାଇଥାନ୍ତା । ମାତ୍ର ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ବାପାଙ୍କ ମୃତ୍ୟୁ ଘଟିଛି ।"

ସେପଟେ ରୋଗୀଙ୍କ ସମ୍ପର୍କୀୟ ମୃତ୍ୟୁ ପାଇଁ ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଡାକ୍ତର ଓ କର୍ତ୍ତୃପକ୍ଷ ୧୦ ଲକ୍ଷ କ୍ଷତିପୂରଣ ଦିଅନ୍ତୁ । ନଚେତ୍‌ ରୋଗୀଙ୍କ ମୃତଦେହ ଏଠାରୁ ନିଆଯିବ ନାହିଁ ବୋଲେ ସେ କହିଛନ୍ତି । ପରେ କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ତେବେ ରାତିରେ ଥିବା ଡ଼ାକ୍ତର ମାନେ ଅନେକ ସମୟରେ ରୋଗୀଙ୍କୁ ସଠିକ ସମୟରେ ଚିକିତ୍ସା କରାଯାଉନଥିବା ଅଭିଯୋଗ ହେଉଛି । ଏଥିଲାଗି ପୁରୀ ମେଡିକାଲରେ ରୋଗୀଙ୍କ ମୃତ୍ୟୁ ଘଟୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ମାତ୍ର କୌଣସି ସୁଫଳ ମିଳିନଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.