ପୁରୀ: ପୁରୀରେ ଅନୁଷ୍ଠିତ ହେଲା ଶ୍ରୀ ଆନନ୍ଦ ପ୍ରିୟଦାସ ମହାରାଜଙ୍କ ଶ୍ରାଦ୍ଧୋତ୍ସବ । ଭାରତ ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ତଥା ଗୁଜୁରାଟରେ ଥିବା ସ୍ବାମୀ ନାରାୟଣ ସଂସ୍ଥାନର ପ୍ରତିଷ୍ଠାତା ହେଉଛନ୍ତି ଶ୍ରୀ ଆନନ୍ଦ ପ୍ରିୟ ଦାସ ମହାରାଜ । ଆଜି ତାଙ୍କ ଶ୍ରାଦ୍ଧୋତ୍ସବ ପୁରୀରେ ଅନୁଷ୍ଠିତ ହୋଇଯାଇଛି ।
ପୁରୀରେ ଥିବା ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ପରିସର ଏନେଇ ଏକ ସ୍ଵତନ୍ତ୍ର ସଭା ଅନୁଷ୍ଠିତ ହୋଇ ଥିଲା । ଅନେକ ବିଦ୍ୱାନ ପଣ୍ଡିତ ମାନେ ଏହି ଅବସର ରେ ସ୍ବାମୀ ନାରାୟଣ ସଂସ୍ଥାନର ପ୍ରତିଷ୍ଠାତା ଶ୍ରୀ ଆନନ୍ଦ ପ୍ରିୟ ଦାସ ମହାରାଜଙ୍କୁ ସମ୍ମାନିତ କରିବା ସହ ଶ୍ରଦ୍ଧାଞ୍ଜଳି କ୍ଷାପନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଗୋନ୍ଦିଆ-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ, ଇଞ୍ଜିନ୍ରେ ଲାଗିଛି ନିଆଁ
କଲେଜର ଛାତ୍ର ମାନେ ବେଦ ମନ୍ତ୍ର ଉଚ୍ଚାରଣ କରି ସ୍ୱାମୀଜୀଙ୍କୁ ସ୍ମରଣ କରି ତାଙ୍କର ଅବଦାନକୁ ମନେ ପକାଇ ଥିଲେ । ଦିବଂଗତ ଶ୍ରୀ ଆନନ୍ଦ ପ୍ରିୟ ଦାସ ସ୍ବାମୀ ଭାରତ ତଥା ଦେଶ ବାହାରେ ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟ କରିଥିଲେ । ତାଙ୍କର ଦେହାନ୍ତ ପରେ ତାଙ୍କର ଶିଷ୍ୟ ମାନେ ଏହି କାର୍ଯ୍ୟ ରେ ଲାଗିଛନ୍ତି ।